ବାଲେଶ୍ଵର: ଜିଲ୍ଲା ଭୋଗରାଇ ଉଦୟପୁର ବେଳାଭୂମିର ନିକଟବର୍ତ୍ତୀ ମାଣ୍ଡାରମୋନି ବେଳାଭୂମିରେ ଏକ ବିରାଟ ତିମିର ମୃତଦେହ ଦେଖିବାକୁ ମିଳିଛି। ଏତେ ବଡ଼ ତିମି ବହୁତ କମ ଦେଖିବାକୁ ମିଳେ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ମୃତ ତିମିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ତିମି ସିଲ ପ୍ରଜାତିର ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ