ETV Bharat / city

ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରିତା ନେଇ ଘେରିଲେ ଗୋଲକ - ବାଲେଶ୍ବର ବିଜେପି ଖବର

ବାଲେଶ୍ବର ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢ଼ନ୍ତୁ...

ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରିତା ନେଇ ରାଜ୍ୟ ସରକାରଙ୍କୁ ଗୋଲକଙ୍କ ଟାର୍ଗେଟ

author img

By

Published : Aug 25, 2021, 10:05 PM IST

ବାଲେଶ୍ଵର: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସାଧାରଣ ସମ୍ପାଦକ ଓ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରିତା ନେଇ ରାଜ୍ୟ ସରକାରଙ୍କୁ ଗୋଲକଙ୍କ ଟାର୍ଗେଟ

ନବୀନ ସରକାର ରାଜ୍ୟର ଉନ୍ନୟନକୁ ଉପେକ୍ଷା କରି ଭୋଟ ରାଜନୀତିରେ ବ୍ୟସ୍ତ ରହୁଛନ୍ତି । ସେପଟେ କୃଷକ, ଶ୍ରମିକ, ଶିକ୍ଷକ ଏଥିପାଇଁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି ଗୋଲକ ମହାପାତ୍ର । ରାଜ୍ୟରେ ସବୁସ୍ଥରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ବିନାହାତ ଗୁଞ୍ଜାରେ କୌଣସି ସରକାରୀ କାମ ହେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏହାସହ ସରକାରୀ ଯୋଜନାରେ ହିତାଧିକାରୀ ଚୟନ ପ୍ରିୟାପ୍ରୀତି ଓ ଦଳୀୟ ଭିତ୍ତିରେ ହେଉଥିବା କଥା କହିଛନ୍ତି ଗୋଲକ ମହାପାତ୍ର ।

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ପ୍ରାକୃତିକ ସମ୍ପଦର ଭରପୁର ରାଜ୍ୟ ଏବେ ପଛୁଆ ଶ୍ରେଣୀରେ ରହିଛି । ରାଜନୈତିକ ବିଦ୍ଵେଷତା , ହୀନମାନ୍ୟତା ଯୋଗୁଁ ରାଜ୍ୟବାସୀ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହି ଜନତାଙ୍କ ସ୍ବାସ୍ଥ୍ୟ ପାଇଁ ଏହି ଯୋଜନା ପ୍ରଣୟନ ହୋଇଥିବା ବେଳେ ରାଜ୍ୟରେ ନିଜ ଯୋଜନାକୁ ଅଗ୍ରାଧିକାର ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ଆପଣାଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗୋଲକ ମହାପାତ୍ର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.