ETV Bharat / city

କଇଁଛ ଚୋରାଚାଲାଣ ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ - ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ

ବାଲେଶ୍ବରରୁ ପଶ୍ଚିମବଙ୍ଗକୁ ହେଉଥିଲା କଇଁଛ ଚୋରାଚାଲାଣ । ଚଢାଉ କରି 87 କଇଁଛ ଉଦ୍ଧାର କଲା ବନ ବିଭାଗ । ଅଧିକ ପଢନ୍ତୁ

କଇଁଛ ଚୋରାଚାଲାଣ ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ

author img

By

Published : Sep 8, 2022, 1:47 PM IST

Updated : Sep 8, 2022, 2:00 PM IST

ବାଲେଶ୍ବର: ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ବେଳେ ମାଡିବସିଲା ବନ ବିଭାଗ । 87ଟି କଇଁଛ ଉଦ୍ଧାର କରିବା ସହ ଜଣେ ବେପାରୀକୁ ଗିରଫ କରାଯାଇଥିବା ସୂଚନା । ବାଲେଶ୍ବର ଜିଲ୍ଲା ଜଳେଶ୍ବର 60 ନମ୍ବର ଜାତୀୟ ରାଜପଥର ଚାଲନ୍ତି ବାଇପାସ ନିକଟରେ ଚଢାଉ କରାଯାଇ ଚୋରାଚାଲାଣ ହେଉଥିବା କଇଁଛକୁ ଉଦ୍ଧାର କରିଛି ବନ ବିଭାଗ ।

କଇଁଛ ଚୋରାଚାଲାଣ ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ

ଏହା ମଧ୍ୟ ପଢନ୍ତୁ-ବିଚାରପତି ଆତ୍ମହତ୍ୟା ଘଟଣା, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ ପୋଲିସ !

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ବାଲେଶ୍ବରରୁ ଏକ ବାଇକ ଯୋଗେ ପଶ୍ଚିମବଙ୍ଗକୁ କଇଁଛ ଚୋରାଚାଲାଣ ହେଉଥିବା ନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହାକୁ ନେଇ ଜଳେଶ୍ବର ବନବିଭାଗ 60 ନମ୍ବର ଜାତୀୟ ରାଜପଥର ବାଇପାସ ନିକଟରେ ଏକ ବାଇକକୁ ଅଟକାଇ ଯାଞ୍ଚ କରିଥିଲା । ଏହି ସମୟରେ 87ଟି କଇଁଛ ଭର୍ତ୍ତି 3ଟି ବ୍ୟାଗ ବନବିଭାଗ ଜବତ କରିବା ସହ ଗୋଟିଏ ପଶ୍ଚିମବଙ୍ଗ ନମ୍ବର ଥିବା ବାଇକ ଜବତ କରିଥିଲା । ତେବେ କଇଁଛ ଚୋରାଚାଲାଣରେ ବନବିଭାଗ ବାଇକ ଚାଳକ ଜଣଙ୍କୁ ଗିରଫ କରି ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି । ଗିରଫ ହୋଇଥିବା ଯୁବକ ଜଣକ ପଶ୍ଚିମବଙ୍ଗ ଦାନ୍ତନ ଥାନା ଅଞ୍ଚଳର ଦେବବ୍ରତ୍ତ ଦେ ବୋଲି ଜଣାପଡିଛି। ସେ ବାଲେଶ୍ବର ରେମୁଣାରୁ କଇଁଚ ନେଇ ପଶ୍ଚିମବଙ୍ଗକୁ ଯାଉଥିବା ତଦନ୍ତରୁ ଜଣାପଡିଛି ।

ଗତ ଅଗଷ୍ଟ ୨୪ ତାରିଖ ଦିନ ମାଲକାନଗିରି ଜିଲ୍ଲା MV-65 ଗାଁରୁ ପ୍ରାୟ 100ରୁ ଊର୍ଦ୍ଧ୍ବ କଇଁଛ ବସ୍ତାରେ ଚାଲାଣ ହେଉଥିବା ବେଳେ ଉଦ୍ଧାର କରିଥିଲା ବନବିଭାଗ । ଏହି ଚଢାଉରେ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହୋଇଥିଲେ । ସେହିପରି ଜୁନ ୭ତାରିଖରେ ନବରଙ୍ଗପୁର କଇଁଛ ଚୋରାଚାଲଣ ବେଳେ ଉମରକୋଟ ବନ ବିଭାଗ ପକ୍ଷରୁ ୫୨ ଜୀବନ୍ତ କଇଁଛ ଉଦ୍ଧାର ହୋଇଥିଲା । ରାଇଘର ବ୍ଲକ ଅଧୀନ କୁମୁଲି ଗ୍ରାମର ରୁହିଦାସ ବନିକ ଓ ପରମାନନ୍ଦ ବାଓଲି କଇଁଛ ଧରି ସରଗୁଲିକୁ ବିକ୍ରି କରିବାକୁ ଯାଉଥିବା ସମୟରେ ବନ ବିଭାଗ କୌଣସି ସୂତ୍ରରୁ ଖବରପାଇ ସେମାନଙ୍କୁ ଅଟକାଇ କଇଁଛଙ୍କୁ ଉଦ୍ଧାର କରିଥିଲା । ଏହାପରେ ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ।

Last Updated : Sep 8, 2022, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.