ETV Bharat / city

ଘରେ ପଶି ଛାନଭିନ ଅଭିଯୋଗରେ ଗିରଫ ହେଲେ ସାମ୍ବାଦିକ

author img

By

Published : Jun 27, 2020, 6:28 PM IST

Updated : Jun 27, 2020, 7:03 PM IST

ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଏକ ଚ୍ୟାନେଲର ସାମ୍ବାଦିକ ଓ ତାଙ୍କର ଚାରିଜଣ ସହଯୋଗୀ ଗିରଫ ନେଇ ସୂଚନା । ରିପୋର୍ଟିଂ ଆଳରେ ସାମ୍ବାଦିକ ଓ ତାଙ୍କ ସହଯୋଗୀ ଜଣଙ୍କ ଘରେ ପଶି ଛାନଭିନ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଘରେ ପଶି ଛାନଭିନ ଅଭିଯୋଗରେ ଗିରଫ ହେଲେ ସାମ୍ବାଦିକ
ଘରେ ପଶି ଛାନଭିନ ଅଭିଯୋଗରେ ଗିରଫ ହେଲେ ସାମ୍ବାଦିକ

ବାଲେଶ୍ଵର: ବାଲିଆପାଳ ଅଞ୍ଚଳରେ ସାମ୍ବାଦିକତା ଆଳରେ ଲୋକଙ୍କ ଘରେ ପଶି ଛାନଭିନ କରିଥିବା ଅଭିଯୋଗ ହୋଇଛି । ଏନେଇ 5 ଜଣଙ୍କୁ ଗିରଫ କରିଛି ବାଲିଆପାଳ ପୋଲିସ ।

ଏକ ଚ୍ୟାନେଲର ସାମ୍ବାଦିକ ଓ ତାଙ୍କର ଚାରିଜଣ ସହଯୋଗୀ କଙ୍କଡାପାଳ ଗ୍ରାମର ନୃସିଂହ ଚରଣ ଦାସଙ୍କ ଘରେ ପହଞ୍ଚି ରିପୋର୍ଟିଂ କରିବା ଆଳରେ ତାଙ୍କ ଘରର ଜିନିଷପତ୍ର ଛାନଭିନ କରିଥିଲେ । ଘର ଭିତରେ ପଶି ସାମ୍ବାଦିକ ଏମିତି କାର୍ଯ୍ୟ କରୁଥିବା ଗ୍ରାମବାସୀ ଥାନାକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କ ଆଇ କାର୍ଡ, ବୁମ ଓ ବ୍ୟବହୃତ କାର ଜବତ କରିବା ସହ ସାମ୍ବାଦିକ ଓ ତାଙ୍କର ସହଯୋଗୀମାନଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ ଚ୍ୟାନେଲର ମୁଖ୍ୟ ଏହି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 27, 2020, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.