ବାଲେଶ୍ଵର: ଟଙ୍କା ଲୁଟ ଉଦ୍ୟମ କରି ଦୁଇ ଲୁଟେରା ନିର୍ଧୁମ ଛେଚା ଖାଇଛନ୍ତି । ଖବର ପାଇ ରୁପ୍ସା ପୋଲିସ ସେଠାରେ ପହଞ୍ଚି ଲୁଟେରାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି । ଦୁଇ ଲୁଟେରା ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ପି ଅଜୟ ଓ କୁନୋଳା ଅଞ୍ଚଳର ପି ଭାସ୍କର ବୋଲି ଜଣାପଡିଛି।
ସୂଚନା ଅନୁସାରେ, ରୁପ୍ସା ୟୁନାଇଟେଡ଼ ବ୍ୟାଙ୍କରୁ ଆଙ୍କ ଅଞ୍ଚଳର ରତ୍ନାକର ବେହେରା 20 ହଜାର ଟଙ୍କା ଉଠାଇ ଫେରୁଥିଲେ। ଏହି ସମୟରେ 2ଜଣ ଦୁର୍ବୃତ୍ତ ରତ୍ନାକରଙ୍କୁ ପିଛା କରି ତାଙ୍କ ଟଙ୍କା ଛଡାଇବାକୁ ଚେଷ୍ଟା କରିଥିଲେ । ମାତ୍ର ପାଖରେ ଥିବା ଲୋକମାନେ ଲୁଟେରାମାନଙ୍କୁ କାବୁ କରିଥିଲେ । ଏହାପରେ ସେମାନଙ୍କୁ ମାଡ଼ ମାରି ତଳେ ପକାଇଥିଲେ । ପରେ ପୋଲିସ ପହଞ୍ଚି ଉଭୟଙ୍କୁ ରୁପ୍ସା ମେଡିକାଲରେ ଭର୍ତ୍ତି କରିଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ