ETV Bharat / city

ନବକଳେବର ହେବ ବାଲେଶ୍ବର ରାସ୍ତା, ଖର୍ଚ୍ଚ ହେବ ୧୫ କୋଟି - Balasore Mla

ବାଲେଶ୍ବର ସହରର ବିଭିନ୍ନ ସ୍ଥାନରେ ଖାଲଖମା ରାସ୍ତା ଯୋଗୁଁ ଦିନକୁ ଦିନ ସହରବାସୀ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସହରର ୬ ଗୋଟି ରାସ୍ତାର ନବକଳେବର ପାଇଁ ୧୫ କୋଟି ଟଙ୍କା ବ୍ୟୟରେ ଶିଳାନ୍ୟାସ କଲେ ବିଧାୟକ । ଅଧିକ ପଢନ୍ତୁ...

ସହରର ରାସ୍ତା ନବକଳେବର ପାଇଁ ଖର୍ଚ୍ଚ ହେବ ୧୫ କୋଟି: ବିଧାୟକ

author img

By

Published : Oct 3, 2021, 8:04 PM IST

ବାଲେଶ୍ବର: ବାଲେଶ୍ବରର ବିଭିନ୍ନ ରାସ୍ତାର ଶିଳାନ୍ୟାସ ପାଇଁ ଖର୍ଚ୍ଚ ହେବ ୧୫ କୋଟି । ସୂଚନାନୁସାରେ ବାଲେଶ୍ବର ଜିଲ୍ଲା ପୌରପାଳିକାରେ ୬ ଗୋଟି ପ୍ରମୁଖ ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତିପ୍ରସ୍ତରର ଶିଳାନ୍ୟାସ କରିଛନ୍ତି ସଦର ବିଧାୟକ ସ୍ବରୁପ କୁମାର ଦାସ ।

ତେବେ ବାଲେଶ୍ବର ପୌରପାଳିକାର ୫. ୫ କିମି ଥିବା ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ କାର୍ଯ୍ୟକରିବା ସହ ସାଧାରଣ ଲୋକଙ୍କ ଗମନାଗମନରେ ସୁଧାର ଆସିବ ବୋଲି କହିଛନ୍ତି ବିଧାୟକ ।

ସେପଟେ ମାନସିଂବଜାର, ବଡଖୁଆ, ବଂଶଲଘାଟ ଛକ, ବଡପୋଲ ଛକ, ଗୋଳାପୋଖରୀ ଛକ ଏବଂ ଟାଉନ ହଲ ଛକ ନିକଟରେ ମ୍ୟୁନିସିପାଲିଟିର ଯୁବକ, ମହିଳା ଏବଂ ଦଳୀୟ କର୍ମୀମାନଙ୍କ ସହ ପହଞ୍ଚି ରାସ୍ତାର ଶିଳାନ୍ୟାସ କରିବା ସହ ରାସ୍ତା ନିର୍ମାଣ ପରର ସ୍ଥିତି ଏବଂ ସୁବିଧା ବାବଦରେ ଆଲୋଚନା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.