ବାଲେଶ୍ବର: ସଦର ଅବକାରୀ ଓ ମୋବାଇଲ ଟିମ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ 4 ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଅବକାରୀ ବିଭାଗ ପାଖରେ ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା। ଏନେଇ ବିଭାଗ ପକ୍ଷରୁ ଟିମ ଗଠନ କରାଯାଇ ବସ୍ତା ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ କୁରୁଡ଼ା ଛକ ନିକଟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ 48 କେଜି ଗଞ୍ଜେଇ ଜବତ କରାଯାଇଛି ।
ଜବତ ଗଞ୍ଜେଇର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଗଞ୍ଜେଇ ଚାଲାଣରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ମନୋଜ ମାଝୀ, ନାଥ ମାଝୀ, ଅଶୋକ ଚୌଧୁରୀ ଓ ପ୍ରଶାନ୍ତ ରାଉତ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ