ETV Bharat / city

ପାନ ଦୋକାନରୁ ମେଣ୍ଟୁଛି ଦିବ୍ୟାଙ୍ଗ ଯୁବତୀଙ୍କ ଗୁଜୁରାଣ, ନା ଅଛି ଛାତ ନା ମିଳୁଛି ସହାୟତା - madumita need Government assistance

ଦିବ୍ୟାଙ୍ଗଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନାମାନ କରିଛନ୍ତି ରାଜ୍ୟ ସରକାର । ହେଲେ ଅନେକ ସମୟରେ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପାନ ଦୋକାନରୁ ମେଣ୍ଟୁଛି ଦିବ୍ୟାଙ୍ଗ ଯୁବତୀଙ୍କ ଗୁଜୁରାଣ

author img

By

Published : Dec 24, 2021, 4:16 PM IST

ବାଲେଶ୍ବର: ଦିବ୍ୟାଙ୍ଗଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନାମାନ କରିଛନ୍ତି ରାଜ୍ୟ ସରକାର । ହେଲେ ଅନେକ ସମୟରେ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସେମିତି ଏକ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଚାଲୁଣିଗାଁ ପଞ୍ଚାୟତ ଇସାଣପୁର ଗାଁରେ ।

ପାନ ଦୋକାନରୁ ମେଣ୍ଟୁଛି ଦିବ୍ୟାଙ୍ଗ ଯୁବତୀଙ୍କ ଗୁଜୁରାଣ

ଗାଁର ଉପେନ୍ଦ୍ର ପାଣିଙ୍କ ୨୨ ବର୍ଷୀୟା ଦିବ୍ୟାଙ୍ଗ ଝିଅ ମଧୁମିତା ପାଣି । ମଧୁମିତା ଜନ୍ମରୁ ୯୦ ପ୍ରତିଶ୍ରତ ଦିବ୍ୟାଙ୍ଗ । ସେ ଜନ୍ମରୁ ବଧିର, ମୁକ । ମଧୁମିତାଙ୍କ ବାପା ଉପେନ୍ଦ୍ର ଜଣେ ଦିନମଜୁରିଆ । ମୂଲମଜୁରି ଲାଗି ଯାହା ଦୁଇପଇସା ରୋଜଗାର କରନ୍ତି ସେଥିରେ କଷ୍ଟେ ମଷ୍ଟେ ଘର ଚଳେ । ସରକାରୀ ସହାୟତା କହିଲେ ପରିବାରକୁ କେବଳ ରାସନ କାର୍ଡ ଖଣ୍ଡେ ମିଳିଛି । ଏହି ପରିବାର ପାଇଁ ଆବାସ ଯୋଜନାରେ ଘର ଖଣ୍ଡିଏ ସାତ ସପନ ପାଲଟିଛି । ଝାଟିମାଟି ନଡ଼ା ଛପର ଭଙ୍ଗା କୁଡ଼ିଆରେ ପରିବାରଙ୍କ ଜୀବନ ବିତୁଛି । ବର୍ଷା ଦିନେ ଛପରରୁ ପାଣି ଗଳି ଘରେ କାଦୁଅ ହୋଇଯାଏ ଫଳରେ ଚଳିବା ପାଇଁ ପରିବାର ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ମଧୁମିତା ନିଜେ ଚଳିବା ପାଇଁ ଘର ଆଗରେ ଏକ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏମିତି ପରିସ୍ଥିତିରେ ଦିବ୍ୟାଙ୍ଗ ଯୁବତୀଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ଦାବି ହୋଇଛି (madumita need Government assistance) ।

ଆବାସ ଯୋଜନାରେ ଘରଟିଏ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ଦିବ୍ୟାଙ୍ଗ ମଧୁମିତା ଆବାସ ଘରଟିଏ ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଏବଂ ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ତିନିବର୍ଷ ଧରି ଗୁହାରି କରିଥିଲେ । ମନ୍ତ୍ରୀ ଏବଂ ପ୍ରସାଶନିକ ଅଧିକାରୀ ମାନେ ଘର ଖଣ୍ଡିଏ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଏଯାଏଁ ମଧ୍ୟ ଘରଟିଏ ପାଇନାହାନ୍ତି । ସମସ୍ତଙ୍କ ଠାରୁ ଆଶା, ବିଶ୍ୱାସ ହରାଇବା ପରେ ଶେଷରେ ଘରଟିଏ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ଜଣାପଡିଛି । ତେବେ ମଧୁମିତାଙ୍କୁ କେବେ ସହାୟତା ମିଳୁଛି ଓ ତାଙ୍କ ସସମ୍ୟା ଦୂର ହେଉଛି ତାହା ଦେଖିବା ବାକି ରହିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.