ETV Bharat / city

ପିଲାଚୋର ସନ୍ଦେହ; 2 ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଲୋକେ

ବାଲେଶ୍ଵର ଜିଲ୍ଲାରେ ଦୁଇଜଣ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ଲୋକେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

author img

By

Published : Mar 19, 2021, 12:29 PM IST

child-thieve-in-balasore
ପିଲାଚୋର ସନ୍ଦେହ; ଗଛରେ ବନ୍ଧା ହେଲେ ଦୁଇ ଯୁବକ

ବାଲେଶ୍ବର: ପ୍ରତିଦିନ ପିଲାଚୋର ସନ୍ଦେହରେ କେଉଁଠି ନା କେଉଁଠି ଲୋକମାନେ ଉତ୍ୟକ୍ତ ହେବାରେ ଲାଗିଛନ୍ତି । ଗତ କିଛିଦିନ ହେବ ଏମିତି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏ ଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ରସଲପୁର ଗାଁରେ ।

ଦୁଇଜଣ ଯୁବକଙ୍କୁ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକେ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଦୁଇଜଣ ଯୁବକ ଏକ କାରରେ ଗାଁ ଭିତରକୁ ପ୍ରବେଶ କରିଥିଲେ। ଗ୍ରାମବାସୀଙ୍କ ସନ୍ଦେହ ହେବାରୁ ସେମାନେ ଯୁବକଙ୍କୁ ପଚରାଉଚୁରା କରିଥଲେ ମଧ୍ୟ ସନ୍ତୋଷଜନକ ଉତ୍ତର ପାଇ ନଥିଲେ । ଅଧିକ ପଚରାଉଚୁରା କରିବା ପରେ ଯୁବକ ଦୁଇଜଣ ଚୋରି କରିବାକୁ ଆସିଥିବା ମାନିଥିଲେ । ଏହା ପରେ ଗ୍ରାମବାସୀ ଦୁଇ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ସେମାନେ ଆସିଥିବା କାରଟିକୁ ରାସ୍ତା ତଳକୁ ଓଲଟାଇ ଦେଇଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.