ETV Bharat / city

Khokho competition: ବିଜୟ ମୁୁକୁଟ ପିନ୍ଧିଲା ବାଲେଶ୍ବର ଟିମ୍ - ବିଜୟୀ ବାଲେଶ୍ବର ପୁରୁଷ ଦଳ

ଖୋଖୋ ଖେଳରେ (Khokho competition) ବାଜି ମାରିଲା ବାଲେଶ୍ବର ଟିମ୍ । ଦମଦାର ପ୍ରଦର୍ଶନ କରି ବିଜୟୀ ମୁକୁଟ ପିନ୍ଧିଛି ବାଲେଶ୍ବର ପୁରୁଷ ଦଳ । ଅଧିକ ପଢନ୍ତୁ

ବିଜୟ ମୁୁକୁଟ ପିନ୍ଧିଲା ବାଲେଶ୍ବର ଟିମ୍
ବିଜୟ ମୁୁକୁଟ ପିନ୍ଧିଲା ବାଲେଶ୍ବର ଟିମ୍
author img

By

Published : Dec 17, 2021, 1:52 PM IST

ବାଲେଶ୍ବର: ଖୋଖୋ ଖେଳରେ (Khokho competition) ବାଜି ମାରିଲା ବାଲେଶ୍ବର ଟିମ୍ । ଦମଦାର ପ୍ରଦର୍ଶନ କରି ବିଜୟୀ ମୁକୁଟ ପିନ୍ଧିଛି ବାଲେଶ୍ବର ପୁରୁଷ ଦଳ । ପୁରୁଷ ବର୍ଗରେ କିଟ୍ ଦଳକୁ ହରାଇ ଚମ୍ପିଆନ ହୋଇଛି ବାଲେଶ୍ବର ଟିମ । ସେପଟେ ମହିଳା ବର୍ଗରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ମହିଳା ଦଳ । ସଫଳତା ପାଉଁ ଉଭୟ ଦଳକୁ ଛୁଟିଛି ପ୍ରଶଂସାର ସୁଅ ।

୧୨ ତାରିଖରୁ ଅନୁଗୋଳ ଷ୍ଟାଡିୟମରେ ଚାଲିଥିବା ୫୪ ତମ ରାଜ୍ୟସ୍ତରୀୟ ସିନିୟର ଖୋ-ଖୋ ପ୍ରତିଯୋଗିତାର ପୁରୁଷ ବର୍ଗରେ ବାଲେଶ୍ଵର ପୁରୁଷ ଦଳ କିଟ୍ କୁ ହରାଇ ଚମ୍ପିଆନ ହୋଇଛି । ମହିଳା ବର୍ଗରେ ବାଲେଶ୍ଵର ମହିଳା ଦଳ କିଟ୍ ଟିମଠୁ ହାରି ରନର୍ସ ଅପ୍ ହୋଇଛନ୍ତି । ମହିଳା ବର୍ଗରେ କିଟ୍ ମହିଳା ଦଳ ଚାମ୍ପିୟନ ହୋଇଛି । ଉଭୟ ବର୍ଗର ଚାମ୍ପିୟନ ଏବଂ ରନର୍ସ ଅପ୍ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ମହିଳା ବର୍ଗରେ ବାଲେଶ୍ଵରର ପ୍ରିୟଙ୍କା ସିଂହ ଶ୍ରେଷ୍ଠ ଖେଳାଳି ଏବଂ ପୁରୁଷ ବର୍ଗରେ ବାଲେଶ୍ଵରର ଜଗନ୍ନାଥ ମୁର୍ମୁ ଶ୍ରେଷ୍ଠ ଖେଳାଳି ଓ ଲିପୁନ ମୁଖୀ ଶ୍ରେଷ୍ଠ ଚେଜର ବିବେଚିତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ୨୨ଟି ଜିଲ୍ଲା ଅଶଂ ଗ୍ରହଣ କରିଥିଲା । ପୁରୁଷ ବିଭାଗରେ ୨୨ ଦଳର ୩୦୮ ଏବଂ ମହିଳା ବିଭାଗରେ ୧୮ ଦଳରୁ ୨୫୨ ଜଣ ଭାଗ ନେଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.