ବାଲେଶ୍ବର: ବାର ଆସୋସିଏସନ ପକ୍ଷରୁ ଆଜି କୋର୍ଟ ବର୍ଜନ ଆନ୍ଦୋଳନ କରାଯାଇଛି । ୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଜିଲ୍ଲା କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କୋର୍ଟ ବର୍ଜନ କରିଛନ୍ତି ଆଇନଜୀବୀ ।
ବାର ଆସୋସିଏସନର ଦାବି ଅନୁସାରେ, " ଜିଲ୍ଲାରେ ୮ଜଣ ଜିଲ୍ଲା ଦୌରାଜଜ୍ ପଦ ରହିଥିବାବେଳେ ଏବେ ମାତ୍ର ୨ଜଣ ଜଜ ନିଯୁକ୍ତ ଅଛନ୍ତି । ଫଳରେ ହଜାର ହାଜର ସଂଖ୍ୟାରେ ମାମଲାର ସମାଧାନ ନହୋଇ ପଡିରହୁଛି । ବରିଷ୍ଠ ଦେୱାନୀ ବିଚାରପତିଙ୍କ ପରିସୀମା କ୍ଷମତା ସଙ୍କୁଚିତ କରିବା ବନ୍ଦ କରାଯାଉ । କନିଷ୍ଠ ଦେୱାନୀ ବିଚାରପତିଙ୍କ ଅନୁପସ୍ଥିତିରେ ଅବିଳମ୍ବେ ଅନ୍ୟ ଜଣେ ବିଚାରପତିଙ୍କୁ ମୂଳ କ୍ଷମତା ପ୍ରଦାନ କରିବା ସହ ଖାଲି ପଡିଥିବା ବିଚାରପତିଙ୍କ ପଦବୀ ପୂରଣ ଓ ଚେକ ବାଉଁସ ମାମଲା ପାଇଁ ସ୍ୱତନ୍ତ୍ର ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ । ଏହାସହ ବାଲେଶ୍ୱରରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯାଉ ।" ଏଭଳି ୮ ଦଫା ନେଇ କୋର୍ଟ ବର୍ଜନ ଆନ୍ଦୋଳନ କରିଛି ବାର ଆସୋସିଏସନ ।
ଇଟିଭି ଭାରତ, ବାଲେଶ୍ବର