ETV Bharat / city

ମିଜାଇଲ ରେଞ୍ଜ ଟେକ୍ନୋଲୋଜି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ

ଚାନ୍ଦିପୁର ଆଇଟିଆରରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ରେଞ୍ଜ ଟୋକ୍ନୋଲୋଜି ସମ୍ମିଳନୀ । ସାମିଲ ଦେଲେ ଦେଶ ବିଦେଶର 300 ରୁ ଉର୍ଦ୍ଧ୍ବ ପ୍ରତିନିଧି ।

author img

By

Published : Feb 16, 2019, 3:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା. ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା. ବାଲେଶ୍ବର
ବାଲେଶ୍ୱର: ଜିଲ୍ଲାର ଚାନ୍ଦିପୁର ଆଇଟିଆର ଅଡିଟୋରିଅମ ଠାରେ ଆରମ୍ଭ ହୋଇଛି ତିନି ଦିନିଆ ଅନ୍ତର୍ଜାତୀୟ ରେଞ୍ଜ ଟେକ୍ନୋଲୋଜି ସମ୍ମିଳନୀ । ଶୁକ୍ରବାର ଅପରାହ୍ନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ କିରଣ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ।
undefined

ଏହି ସମ୍ମିଳନୀରେ ବିଶ୍ୱର ବହୁ ରାଷ୍ଟ୍ରରୁ ବିଶିଷ୍ଟ ବୈଜ୍ଞାନିକମାନେ ସାମିଲ ହୋଇଛନ୍ତି । ସମ୍ମିଳନୀରେ ମିଜାଇଲ ରେଞ୍ଜ ସମ୍ପର୍କିତ ନୂତନ ଜ୍ଞାନକୌଶଳ ବାବଦରେ ଆଲୋଚନା କରାଯିବ । ବିଦେଶ ଏବଂ ଦେଶର ବିଭିନ୍ନ ପ୍ରତିଷ୍ଠାନରୁ ଆସିଥିବା ପ୍ରାୟ 300ରୁ ଉର୍ଦ୍ଧ୍ବ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି ।

କାର୍ଯ୍ୟକ୍ରମ ଆରମ୍ଭରେ ପୁଲୱାମାରେ ଶହୀଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିସହ ବାଲେଶ୍ୱର ଭଳି ଏକ ଜାଗାରେ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିବାରୁ ଆୟୋଜକ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଦୀର୍ଘ 30 ବର୍ଷର ଅପେକ୍ଷା ପରେ ଏମିତି ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଚାନ୍ଦିପୁର ଆଇଟିଆରର ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ରହିଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସନ୍ଦର୍ଭ ଓ ପ୍ରଦର୍ଶନୀ ପୁସ୍ତିକା ଉନ୍ମୋଚନ କରାଯାଇଥିଲା ।

ଉଦଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଡିଆରଡିଓର ପୂର୍ବତନ ଅଧ୍ୟକ୍ଷ ଅବିନାଶ ଚନ୍ଦ୍ର, ଡିଜି (ଏମଏସଏସ) ଏମ.ଏସ.ଆର ପ୍ରସାଦ, ଆଟିଆର ନିର୍ଦ୍ଦେଶକ ଡ. ବିକେ ଦାସ, ସଂଯୋଜିକା ବି. ସୂଚରିତା ପ୍ରମୁଖ ଉପସ୍ଥିତ ଥିଲେ । ବୈଜ୍ଞାନିକ ମିଲନ କୁମାର ପାଲ ମଞ୍ଚ ସଂଚାଳନ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଆଇଟିଆର ଅଡିଟୋରିଅମ ରେ ଆନ୍ତର୍ଜାତୀୟ ରେଞ୍ଜ ଟେକ୍ନୋଲୋଜି ସମ୍ମିଳନୀ ଉଦଘାଟିତ ହୋଇ ଯାଇଛି। ଅପରାହ୍ନ 4ଟା ବେଳେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା।

Body:ଏହି ସମ୍ମିଳନୀରେ ବିଶ୍ୱର ବହୁ ବିଶିଷ୍ଟ ବୈଜ୍ଞାନିକମାନେ ଯୋଗ ଦେଇଥିଲେ। ମିଜାଇଲ, ରେଞ୍ଜ ଟେକ୍ନୋଲୋଜି ର ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀ 17 ତାରିଖ ଯାଏ ଚାଲିବ ବୋଲି ସୂଚନା ମିଳିଛି। ଏଥିରେ 300ରୁ ଅଧିକ ପ୍ରତିନିଧି ମଣ୍ଡଳ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପୁଲବାମାରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ବାଲେଶ୍ୱର ଭଳି ଏକ ଜାଗାରେ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେଉଥିବାରୁ ଆୟୋଜକମାନେ ଖୁସି ବ୍ୟକ୍ତ କରିଥିଲେ। ଦୀର୍ଘ 30 ବର୍ଷ ପରେ ଏମିତି ଏକ କାର୍ଯ୍ୟକ୍ରମ ଆୟୋଜନକୁ ସମସ୍ତେ ଅପେକ୍ଷା କରିଥିଲେ ବୋଲି ଆଲୋଚନା କରାଯାଇଥଲ। ଏହାସହ ଚାନ୍ଦିପୁର ଆଇଟିଆରର ବିଶାଳ ଜାଗା ବିଶ୍ୱରେ ସ୍ୱତନ୍ତ୍ର ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ସନ୍ଧର୍ବ ଓ ପ୍ରଦର୍ଶନୀ ପୁସ୍ତିକା ଉନ୍ମୋଚନ କରାଯାଇଥିଲା।

Conclusion:ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କିରଣ କୁମାର, ଅତିଥି ଭାବେ ଡିଆରଡିଓ ର ପୂର୍ବତନ ଚେୟାରମେନ ଅବିନାଶ ଚନ୍ଦର, ଡିଜି ଏମଏସଏସ ଏମଏସ ଆର ପ୍ରସାଦ, ଆଟିଆର ନିର୍ଦ୍ଦେଶକ ଡ଼ ବିକେ ଦାସ, ସଂଯୋଜିକା ବି ସୂଚରିତା ଉପସ୍ଥିତ ଥିଲେ। ବୈଜ୍ଞାନିକ ମିଲନ କୁମାର ପାଲ ମଞ୍ଚ ସଂଚାଳନ କରିଥିଲେ।
ବାଇଟ1- ଅବିନାଶ ଚନ୍ଦର(ପୂର୍ବତନ ଅଧ୍ୟକ୍ଷ , ଡିଆରଡିଓ)।
ବାଇଟ2- କିରଣ କୁମାର(ପୂର୍ବତନ ଇସ୍ରୋ ଅଧ୍ୟକ୍ଷ)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.