ETV Bharat / city

କୋଭିଡ ସଂକ୍ରମିତଙ୍କ ଘରେ ମାଗଣା ଖାଦ୍ୟ ଯୋଗାଉଛି ସ୍ବେଚ୍ଛାସେବୀ ସଂଗଠନ - କୋରୋନା ଭାଇରସ ମୁଖ୍ୟ ଖବର

ସାରା ଦେଶର ଚାଲିଛି କୋରୋନା ସଂକ୍ରମଣରେ ଦ୍ବିତୀୟ ପର୍ଯ୍ୟାୟ । ଏହି ସମୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ବାଲେଶ୍ବରରେ ଏକ ସ୍ବେଚ୍ଛାସେବୀ ସଂଗଠନ କୋରୋନା ଆକ୍ରାନ୍ତଙ୍କ ଘରେ ମାଗଣାରେ ସୁସ୍ବାଦ ତଥା ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି । ଅଧିକ ପଢନ୍ତୁ...

Free food distributed by volunter origanisation in baleswar to covid19 patient
କୋଭିଡ ସଂକ୍ରମିତଙ୍କ ଘରେ ମାଗଣା ଖାଦ୍ୟ ଯୋଗାଯାଉଛି ସ୍ବେଚ୍ଛାସେବୀ ସଂଗଠନ
author img

By

Published : May 10, 2021, 8:07 PM IST

Updated : May 10, 2021, 8:24 PM IST

ବାଲେଶ୍ବର: ବର୍ତ୍ତମାନ କୋରୋନାର ଦ୍ଵିତୀୟ ଲହରରେ ବାଲେଶ୍ଵର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମିତମାନେ ଭୟଭୀତ ନ ହୋଇ କିମ୍ବା ଛାନିଆ ହୋଇ ମେଡ଼ିକାଲ ନ ଆସି ଘରେ ଆଇସୋଲେସନରେ ରହିବା ପାଇଁ ସରକାରୀ ସ୍ତରରେ ପରାମର୍ଶ ଦିଆଯାଇଛି । ଘରେ ରହି ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ପାଇଁ ମାଗଣା ଖାଦ୍ୟପେୟର ବ୍ୟବସ୍ଥା କରିଛି ବାଲେଶ୍ବରର ସାମାଜିକ ଅନୁଷ୍ଠାନ ବନ୍ଦେ ମାତରମ୍।

କୋଭିଡ ସଂକ୍ରମିତଙ୍କ ଘରେ ମାଗଣା ଖାଦ୍ୟ ଯୋଗାଯାଉଛି ସ୍ବେଚ୍ଛାସେବୀ ସଂଗଠନ

କୋଭିଡ ଆକ୍ରାନ୍ତ ଆଇସୋଲେସନରେ ଥିବା ଯୋଗୁଁ ସେମାନଙ୍କ ନିକଟକୁ ପରିବାର ଲୋକଙ୍କୁ ଯିବା ମନା ହୋଇଥାଏ। ଏହାରି ଭିତରେ ସେମାନଙ୍କ ପାଇଁ ଖାଦ୍ୟ ପେୟର ମଧ୍ୟ ବନ୍ଦୋବସ୍ତ ଠିକ ଭାବେ ହୋଇ ପାରି ନଥାଏ। ଏହି ସମସ୍ତ ଅସୁବିଧାକୁ ଉପଲବ୍ଧି କରି ସାମାଜିକ ଅନୁଷ୍ଠାନ ବନ୍ଦେ ମାତରମ୍ ଆରମ୍ଭ କରିଛି ମାଗଣା ଖାଦ୍ୟ ପେୟର ବ୍ୟବସ୍ଥା । ଅନୁଷ୍ଠାନର ସଦସ୍ୟମାନେ ଗତ 28 ତାରିଖରୁ ସଂକ୍ରମିତଙ୍କ ଘରେ ଖାଦ୍ୟ ପହଞ୍ଚାଇବାର ଦାୟିତ୍ବ ନେଇଛନ୍ତି । ଯେଉଁମାନେ ପଜିଟିଭ ହୋଇ ଘରେ ରହିଛନ୍ତି, ସେମାନେ ସଦସ୍ୟଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରି ପ୍ରଥମେ କୋଭିଡ ପଜିଟିଭ ରିପୋର୍ଟ ପ୍ରଦାନ କରିବା ପରେ ସେମାନଙ୍କ ଘର ଠିକଣା ପ୍ରଦାନ କରିବାକୁ ପଡୁଛି। ଏହାପରେ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ଦୈନିକ ସେମାନଙ୍କର ରୁଚି ଅନୁସାରେ ଖାଦ୍ୟ ଯୋଗାଇ ଦିଆଯାଉଛି।

ପ୍ରତିଦିନ ପ୍ରାୟ ଦୁଇଓଳି 60ଟି ମିଲ ଯୋଗାଇ ଦିଆଯାଉଛି। ଅନୁଷ୍ଠାନର ସଦସ୍ୟମାନେ ନିଜେ ରୋଷେଇ କରି ସେସବୁକୁ ପ୍ୟାକିଂ କରି ବ୍ୟାଗରେ ନେଇ କୋଭିଡ ସଂକ୍ରମିତଙ୍କ ଘରେ ଦେଇ ଆସୁଛନ୍ତି । ଏଥିପାଇଁ ସଦସ୍ୟମାନେ କୋଭିଡ ନିୟମ ପାଳନ କରି ନିଜର ସତର୍କତା ଅବଲମ୍ବନ କରୁଛନ୍ତି। ପ୍ରତିଦିନ ଏମିତି ଖାଦ୍ୟ ଯୋଗାଇ ଦେଇ ଅନୁଷ୍ଠାନର ସଦସ୍ୟମାନେ ବେଶ ଖୁସି ଅନୁଭବ କରୁଥିବା ବେଳେ ଖାଦ୍ୟ ପାଇ ସଂକ୍ରମିତମାନେ ମଧ୍ୟ ବେଶ ଖୁସି ଅନୁଭବ କରୁଥିବା ଜଣାପଡିଛି। ପ୍ରକାଶ ଥାଉକି ଏହି ଅନୁଷ୍ଠାନ ଦ୍ବାରା ଗତବର୍ଷ ପ୍ରବାସୀ ଓଡ଼ିଆ ଓ ଦୀନ ଦୁଃଖୀଙ୍କୁ 70 ଦିନ ଖାଦ୍ୟ ଯୋଗାଇ ଦିଆଯାଇଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 10, 2021, 8:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.