ବାଲେଶ୍ବର: ଜଳେଶ୍ବର ଓ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରାଯାଇଛି । ତା ସହିତ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିିଛି ଅବକାରୀ ବିଭାଗ । ଜଳେଶ୍ବର ଓ ଭୋଗରାଇ ବ୍ରାଉନସୁଗାର କାରବାର ହେଉଥିବା ନେଇ ଅବକାରୀ ବିଭାଗର ଏକ ପାଞ୍ଚ ଜଣିଆ ଟିମ ପାଟ୍ରୋଲିଂ ଚଳାଇଥିଲା ।
ଅବକାରୀ ବିଭାଗ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗରର ମୂଲ୍ୟ 55 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ