ETV Bharat / city

ମଧ୍ୟାହ୍ନ ଭୋଜନରେ ମିଳିଲାନି ଅଣ୍ଡା, ସ୍କୁଲ ଗେଟରେ ପଡିଲା ତାଲା - ମଧ୍ୟାହ୍ନ ଭୋଜନ

ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ବଦଳରେ ଆଳୁ ତରକାରୀ ଦେବାରୁ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ପ୍ରାଥମିକ ବିଦ୍ୟାଳୟରେ ।

ମଧ୍ୟାହ୍ନ ଭୋଜନରେ ମିଳିଲାନି ଅଣ୍ଡା
ମଧ୍ୟାହ୍ନ ଭୋଜନରେ ମିଳିଲାନି ଅଣ୍ଡା
author img

By

Published : Oct 17, 2022, 10:05 PM IST

ବାଲେଶ୍ବର: ପାଠପଢା ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ଆରମ୍ଭ ହୋଇଛି । ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ପୋଷାକ ଓ ବହି ମଧ୍ୟ ମାଗଣାରେ ବଣ୍ଟନ କରାଯାଉଛି । କିନ୍ତୁ ଏବେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତିତା ହୋଇଥିବା ଘଟଣା ସାମ୍ନାକୁ ଆସିଛି, ମଧ୍ୟାହ୍ନ ଭୋଜନରେ ଅଣ୍ଡା ନଦେବାରୁ ବିଦ୍ୟାଳୟ ଗେଟରେ ତାଲା ପକାଇଲେ ଅଭିଭାବକ । ଶନିବାର ଅଣ୍ଡା ତରକାରୀ ବଦଳରେ ଆଳୁ ତରକାରୀ ଦେବାରୁ ଏଭଳି ପଦକ୍ଷପ ନେଇଥିଲେ ଅଭିଭାବକ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୋରାଣିପଦା ପ୍ରାଥମିକ ବିଦ୍ୟାଳୟରେ ।

ମଧ୍ୟାହ୍ନ ଭୋଜନରେ ମିଳିଲାନି ଅଣ୍ଡା

ମିଳିଥିବା ସୂଚନା ଅନୁଯାୟୀ , ଗତ ଶନିବାର ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କୁ ଅଣ୍ଡା ଦିଆଯିବା କଥା। ମାତ୍ର ବିଦ୍ୟାଳୟରେ ପକ୍ଷରୁ ଅଣ୍ଡା ତରକାରୀ ବଦଳରେ ଆଳୁ ତରକାରୀ ଦିଆଯାଇଥିଲା । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିବା। ଆଜି (ସୋମବାର) ସ୍କୁଲ ଖୋଲିବା ପରେ ଅଭିଭାବକମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣ ଦେଇଥିଲେ। ଏମିତିକି ସ୍କୁଲ ଭିତରକୁ କାହାକୁ ବି ଛାଡି ନଥିଲେ ଅଭିଭାବକ ମାନେ।

ଏହା ମଦ୍ୟ ପଢନ୍ତୁ-ବାଲି ମାଫିଆଙ୍କ ଗୁଣ୍ଡାରାଜ, ଚଢାଉବେଳେ ଅତିରିକ୍ତ ତହସିଲଦାର ଓ ଆର୍‌ଆଇଙ୍କୁ ଆକ୍ରମଣ

ତେବେ ଏହି ଘଟଣା ସମ୍ପର୍କରେ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ, କିନ୍ତୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏମିତି ନିଷ୍ପତ୍ତି ନେଇଥିଲେ ଅଭିଭାବକ ମାନେ। ତୁରନ୍ତ ଏହି ଘଟଣା ଉପରେ ବିଭାଗୀୟ କର୍ତ୍ତୃପକ୍ଷ ତଦନ୍ତ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିବା ପାଇଁ ଦାବି ହୋଇଛି। ଖବର ପାଇ ଘଟଣାସ୍ଥଳରେ ଏବିଇଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତବେ ବିଦ୍ୟାଳୟ ଗେଟ ବନ୍ଦ ରହିବା କାରଣରୁ ଛାତ୍ରଛାତ୍ରୀ ମାନେ ଅନ୍ୟସ୍ଥାନରେ ପାଠପଢୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.