ETV Bharat / city

Seeks help for Treatment; ଅସ୍ତ୍ରୋପଚାର ପରେ ଔଷଧ ପାଇଁ ନାହିଁ ଟଙ୍କା, ସହାୟତା ମାଗୁଛି ପରିବାର - kidney failure padmalochana seek help

ଦୁଇବର୍ଷ ହେବ କିଡନୀ ରୋଗରେ ପୀଡିତ ପୁଅ । ଆଉ ଏବେ ଔଷଧ କିଣି ଦେବାରେ ଅସମର୍ଥ ହୋଇଛି ପରିବାର । ପୁଅକୁ ଭଲ କରିବା ପାଇଁ ସାହାଯ୍ୟ ମାଗୁଛନ୍ତି ପରିବାର ଲୋକ । ଜମିବାଡି ବିକ୍ରି କରି ପୁଅର କିଡନୀ ରୋପଣ କରିଥିଲେ । ହେଲେ ବର୍ତ୍ତମାନ ଔଷଧ ପାଇଁ ଆବଶ୍ୟକୀୟ ଟଙ୍କା ଯୋଗାଡ କରି ପାରୁନାହିଁ ପରିବାର । ଅଧିକ ପଢନ୍ତୁ

ରୋଗାକ୍ରାନ୍ତ ପୁଅର ଚିକିତ୍ସା  ପାଇଁ ଲୋଡା ସହାୟତା

author img

By

Published : Nov 24, 2021, 1:08 PM IST

Updated : Nov 24, 2021, 1:16 PM IST

ବାଲେଶ୍ବର: ଦୁଇବର୍ଷ ହେବ କିଡନୀ ରୋଗ (kidney disease)ରେ ପୀଡିତ ପୁଅ । ଆଉ ଏବେ ଔଷଧ କିଣି ଦେବାରେ ଅସମର୍ଥ ହୋଇଛି ପରିବାର । ପୁଅକୁ ଭଲ କରିବା ପାଇଁ ସାହାଯ୍ୟ ମାଗୁଛନ୍ତି ପରିବାର ଲୋକ । ଜମିବାଡି ବିକ୍ରି କରି ପୁଅର କିଡନୀ ରୋପଣ କରିଥିଲେ । ହେଲେ ବର୍ତ୍ତମାନ ଔଷଧ ପାଇଁ ଆବଶ୍ୟକୀୟ ଟଙ୍କା ଯୋଗାଡ କରି ପାରୁନାହିଁ ପରିବାର । ଏମିତି ଏକ ଦୁଃଖଦ ପରିସ୍ଥିତି ଦେଇ ଗତି କରୁଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା(khaira) ବ୍ଲକ ଓଷଙ୍ଗ ଗ୍ରାମର ପିତାମ୍ବର ସ୍ବାଇଁଙ୍କ ପରିବାର।

ରୋଗାକ୍ରାନ୍ତ ପୁଅର ଚିକିତ୍ସା ପାଇଁ ଲୋଡା ସହାୟତା

ପିତାମ୍ବରଙ୍କ 19 ବର୍ଷର ପୁଅ ପଦ୍ମଲୋଚନ ଦୁଇ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ହଠାତ୍ ଦିନେ ପଦ୍ମଲୋଚନଙ୍କ ଗୋଡ଼ ହାତ ଫୁଲିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ପଦ୍ମଲୋଚନଙ୍କ ଦୁଇଟି ଯାକ କିଡନୀ ଖରାପ ହୋଇଥିବା କହିଥିଲେ । ପୁଅକୁ ଭଲ କରିବା ପାଇଁ ପରିବାର ଲୋକେ ଧାର ଉଧାର କରି ଚିକିତ୍ସା ଆରମ୍ଭ କରିଥିଲେ । ଏହାରି ଭିତରେ ପିତାମ୍ବରଙ୍କ ବନ୍ଧୁ କ୍ଷୀରୋଦ ଜେନା ପଦ୍ମଲୋଚନଙ୍କୁ ଏକ କିଡନୀ ଦାନ କରିଥିଲେ। ସେବେଠାରୁ ତାଙ୍କର ଚିକିତ୍ସା ଚାଲୁ ରହିଛି । ଚିକିତ୍ସା ବାବଦରେ ବର୍ତ୍ତମାନ ପ୍ରତି ମାସରେ ପଦ୍ମଲୋଚନଙ୍କ ପାଇଁ ୨୦ ରୁ ୩୦ ହଜାର ଟଙ୍କାର ଔଷଧ କିଣିବାକୁ ପଡୁଛି । ହେଲେ ପିତାମ୍ବରଙ୍କ ପାଇଁ ଏହା କଷ୍ଟସାଧ୍ୟ ହୋଇଛି।

ପିତାମ୍ବର ଜଣେ ଚାଷୀ ହୋଇଥିବା ବେଳେ ପୁଅକୁ ଭଲ କରିବା ପାଇଁ ମାସିକ ଏତେ ଟଙ୍କା ଖର୍ଚ୍ଚ କରି ଔଷଧ କିଣିବା ପାଇଁ ଅସମର୍ଥ ହୋଇପଡ଼ିଛନ୍ତି। ଏଥପାଇଁ ପିତାମ୍ବର ସରକାରୀ କିମ୍ବା ବେସରକାରୀ ସଂସ୍ଥାର ସହାୟତା ଲୋଡିଛନ୍ତି। କୌଣସି ସ୍ବେଚ୍ଛାସେବୀ ସଂଗଠନ କିମ୍ବା ସହୃଦୟ ବ୍ୟକ୍ତି ପଦ୍ମଲୋଚନଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ପରିବାରର ଦୁଃଖ ଦୂର ହୋଇ ପାରନ୍ତା । କେହି ପଦ୍ମଲୋଚନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ନିମ୍ନ ସୂଚନା ଅନୁସାରେ ସାହାଯ୍ୟ କରିପାରିବେ । federal Bank, Bhadrak branch A/C No- 20230100000362, IFSC code- FDRL0002023 ଏବଂ phone pay/Google pay- 9437754702 ରେ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି ପଦ୍ମଲୋଚନଙ୍କ ପିତା ପିତାମ୍ବର ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Nov 24, 2021, 1:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.