ବାଲେଶ୍ୱର: ଭୂମିହୀନଙ୍କୁ ବଣ୍ଟନ କରାଗଲା ପଟ୍ଟା । ବାଲେଶ୍ବର ସଦର ବ୍ଲକ ସମ୍ମିଳନୀ କକ୍ଷରେ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଥିବା ଭୂମିହୀନ ହିତାଧିକାରୀଙ୍କୁ ଜାଗା ପଟ୍ଟା ପ୍ରଦାନ କରାଯାଇଛି ।

ରାଜ୍ୟରେ ଭୂମିହୀନଙ୍କୁ ଜାଗା ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଭୂମିହୀନଙ୍କୁ ଜାଗା ମିଶନ ଜରିଆରେ ପଟ୍ଟା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ବର ସଦର ବିଧାୟକ ସ୍ୱରୂପ କୁମାର ଦାସ ଭୂମିହୀନମାନଙ୍କୁ ଜାଗା ମିଶନ ଜରିଆରେ ପଟ୍ଟା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଦର ବ୍ଲକ ତହସିଲଦାର ଅନାମିକା ସିଂ, ସଦର ବ୍ଲକ ବିଡିଓ ଚୌହାନ କୁନାଲ ମୋତିରାମ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ପ୍ରଥମ ପର୍ଯ୍ୟାୟରେ ୫୯ ଜଣଙ୍କୁ ପଟ୍ଟା ପ୍ରଦାନ ହେବାକୁ ଥିବାବେଳେ ୧୨ ଜଣଙ୍କୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବାସଗୃହ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ