ETV Bharat / city

ଆଇନଶୃଙ୍ଖଳା ବିଗିଡିବା ଅଭିଯୋଗ ଆଣିଲା ବିଜେପି

author img

By

Published : Oct 5, 2021, 8:48 PM IST

ବାଲେଶ୍ଵରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ନଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

bjp press meet on law and order situation in Balasore
ଆଇନଶୃଙ୍ଖଳା ବିଗିଡିବା ଅଭିଯୋଗ ଆଣିଲା ବିଜେପି

ବାଲେଶ୍ଵର: ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ଏନେଇ ରେମୁଣା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ଜିଲ୍ଲାରେ ଚାଲଛି ମନମୁଖୀ କାର୍ଯ୍ୟ ବୋଲି ବିଜେପି ଅଭିଯୋଗ କରିଛି।

ଆଇନଶୃଙ୍ଖଳା ବିଗିଡିବା ଅଭିଯୋଗ ଆଣିଲା ବିଜେପି

ଦୀର୍ଘଦିନ ଧରି ସହରର ବିଭିନ୍ନ ଥାନାରେ ଆଇଆଇସି ନଥିବା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଦାୟିତ୍ବରେ ଥିବା ପୋଲିସ ଅଧିକାରୀମାନେ ସୁଚାରୁ ରୂପେ ଆଇନ ରକ୍ଷା କରିବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ହେଲେ ସହରର ବିଭିନ୍ନ ସ୍ଥାନରେ ନିଶା କାରବାର, ଛିନତାଇ ଓ ଗୁଣ୍ଡାଗର୍ଦ୍ଦି ଚାଲିଥିବା ବେଳେ ପୋଲିସ ନିରବ ହୋଇଛି। ସେହିପରି ଫୁଲାଡି ନିକଟରେ ନିର୍ମାଣଧୀନ ପୋଲ ତଳେ କଣ୍ଟାବଣିଆ ଗାଁର ବିଦ୍ୟାଧର ଦାସ ଜଣେ ସୁରକ୍ଷା କର୍ମୀଭାବେ କାର୍ଯ୍ୟ କରନ୍ତି।

ସେଠାରେ ଗତ 25 ତାରିଖରେ କିଛି ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପରେ ବିଦ୍ୟାଧରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ସମର୍କରେ ସହଦେଵଖୁଣ୍ଟା ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ଏଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.