ETV Bharat / city

ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ, ଜଣେ ଅଟକ - ବିଧାୟକଙ୍କୁ ହତ୍ୟା ଧମକ

ବାଲେଶ୍ବର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ଅଭିଯୋଗ

author img

By

Published : Sep 14, 2022, 10:15 AM IST

ବାଲେଶ୍ଵର: ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ମିଳିଛି । କେହି ଦୁର୍ବୃତ୍ତ ଫୋନ କରି ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବିଧାୟକ ଥାନାର ଦ୍ବାରସ୍ଥ ହେବା ପରେ ଘଟଣା ବାବଦରେ ବାଲେଶ୍ଵର ଏସପିଙ୍କୁ ଜଣାଇଛନ୍ତି । ଘଟଣା ବସ୍ତା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ପୋଲିସ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିିଛି ।

ସୂଚନା ମୁତାବକ, ବିଧାୟକଙ୍କ ମୋବାଇଲକୁ ଏକ ଫୋନ୍ ନମ୍ବର (୮୦୯୩୮୯୯୦୮୮) କଲ ଆସିଥିଲା । ବାରମ୍ବାର ଅଲଗା ନମ୍ବରରୁ ଫୋନ ଆସିବାରୁ ତାଙ୍କ ଫୋନ୍ ଉଠାଇଥିଲେ ବିଧାୟକ । ଜରୁରୀ କଥା ଅଛି ବୋଲି କହିଥିଲା ଦୁର୍ବୃତ୍ତ । ବିଧାୟକ ନିତ୍ୟାନନ୍ଦ ସାହୁ ଫୋନ ଧରି କ’ଣ ହୋଇଛି ବୋଲି ପଚାରିଥିଲେ । ନାନାଦି ଧମକ ଦେବା ସହ ଟଙ୍କା ଦେବାକୁ କହିଥିଲେ ଫୋନ କରିଥିବା ବ୍ୟକ୍ତି । ଏ ସଂକ୍ରାନ୍ତରେ ବିଧାୟକ ଏସପି ସୁଧାଂଶୁ ମିଶ୍ରଙ୍କୁ ସୂଚନା ଦେଇଥିଲେ । ଏସପି ଏ ବାବଦରେ ତଦନ୍ତ କରି ଯାଜପୁରର ସେହି ଦୁର୍ବୃତ୍ତକୁ ଅଟକ ରଖି ପଚାରା ଉଚରା ଚଳାଇଛନ୍ତି ।

ଏହି ବି ପଢନ୍ତୁ...ବିହାରରେ ୧୧ ଜଣଙ୍କୁ ଗୁଳି କଲେ ସାଇକୋ କିଲର୍

ତେବେ ବାସ୍ତବରେ ଅଟକ ବ୍ୟକ୍ତି ଜଣକ ବିଧାୟକଙ୍କ ଧମକ ଦେଇଥିଲେ କି ଅନ୍ୟ କେହି ଏପରି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ହୁଏତ ଅଟକ ଥିବା ବ୍ୟକ୍ତିଙ୍କ ନମ୍ବରରୁ ଅନ୍ୟ କେହି ଏପରି କେହି କରିଥିବା ସନ୍ଦେହ କରାଯାଉଛି । ରାଜନୈତିକ ଶତ୍ରୁତା ନେଇ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.