ETV Bharat / city

ବାଲେଶ୍ବରରେ 11ଟି କେନ୍ଦ୍ରରେ ଚାଲିଛି ନିଟ୍ ପରୀକ୍ଷା

author img

By

Published : Sep 13, 2020, 2:02 PM IST

Updated : Sep 13, 2020, 2:31 PM IST

କୋଭିଡ ସଙ୍କଟରେ ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରଗୁଡିକରେ ନିଟ ପରୀକ୍ଷା କରାଯିବ। ବାଲେଶ୍ବର ଜିଲ୍ଲାରେ 11ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

ବାଲେଶ୍ବରରେ 11 ଟି ନିଟ  ପରୀକ୍ଷା କେନ୍ଦ୍ରରେ
ବାଲେଶ୍ବରରେ 11 ଟି ନିଟ ପରୀକ୍ଷା କେନ୍ଦ୍ରରେ

ବାଲେଶ୍ଵର: କୋଭିଡ ସଙ୍କଟରେ ଆଜି ସର୍ବଭାରତୀୟ ମେଡିକାଲ ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରଗୁଡିକରେ ନିଟ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀମାନେ ପରୀକ୍ଷା ହଲକୁ ପ୍ରବେଶ କରିବା ସହ କୋରୋନା ପାଇଁ କେନ୍ଦ୍ର ଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବାଲେଶ୍ବର ଜିଲ୍ଲାର ସମୁଦାୟ 11 ଟି ପରୀକ୍ଷା କେନ୍ଦ୍ର ହୋଇଛି। ଯେଉଁଥିରେ 3ହଜାର 831 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ବାଲେଶ୍ଵର ସହରରେ 9ଟି, ସୋର ଓ ନୀଳଗିରିରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି। ଅପରାହ୍ନ ୨ ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ 11 ଟାରୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ମାନଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଥିଲା। 4ଟି ପର୍ଯ୍ୟାୟରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି।

ବାଲେଶ୍ବରରେ 11ଟି କେନ୍ଦ୍ରରେ ଚାଲିଛି ନିଟ୍ ପରୀକ୍ଷା

ପରୀକ୍ଷା କେନ୍ଦ୍ର ଗୁଡିକରେ କୋରୋନା ପାଇଁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ପିଲାମାନଙ୍କୁ ଗେଟ ଭିତରକୁ ଜଣେ ଜଣେ କରି ଛଡାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ହଲ ଭିତରେ ସାମାଜିକ ଦୂରତା ବଜାୟ ରଖାଯାଇଛି। ପିଲାମାନେ ପରୀକ୍ଷା ହଲକୁ ପ୍ରବେଶ ପୂର୍ବରୁ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହ ମେଟାଲ ଡିଟେକ୍ଟରରେ ଯାଞ୍ଚ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 13, 2020, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.