ETV Bharat / city

ଥାନା ଭିତରେ ଗୋଷ୍ଠୀ ସଂଘର୍ଷ; 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ - ଗୋଷ୍ଠୀ ସଂଘର୍ଷ ଘଟି 2 ଗୁରୁତର

ବାଲେଶ୍ବର ରେମୁଣା ଥାନା ଭିତରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 2 ଆହତ । ଆହତ ଗୋଷ୍ଠୀଙ୍କ ମଧ୍ୟରେ ଏବେ ବି ଲାଗି ରହିଛି ଉତ୍ତେଜନା । ଅଧିକ ପଢନ୍ତୁ...

ଥାନା ଭିତରେ ଗୋଷ୍ଠୀ ସଂଘର୍ଷ ଘଟି 2 ଗୁରୁତର
ଥାନା ଭିତରେ ଗୋଷ୍ଠୀ ସଂଘର୍ଷ ଘଟି 2 ଗୁରୁତର
author img

By

Published : Apr 7, 2021, 9:55 AM IST

ବାଲେଶ୍ବର: ଥାନା ଭିତରେ ଗୋଷ୍ଠୀ ସଂଘର୍ଷ । ପୋଲିସ ସମ୍ମୁଖରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ରାତି ତମାମ ଏଭଳି ଉତ୍ତେଜନା ଲାଗି ରହିଥିଲା । ଘଟଣାକୁ ନିୟନ୍ତ୍ରଣ କରିବାକୁ ମୁତୟନ ହୋଇଥିଲେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ । ଏ ଘଟଣା ହେଉଛି ବାଲେଶ୍ବର ଜିଲ୍ଲା ରେମୁଣା ଥାନାର ।

ଥାନା ଭିତରେ ଗୋଷ୍ଠୀ ସଂଘର୍ଷ ଘଟି 2 ଗୁରୁତର

ପୂର୍ବ ଶତ୍ରୁତାକୁ ନେଇ ରେମୁଣାର ଗୋଟିଏ ରାତି ପ୍ରାୟ 11 ଟା ସମୟରେ ଥାନାରେ ପହଞ୍ଚିଥିଲେ । ଏହା ପରେ ଆଉ ଏକ ଗୋଷ୍ଠୀ ଆସି ଥାନାରେ ହାଜର ହୋଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପ୍ରଥମେ ଥାନାରେ ପହଞ୍ଚିଥିବା ଗୋଷ୍ଠୀକୁ ଅନ୍ୟ ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ । ପୋଲିସ ତାଙ୍କୁ ଆୟତ୍ତ କରୁଥିବାବେଳେ ଅନ୍ୟ କିଛି ଉତ୍ତ୍ୟକ୍ତ ଲୋକେ ଥାନା ଭଙ୍ଗାରୁଜା କରିବା ସହ ଅନ୍ୟ ପକ୍ଷକୁ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲେ । ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ।

ଗୁରୁତରଙ୍କୁ ପୋଲିସ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ଆହତ ହୋଇଥିବା ଗୋଷ୍ଠୀଙ୍କ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଥିବା ଜଣାପଡିଛି । ଆହତ ବ୍ୟକ୍ତିମାନେ ହେଲେ ମାଧିପୁର ଅଞ୍ଚଳର ରଘୁନାଥ ସାହୁ ଓ ପ୍ରମିତା ସାହୁ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.