ETV Bharat / city

ବାଲେଶ୍ବରରେ ବାଜି ମାରିଲା ବିଜେଡି

author img

By

Published : Nov 10, 2020, 8:59 PM IST

ବାଲେଶ୍ଵର ସଦର ଉପନିର୍ବାଚନରେ ବାଜିଗର ହୋଇଛନ୍ତି ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । ଅଧିକ ପଢନ୍ତୁ...

ବାଲେଶ୍ବରରେ ବାଜି ମାରିଲା ବିଜେଡି
ବାଲେଶ୍ବରରେ ବାଜି ମାରିଲା ବିଜେଡି

ବାଲେଶ୍ଵର: ସଦର ଉପନିର୍ବାଚନରେ ବାଜିଗର ହୋଇଛନ୍ତି ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । 25 ରାଉଣ୍ଡ ଗଣତି ପରେ ସ୍ବରୂପ ସମୁଦାୟ 82,810 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ 13, 395 ଖଣ୍ଡ ଭୋଟରେ ହରାଇ ସଦର ନିର୍ବାଚନ ମଣ୍ଡଳୀ ଦଖଲ କରିଛନ୍ତି ।

ବାଲେଶ୍ବରରେ ବାଜି ମାରିଲା ବିଜେଡି

ବିଜୟକୁ ନେଇ ସ୍ବରୂପ ବେଶ ଖୁସି ଥିବା ବେଳେ ଜିଲ୍ଲା ସଭାପତି, ରାଜ୍ୟ ନେତୃ ମଣ୍ଡଳୀକୁ ଧନ୍ୟବାଦ ଦେଇଛନ୍ତି । ଆଗାମୀ ଦିନରେ ବାଲେଶ୍ଵର ଜନସାଧାରଣଙ୍କ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା 1631 ଖଣ୍ଡ ପୋଷ୍ଟାଲ ବାଲାଟ ଓ 1500 ପାଖାପାଖି ଭିଭିପାଟ ଭୋଟ ଗଣତି ସୂଚନା ଆସିନାହିଁ । ତଥାପି ସ୍ବରୂପ ଦାସ ବଡ ବ୍ୟବଧାନରେ ଆଗୁଆ ଥିବାରୁ ତାଙ୍କର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଛି । ତେବେ ପୋଷ୍ଟର ବାଲେଟରୋ ସ୍ବରୂପ 13516 ଭୋଟ ପାଇଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.