ETV Bharat / city

ଚାଷୀଙ୍କୁ ମାଛ ଯାଆଁଳ ଓ ଖାଦ୍ୟ ବଣ୍ଟନ କଲେ ବାଲେଶ୍ବର ସାଂସଦ - ଚାଷୀଙ୍କୁ ମାଛ ଯାଆଁଳ ଓ ଖାଦ୍ୟ ବଣ୍ଟନ କଲେ ବାଲେଶ୍ବର ସାଂସଦ

ବାଲେଶ୍ବର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ମତ୍ସ୍ୟ ଚାଷୀଙ୍କୁ ମାଗଣାରେ ଉନ୍ନତ କିସମର ମାଛ ଜାଆଁଳା ଓ ମାଛଖାଦ୍ୟ ବଣ୍ଟନ କଲେ ବାଲେଶ୍ବର ସାଂସଦ । ଅଧିକ ପଢନ୍ତୁ...

Balasore mp distribute fish and fish food to fish farmer
ଚାଷୀଙ୍କୁ ମାଛ ଯାଆଁଳ ଓ ଖାଦ୍ୟ ବଣ୍ଟନ କଲେ ବାଲେଶ୍ବର ସାଂସଦ
author img

By

Published : Aug 22, 2021, 3:54 PM IST

Updated : Aug 22, 2021, 4:08 PM IST

ବାଲେଶ୍ଵର: ଚାଷୀଙ୍କୁ ମାଛ ଖାଦ୍ୟ ଓ ଯାଆଁଳ ଚାଷୀଙ୍କୁ ବଣ୍ଟନ। ବାଲେଶ୍ବର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ମତ୍ସ୍ୟ ଚାଷୀଙ୍କୁ ମାଗଣାରେ ଉନ୍ନତ କିସମର ମାଛ ଜାଆଁଳା ଓ ମାଛଖାଦ୍ୟ ବଣ୍ଟନ କରାଯାଇଛି।

ଚାଷୀଙ୍କୁ ମାଛ ଯାଆଁଳ ଓ ଖାଦ୍ୟ ବଣ୍ଟନ କଲେ ବାଲେଶ୍ବର ସାଂସଦ

ବାଲେଶ୍ବର ଜିଲ୍ଲାରେ ଆଇସିଏଆର - ସିଫା ଦ୍ଵାରା ଆରମ୍ଭ ହୋଇଥିବା SCSP ଯୋଜନାକୁ ବାଲେଶ୍ବର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରଣାଳୟ ଅଧିନସ୍ଥ ସଂସ୍ଥା ICAR ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ମତ୍ସ୍ୟ ଚାଷୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଅନେକ ରାଜ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମଧୁର ମାଛ ଚାଷୀମାନେ କେମିତି ଅଧିକରୁ ଅଧିକ ଲାଭବାନ ହୋଇପାରିବେ ସେଥିପ୍ରତି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ମାନେ ସଦା ତତ୍ପର ଓ ସେବା ଯୋଗାଇ ଦିଆଯିବ ବୋଲି ଆଇସିଏଆର - ସିଫାର ନିର୍ଦ୍ଦେଶକ ଏସ କେ ସ୍ବାଇଁ ସୂଚନା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ୫୦ ଜଣ ଉଭୟ ପୁରୁଷ ଓ ମହିଳା ଚାଷୀଙ୍କୁ ମାଛ ଜାଆଁଳା ଓ ମାଛଖାଦ୍ୟ ବଣ୍ଟନ କରାଯାଇଛି। ଆଗାମୀ ଦିନରେ ସମସ୍ତ ପଞ୍ଜିକୃତ ଚାଷୀଙ୍କ ପାଖକୁ ଏହା ପଠାଇ ଦିଆଯିବ ବୋଲି ସଂସ୍ଥା ତରଫରୁ ସୂଚନା ଦିଆଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 22, 2021, 4:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.