ETV Bharat / city

ରେଳରାଣୀ ମମତା: ଗୋଟିଏ ବଟନରେ ଟ୍ରାକରେ ଦୌଡେ ଟ୍ରେନ - ବାଲେଶ୍ବରର ଲୋକ ପାଇଲଟ ମମତା

ମିଳିଛି ପରିଶ୍ରମର ପାରିଶ୍ରାମିକ । ନିଜ ପରିଶ୍ରମରେ ସେ ହୋଇପାରିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଦାରିଦ୍ର୍ୟ ଅଟକାଇ ପାରିନି ସ୍ବପ୍ନ ସାକାର କରିବାର ଯୋଶ୍ । ସେ ଲୋକୋ ପାଇଲଟ ଭାବେ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ରେଳରାଣୀ ମମତା: ଗୋଟିଏ ବଟନରେ ଟ୍ରାକରେ ଦୌଡେ ଟ୍ରେନ
author img

By

Published : Oct 3, 2019, 8:20 PM IST

Updated : Oct 4, 2019, 4:29 PM IST

ବାଲେଶ୍ବର: ଦୃଢଇଚ୍ଛା ଶକ୍ତି ଆଗରେ ହାର ମାନେ ଦାରିଦ୍ର୍ୟ । ଅଭାବ ଅନାଟନ ବେଳେବେଳେ ମଣିଷକୁ ଦୃଢ କରି ନିଜକୁ ନିଜେ ଚିହ୍ନିବାର ମାଧ୍ୟମ ହୋଇଥାଏ । ମମତାଙ୍କ କ୍ଷେତ୍ରରେ ମଧ୍ୟ କିଛି ଏପରି ଘଟିଛି । ନିଜ ପରିଶ୍ରମରେ ସେ ହୋଇପାରିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଦାରିଦ୍ର୍ୟ ଅଟକାଇପାରିନି ସ୍ବପ୍ନ ସାକାର କରିବାର ଯୋଶ୍ । ସେ ଲୋକୋ ପାଇଲଟ ଭାବେ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ଲୋକ ପାଇଲଟ ମମତା

ମମତାଙ୍କ ବାପା ଚାଷୀ ଆଉ ମାଆ ଗୃହିଣୀ । ପିଲାଟି ଦିନରୁ ପାଠପଢାରେ ଆଗୁଆ ଥିଲେ ମମତା । ମାତ୍ର ବାଧକ ସାଜିଥିଲା ଅର୍ଥ । ଆଶା ଛାଡିନଥିଲେ ମାଆ । ଝିଅ ହାତରେ ଗୁଞ୍ଜି ଦେଉଥିଲେ ନିଜ ସିଲେଇ ଅର୍ଥ । ଘର ଲୋକଙ୍କ ବାରଣ ସତ୍ତ୍ବେ ଛାଡିଥିଲେ ଘର । ବୃଥା ଯାଇନଥିଲା ପ୍ରୟାସ । 2013ରେ ଦକ୍ଷିଣ ପୂର୍ବ ରେଳପଥର ଖଡଗପୁର ଡିଭିଜନରେ ପାଇଲେ ଆସିଷ୍ଟାଣ୍ଡ ପାଇଲଟ ନିଯୁକ୍ତି । କିନ୍ତୁ ଝିଅ ହୋଇଥିବାରୁ ଚାରିଆଡୁ ଶୁଭିଥିଲା ନିରୁତ୍ସାହିତର ବାଣୀ । ହେଲେ ସେ ହାର ମାନିନଥିଲେ । ଆଉ ତାଙ୍କ ଦୃଢ ଇଚ୍ଛାଶକ୍ତି ତାଙ୍କୁ ଦେଇଥିଲା ସଫଳତା । ପାଲଟିଥିଲେ ଲୋକୋ ପାଇଲଟ । ପ୍ରଥମେ ମାଲବାହୀ ଟ୍ରେନ ଓ ପରେ ଚଲାଇଥିଲେ ପାସେଞ୍ଜର ଟ୍ରେନ ।

ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ ସେ ନିଜକୁ କେବଳ ଅବସ୍ଥାପିତ କରିନାହାନ୍ତି ବରଂ ପ୍ରମାଣ କରିଛନ୍ତି ଯେ, ନାରୀ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ନିଜ ସ୍ୱପ୍ନ ପୂରଣ ପାଇଁ ଅଟକାଇ ପାରିନି ଗରିବୀ। ନିଜ ପରିଶ୍ରମରେ ସେ ହୋଇପାରିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ବାଲିଆପାଳର ମମତା ସାହୁଙ୍କ କଥା। ନିଜ ଅଦ୍ୟମ ଇଛାଶକ୍ତି ବଳରେ ସେ ଲକୋ ପାଇଲଟ ଭାବେ ନିଜର ପରିଚୟ ସୃଷ୍ଟି କରି ସମାଜ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବେତଗଡିଆ ପଞ୍ଚାୟତ ନାରାୟଣପୁର ଗ୍ରାମର ମମତା ସାହୁ,ବାପା ଅଜୟ ସାହୁ ଜଣେ ଚାଷି ଆଉ ମା ପଦ୍ମାବତୀ ଜଣେ ଗୃହିଣୀ। 2 ଭାଇ 2ଭଉଣୀ ଭିତରେ ମମତା ହେଲେ ଭାଇ ଭଉଣୀ ମୀନଙ୍କ ଠାରୁ ବଡ। ଘର କହିଲେ ଚାଳ ଛପର ଘର ସେଥିରୁ ପୁଣି ପାଣି ଗଳୁଛି। ଜମି ମାଚ୍ର 1 ଏକର ସଥିରୁ ଅଧା ସୁବର୍ଣ୍ଣରେଖା ନଦୀର ବନ୍ୟାରେ ଯାଏ। ଯାହା ଅମଳ ହୁଏ ବର୍ଷ ଯାକର ଖାଦ୍ୟ ପାଇଁ ନିଅଣ୍ଟ ହୋଇଥାଏ। ମମତା ପିଲାଟି ଦିନରୁ ଭଲ ପାଠ ପଢିବା ସହିତ ଖେଳ କୁଦରେ ଅଗ୍ରଣୀ ଥିଲେ ମଧ୍ୟ ଅର୍ଥଭାବ ଯୋଗୁଁ ଚିନ୍ତିତ ଥିଲେ ବାପା-ମା। ମା ସିଲେଇ କରି ଯାହା ଦି ପଇସା ମିଳେ ସେଥିରେ ସେ ମମତାଙ୍କ ସ୍ୱପ୍ନ ପୁରଣ କରିବାରେ ଲାଗି ପଡ଼ିଥିଲେ। ମେଟ୍ରିକରେ 75 ପ୍ରତିଶତ ନମ୍ବର ରଖି ପ୍ରଥମ ଶ୍ରେଣୀରେ ଉତିର୍ଣ୍ଣ ହେବାପରେ ଭଲ ଚାକିରି କରିବା ପାଇଁ ଥିଲା ବିରାଟ ସ୍ବପ୍ନ,ହେଲେ ଘରର ଆର୍ଥିକ ପରିସ୍ଥିତି ଏହାର ପ୍ରତିବନ୍ଧକ ସୃଷ୍ଟି କରିଥିଲା। +2 ବିଜ୍ଞାନ ପରେ ଇଲେକଟ୍ରିକ ଡିପ୍ଲମା ଇଞ୍ଜିନିୟରିଂ ପାସ କରି ଚେନ୍ନାଇରେ ଏକ ଘରୋଇ କମ୍ପାନିରେ ଚାକିରି ମିଳିଲା। ସେ ପୁଣି ବହୁତ କମ ଦରମା,ବଡ ଚାକିରି ଲକ୍ଷରେ ଥିବାରୁ ଏହି ଚାକିରି ଛାଡିଥିଲେ। ପରିବାର ଲୋକଙ୍କ ବାରଣ ସତ୍ବେ ଘରୁ ଗୋଡ କାଢିଥିଲେ ଏକ ନୂଆ ଲକ୍ଷ୍ୟ ନେଇ।

,2013 ମସିହାରେ ଦକ୍ଷିଣ ପୁର୍ବ ରେଳପଥର ଖଡଗପୁର ଡିଭିଜନରେ ଆସିଷ୍ଟାଣ୍ଡ ପାଇଲଟ ଭାବେ ନିଯୁକ୍ତି ପାଇଲେ। ସେଥିରେ ପୁଣି ଅନେକ ଲୋକ ତାଙ୍କୁ ଏଆଡୁ ସେଆଡୁ କହି ନିରୁତ୍ସାହିତ କଲେ,ରେଳ ଚଳାଇାବା ସହଜ କାମ ନୁହେଁ। ପୁଅ ପିଲାମାନେ ତାଲିମ ଅଧାରୁ ଛାଡି ଚାଲି ଯାଆନ୍ତି ଆଉ ତୁମେ ତ ଝିଅ ପିଲା ଏମିତି ଅନେକ କଥା। ଲୋକଙ୍କ କଥାକୁ ଭୃକ୍ଷେପ ନକରି କଠିନ ତାଲିମ ନେଇ ସଫଳ ହେଲେ।ପ୍ରଥମେ ମାଲବାହି ଟ୍ରେନ ଚଳାଇଲେ ଆଉ ଏବେ ଖଡଗପୁର ଠାରୁ ଭୟା ଟାଟା ହୋଇ ଆନ୍ଦୋଳ ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଟଳାଉଛନ୍ତି ମମତା।
ବାଇଟ1- ପଦ୍ମାବତି ସାହୁ(ମମତାଙ୍କ ମା)
ବାଇଟ- ମମତାଙ୍କ ଜେଜେ ମା

Conclusion:
Last Updated : Oct 4, 2019, 4:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.