ETV Bharat / city

ସିଜିନ ସମୟରେ କାମରେ ଆସୁନି ଥଣ୍ଡା ପାନୀୟ, 2 ହଜାରରୁ ଊର୍ଦ୍ଧ୍ବ ବ୍ୟବସାୟୀ ପ୍ରଭାବିତ - corona

ବାଲେଶ୍ଵର ସହରରେ ଛୋଟ ବଡ଼ କରି ପ୍ରାୟ 2 ହଜାରରୁ ଅଧିକ ବ୍ୟବସାୟୀ ଥଣ୍ଡା ପାନୀୟ ବେପାର କରି ଗୁଜୁରାଣ ମେଣ୍ଟାଉଛନ୍ତି। ମାର୍ଚ୍ଚ ମାସ ଠାରୁ ଅଗଷ୍ଟ ଯାଏଁ ବିଶେଷ କରି ଥଣ୍ଡା ପାନୀୟର ଭଲ ବ୍ୟବସାୟ ହୋଇଥାଏ। ମାତ୍ର ଚଳିତ ବର୍ଷ କୋରୋନା କାରଣରୁ ଥଣ୍ଡା ପାନୀୟ ର ଆଶାତୀତ ବେପାର ହୋଇପାରିନାହିଁ । ଅଧିକ ଖବର ପଢନ୍ତୁ...

କୋରୋନା ମାଡ; ମାନ୍ଦା ପଡିଛି ଥଣ୍ଡା ପାନୀୟ ବେପାରୀଙ୍କ ବ୍ୟବସାୟ

author img

By

Published : Aug 27, 2020, 7:23 PM IST

ବାଲେଶ୍ବର: କୋରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିଲେ। ଏହି ଲକଡାଉନ ଯୋଗୁଁ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତିମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି ଗରମ ଦିନରେ ଥଣ୍ଡା ପାନୀୟ ବ୍ୟବସାୟ ଏଥର କୋରୋନା ପାଇଁ ବେଶ ପ୍ରଭାବିତ ହୋଇଛି।

କୋରୋନା ମାଡ; ମାନ୍ଦା ପଡିଛି ଥଣ୍ଡା ପାନୀୟ ବେପାରୀଙ୍କ ବ୍ୟବସାୟ

ବାଲେଶ୍ଵର ସହରରେ ଛୋଟ ବଡ଼ କରି ପ୍ରାୟ 2 ହଜାରରୁ ଅଧିକ ବ୍ୟବସାୟୀ ଥଣ୍ଡା ପାନୀୟ ବେପାର କରି ଗୁଜୁରାଣ ମେଣ୍ଟାଉଛନ୍ତି। ମାର୍ଚ୍ଚ ମାସ ଠାରୁ ଅଗଷ୍ଟ ଯାଏଁ ବିଶେଷ କରି ଥଣ୍ଡା ପାନୀୟର ଭଲ ବ୍ୟବସାୟ ହୋଇଥାଏ। ମାତ୍ର ଚଳିତ ବର୍ଷ କୋରୋନା କାରଣରୁ ଥଣ୍ଡା ପାନୀୟର ଆଶାତୀତ ବେପାର ହୋଇପାରିନାହିଁ । ବିବାହ କିମ୍ବା କୌଣସି ସାର୍ବଜନୀନ ଆୟୋଜନ ଉପରେ କଟକଣା ଥିବାରୁ ଥଣ୍ଡା ପାନୀୟର ଏଥର ଆବଶ୍ୟକ ପଡ଼ିନାହିଁ । ଯେଉଁଥିପାଇଁ ବର୍ତ୍ତମାନ ଅନଲକ ପରେ ମଧ୍ୟ ଅଣ୍ଟା ସଳଖି ଠିଆ ହୋଇପାରି ନାହାଁନ୍ତି ଥଣ୍ଡା ପାନୀୟ ବେପାରୀମାନେ ।

ଯେଉଁଠି ଜଣେ ବ୍ୟବସାୟୀ ଦିନକୁ 50 ହଜାର ଟଙ୍କା ବ୍ୟବସାୟ କରୁଥିଲେ ସେଠି ଏବେ 20 ହଜାର ବ୍ୟବସାୟ ହେବା କଷ୍ଟ ହେଉଛି । ସେହିପରି ଅଧିକୃତ ବିକ୍ରେତାମାନେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅନଲକ ପରେ ବର୍ଷାଦିନ ଆରମ୍ଭ ହୋଇଥିବା ବେଳେ ଲୋକମାନଙ୍କ ମଧ୍ୟରେ ସେତେଟା ଥଣ୍ଡା ପାନୀୟର ଚାହିଦା ବି ନାହିଁ ।

ଯାହା ବି ଦି ପଇସା ବ୍ୟବସାୟର ଲକ୍ଷ୍ୟ ଆଶା ରଖିଥିଲେ ତାହା କ୍ଷୀଣ ହୋଇଛି। ସାପ୍ତାହିକ ସଟଡାଉନ, ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା ଯୋଗୁଁ ଥଣ୍ଡା ପାନୀୟ ବ୍ୟବସାୟ ଏକପ୍ରକାର ଠପ ହୋଇଛି। ଯେଉଁଥିପାଇଁ ବ୍ୟବସାୟୀମାନେ ଘରଭଡା କିମ୍ବା କର୍ମଚାରୀଙ୍କୁ ଦରମା ଦେବାରେ ଅସୁବିଧା ଭୋଗୁଛନ୍ତି। ଏହାସହ ଥଣ୍ଡା ପାନୀୟର ଏକ୍ସପାଏରୀ ତାରିଖ ସରିଯାଉଥିବାରୁ ଅଧିକୃତ ବ୍ୟବସାୟୀମାନେ ବଡ଼ ଧରଣର କ୍ଷତି ସହିଥିବା ସେମାନେ କହିଛନ୍ତି ।

ଏ କୋରୋନାର କୋପ ସବୁ ବର୍ଗର ଲୋକଙ୍କ ଉପରେ ପଡିଛି । ଯାହାକି ସିଧାସଳଖ ସେମାନଙ୍କ ପରିବାରର ଗୁଜୁରାଣ ମେଣ୍ଟାଇବାରେ ବାଧକ ସୃଷ୍ଟି କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.