ETV Bharat / city

ବାଲେଶ୍ବର ଉପନିର୍ବାଚନ: ବଢିଲା ନେତାଙ୍କ ହାର୍ଟବିଟ୍, ଆଜି ବାହାରିବ ଫଳ - balasore bypoll election

ବାଲେଶ୍ବରରେ କିଏ ମାରିବ ବାଜି । ନଜର ଫଳାଫଳ ଉପରେ । ବଢୁଛି ଉତ୍କଣ୍ଠା । ଇଭିଏମରେ ବନ୍ଧା ପଡିଛି ପ୍ରାର୍ଥୀଙ୍କ ଭାଗ୍ୟ । ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର । ଅଧିକ ପଢନ୍ତୁ...

ବାଲେଶ୍ବରରେ କିଏ ମାରିବ ବାଜି
ବାଲେଶ୍ବରରେ କିଏ ମାରିବ ବାଜି
author img

By

Published : Nov 10, 2020, 7:20 AM IST

Updated : Nov 10, 2020, 8:04 AM IST

ବାଲେଶ୍ବର: ବାଲେଶ୍ବର ସଦର ଉପନିର୍ବାଚନ ଲାଗି ଆଜି ଭୋଟ ଗଣତି । ବାଲେଶ୍ବରରେ କିଏ ମାରିବ ବାଜି । ଆଜି ଆସିବ ଫଳାଫଳ । ସକାଳ 8ଟାରୁ ଆରମ୍ଭ ହେବ ଭୋଟ ଗଣତି । କୋରୋନା କଟକଣାରେ କଡା ସୁରକ୍ଷା ଭିତରେ ଭୋଟ ଗଣତି ନେଇ ଜିଲ୍ଲାପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ । ଆଜି ଷ୍ଟ୍ରଙ୍ଗ ରୁମରୁ ଫିଟିବ ବାଲେଶ୍ବର ସଦର ଉପନିର୍ବାଚନ ପ୍ରାର୍ଥୀଙ୍କ ଭାଗ୍ୟ ।

ବାଲେଶ୍ବରର ପୂର୍ବତନ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସିମ୍ପାଥି ଭୋଟ ପାଇଁ ବିଜେପି ଦିବଙ୍ଗତ ନେତାଙ୍କ ପୁଅଙ୍କୁ ନିର୍ବାଚନକୁ ଓହ୍ଲାଇଛି । ସଦର ଉପନିର୍ବାଚନ ଲାଗି 6 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବିଜେପି ପକ୍ଷରୁ ମଦନ ମୋହନଙ୍କ ପୁଅ ମାନସ ମୋହନ ଦତ୍ତ ପ୍ରତିଦ୍ବନ୍ଦ୍ବୀତା କରୁଛନ୍ତି । ପୂର୍ବରୁ ପୌର ପରିଷଦ ନିର୍ବାଚନ ଜିତିଥିବା ସ୍ବରୂପ କୁମାରଙ୍କୁ ବିଜେଡି ଛିଡା କରିଛି । କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିଥିଲେ ମମତା କୁଣ୍ଠୁ । ସେପଟେ, ସ୍ବାଧୀନ ପ୍ରାର୍ଥୀ ଭାବେ ବେଣୁଧର ବାରିକ ସମସ୍ତଙ୍କୁ କଡା ଟକ୍କର ଦେଇଛନ୍ତି ।

ବାଲେଶ୍ବର ଉପନିର୍ବାଚନ

ମାନସ ବାପାଙ୍କ ନାଁରେ ଲୋକଙ୍କ ନିକଟତର ପ୍ରୟାସ ହେବାକୁ ଚେଷ୍ଟା କରିଥିଲେ । ତାଙ୍କ ବାପା ସର୍ବଦା ଦରକାର ଥିବା ଲୋକଙ୍କ ପାଖରେ ଛିଡା ହୋଇଆସିଛନ୍ତି । ସେ ମଧ୍ୟ ତାଙ୍କ ବାପାଙ୍କ ପରି କାମ କରିବେ ବୋଲି କହିଛନ୍ତି ମାନସ । 2019 ରେ ବିଜେପି ପ୍ରାର୍ଥୀ ଭାବେ ପ୍ରଥମ ଥର ଲାଗି ବାଲେଶ୍ବର ସଦର ଆସନରୁ ମୋଦନ ମୋହନ ଦତ୍ତ ବିଜୟ ହୋଇଥିଲେ ।

ସେପଟେ, କାଉଣ୍ଟିଂ ଲାଗି ଷ୍ଟ୍ରଙ୍ଗ ରୁମକୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଣତି ପାଇଁ ଦୁଇଟି ହଲରେ 14 ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରଥମେ ପୋଷ୍ଟଲ୍ ବାଲଟ ଗଣତି ହେବ ଓ ଏଥିପାଇଁ 3 ଟେବୁଲ୍ ବ୍ୟବସ୍ଥା କରାଯାଇଛି । ସଦର ଉପନିର୍ବାଚନ ପାଇଁ 71% ମତଦାନ ହୋଇଥିବା ବେଳେ ସଦର ବ୍ଲକ୍ ଓ ପୌରାଞ୍ଚଳ କୁ ମିଶାଇ 346 ଟି ବୁଥ ରୁ ଆସିଥିବା ମତଦାନକୁ 25 ଟି ରାଉଣ୍ଡ ରେ ଗଣତି କରାଯିବ ।

ଗଣତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 120 ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ସୁରକ୍ଷା ଦିଗକୁ ଲକ୍ଷ୍ୟ କରି 183 ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ 60 ଜଣ କର୍ମଚାରୀଙ୍କୁ ମେସିନ ହ୍ୟାଣ୍ଡେଲ୍ କରିବା ପାଇଁ ନିୟୋଜିତ କରାଯାଇଥିବା ବେଳେ ଷ୍ଟ୍ରଙ୍ଗ ରୁମ୍ ରୁ 100 ମିଟର ଭିତରେ ଯିବା ଆସିବାକୁ ବାରଣ କରାଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ସମସ୍ତେ ମାସ୍କ, ଗ୍ଲୋବ୍ସ ବ୍ୟବହାର କରିବେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ

Last Updated : Nov 10, 2020, 8:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.