ETV Bharat / city

ଓଡିଶା ସୀମାରେ ଅପହଞ୍ଚ ସରକାରୀ ଯୋଜନା, ସୁଯୋଗ ଅପେକ୍ଷାରେ ପଡୋଶୀ ପଶ୍ଚିମବଙ୍ଗ - border residents problem

ବାଲେଶ୍ବର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅପହଞ୍ଚ ରାଜ୍ୟ ସରକାରଙ୍କ ଯୋଜନା । ମିଳିପାରୁନି ରାସ୍ତାଘାଟ, ପାନୀୟ ଜଳ ଭଳି ମୌଳିକ ସୁବିଧା । ଓଡିଶା ସରକାରଙ୍କ ଉଦାସୀନତାର ସୁଯୋଗ ନେଉଛି ପଡୋଶୀ ପଶ୍ଚିମବଙ୍ଗ । ବିଭିନ୍ନ ଯୋଜନାରେ କରୁଛି ପ୍ରଲୋଭିତ । ଅଧିକ ପଢନ୍ତୁ...

ଅପହଞ୍ଚ ସରକାରୀ ଯୋଜନା, ଦୁର୍ଦ୍ଦଶାରେ ସୀମାନ୍ତବର୍ତ୍ତୀ ବାସିନ୍ଦା

author img

By

Published : Oct 23, 2021, 5:24 PM IST

ବାଲେଶ୍ବର: ରାଜ୍ୟର ଅନ୍ୟାନ୍ୟ ପଡୋଶୀ ରାଜ୍ୟ ଭଳି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ମଧ୍ୟ ସୀମା ବିବାଦ ଦେଖିବାକୁ ମିଳିଥାଏ । ତେବେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଉଦାସୀନତା ପାଇଁ ଏବେ ଏହି ଅଞ୍ଚଳରେ ପଡୋଶୀ ପଶ୍ଚିମବଙ୍ଗର ଲୋଲୁପ ଦୃଷ୍ଟି ପଡିଲାଣି । ବାଲେଶ୍ବର ଜିଲ୍ଲା ଦୁଇ ସୀମାନ୍ତ ବ୍ଲକର ପ୍ରାୟ ୮୨ ଟି ଗାଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାରେ ଅବସ୍ଥିତ । ରାଜ୍ୟ ସରକାର ସେଠାକାର ଅଧିବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଥିବାବେଳେ ସେଠାକାର ସ୍ଥାନୀୟ ଅଧିବାସୀ ଏବେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ଆଉ ଏସବୁର ଫାଇଦା ନେବାରେ ଲାଗିଛି ପଶ୍ଟିମବଙ୍ଗ ।

ଅପହଞ୍ଚ ସରକାରୀ ଯୋଜନା, ଦୁର୍ଦ୍ଦଶାରେ ସୀମାନ୍ତବର୍ତ୍ତୀ ବାସିନ୍ଦା

ଢିଲା ସୁରକ୍ଷା ବ୍ୟବସ୍ଥା ପାଇଁ ଓଡ଼ିଶା ସୀମା ଭିତରକୁ ପଶି ପଡୋଶୀ ରାଜ୍ୟର ମାଫିଆଙ୍କ ବାଲି ଉତ୍ତୋଳନ ହେଉ ଆଉ କେତେବେଳେ ଓଡ଼ିଶା ଭୋଟରଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ରାସନ୍ କାର୍ଡ ଓ ଭୋଟର ଲିଷ୍ଟରେ ସାମିଲ କରିବା ପ୍ରଲୋଭନ । ଏଭଳି ଅନେକ ନଜିର ଏବେ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ଏହି ସୀମାନ୍ତ ଦୁଇ ବ୍ଲକରେ ।

ଜିଲ୍ଲାର ଭୋଗରାଇ ଓ ଜଳେଶ୍ଵର ଉଭୟ ବ୍ଲକର ସମୁଦାୟ ୮୩ଟି ପଞ୍ଚାୟତରୁ ଜଳେଶ୍ଵରର ୯ ପଞ୍ଚାୟତ ଓ ଭୋଗରାଇର ୧୫ ପଞ୍ଚାୟତର ୮୨ ଗାଁ ପଶ୍ଚିମବଙ୍ଗର ସୀମାକୁ ଲାଗି ରହିଛି । ସୀମାନ୍ତ ଅଞ୍ଚଳର ଅଧିବାସୀଙ୍କ ହାତରେ କେତେବେଳେ ଓଡିଶା ଭୋଟର, ଆଧାର ପରିଚୟପତ୍ର ଓ ରାସନ କାର୍ଡ ତ କାହା ପାଖରେ ପଶ୍ଚିମବଙ୍ଗର କାର୍ଡ ଦେଖିବାକୁ ମିଳିଛି । ସୀମାରେ ବସବାସ କରୁଥିବା ଲୋକଙ୍କ ମୌଳିକ ସୁବିଧା ଯୋଗାଇବାରେ ସ୍ଥାନୀୟ ପ୍ରଶାସନ ଯେତିକି ଉତ୍ତରଦାୟୀ ହେବା କଥା ସେଥିରେ ସ୍ପଷ୍ଟ ବ୍ୟତିକ୍ରମ ଦେଖିବାକୁ ମିଳିଛି ।

ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଜଳେଶ୍ଵର ବ୍ଲକର ଗୋବରଘାଟା ଗ୍ରାମର ଏକ ବସ୍ତିରେ ରହୁଛନ୍ତି ୪୦ ଆଦିବାସୀ ପରିବାର । ଦିନ ମଜୁରିଆ ଭାବେ କାମ କରି ଏମାନେ ପେଟ ପୋଷିଥାନ୍ତି । ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶା ସରକାର ସୀମାନ୍ତ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ତେବେ ଏ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯେମିତି ଏହି ସୀମାନ୍ତ ଗ୍ରାମରେ ନପହଞ୍ଚି ପାରିଥିବା ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ । ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାବେଳେ କିଏ ସମସ୍ତ ମାପଦଣ୍ଡ ପୂରଣ କରିବା ସତ୍ତ୍ବେ ମଧ୍ୟ ସରକାରୀ ଆବାସ ଓ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ତେବେ ରାଜ୍ୟର ଅବହେଳା ପଡୋଶୀକୁ ଜବରଦଖଲ କରିବାରେ ଖୋରାକ ଯୋଗାଉଛି ଏଥିରେ ସନ୍ଦେହ ନାହିଁ । ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ନିରୀହ ଆଦିବାସୀଙ୍କ ସରଳତା ଓ ସମସ୍ଯାକୁ ଢାଲ କରି ପ୍ରଲୋଭନ ଦେଖାଇ ନିଜ ଭୋଟ ବ୍ୟାଙ୍କ ବଢ଼ାଇବା ପାଇଁ ସୀମା ଭିତରକୁ ପ୍ରବେଶ କରିବା ପାଇଁ ପ୍ରୟାସ ଜାରି ରଖିଛି । ସ୍ଥାନୀୟ ଲୋକଙ୍କୁ ରାସନ କାର୍ଡ, ଭୋଟର କାର୍ଡ ଓ ଆଧାର କାର୍ଡ ଯୋଗାଇବା ସହ ଏକାଧିକ ଯୋଜନାର ଅନ୍ତର୍ଭୁକ୍ତ କରି ପ୍ରଲୋଭିତ କରିବାରେ ଲାଗିଛି ପଶ୍ଚିମବଙ୍ଗ । ତେବେ ଓଡିଶା ସରକାର ଏହି ସୀମାନ୍ତବର୍ତ୍ତୀ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା ଓ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବା ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.