ETV Bharat / business

ସାବାଡ୍ ହେବେ ଫେକ୍ ଆଇଡି ଚଲାଉଥିବା ୟୁଜର୍ସ, Twitter ଆଣୁଛି ଏହି ନୂଆ ନିୟମ - ଏଲନ ମସ୍କ

ସାବାଡ୍ ହେବେ ଟ୍ବିଟର୍‌ରେ ଫେକ୍ ଆଇଡି ଓପନ୍ କରୁଥିବା ୟୁଜର୍ସ । ଏକ ନୂତନ ଫିଚର୍ସ ଉପରେ ପରୀକ୍ଷଣ କରୁଛି କମ୍ପାନୀ । ଅଧିକ ପଢନ୍ତୁ

Twitter
Twitter
author img

By

Published : Mar 22, 2023, 6:47 AM IST

ସାନ ଫ୍ରାନ୍ସିସ୍କୋ: ଟ୍ବିଟର୍ ଫେକ୍ ଆଇଡି ବ୍ୟବହାରକାରୀଙ୍କୁ ଚେକ୍‌-ମେଟ୍ ଦେବାକୁ ନୂତନ ଫିଚର୍ସ ଉପରେ କାମ କରୁଛି ଏଲନ ମସ୍କଙ୍କ ନେତୃତ୍ବାଧୀନ ଟ୍ବିଟର୍ । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏହାର ବ୍ଲୁ ଟିକ୍ ୟୁଜର୍ସଙ୍କ ପାଇଁ ଏକ ନୂତନ ଭେରିଫିକେସନ୍ ପ୍ରୋସେସ୍ ପରୀକ୍ଷା କରୁଥିବା ଜଣାପଡିଛି । ଯେଉଁଥିରେ ଏକ ସରକାରୀ ID ଦାଖଲ କରାଯିବ । ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ଫେକ୍ ଆଇଡି ଓପନ୍ କରିବା କଷ୍ଟକର ହୋଇପଡିବ ।

ଟେକ୍ କ୍ରଞ୍ଚ ରିପୋର୍ଟ କରିଛି ଯେ, ପ୍ରଡକ୍ଟ ଇଣ୍ଟେଲିଜେନ୍ସ ଫର୍ମ Watchful.aiର କୋଡ୍-ଲେବଲ୍ ଇନସାଇଟ୍ସ ମାଧ୍ୟମରେ ଉପଭୋକ୍ତାମାନେ କିପରି ସେମାନଙ୍କର ଟ୍ବିଟର ଆକାଉଣ୍ଟକୁ ପ୍ରମାଣିତ(ପ୍ରୁଫ୍) କରିବା ପାଇଁ ଏକ ସେଲଫି ଫଟୋ ସହିତ ସେମାନଙ୍କର ଟ୍ୱିଟର ଆଇଡି ଫଟୋ ସବମିଟ୍ କରିବାର ପ୍ରୋସେସ୍(ତରିକା/ଉପାୟ) କରିବେ ସେ ବାବଦରେ ସ୍ପଷ୍ଟ କରାଯାଇଛି । ଫର୍ମ ଅନୁଯାୟୀ, ଏହି ଫିଚର୍ସ ଆମେରିକାରେ ପରୀକ୍ଷା ଚାଲିଛି, ଏହା ଆଣ୍ଡ୍ରଏଡ ଭର୍ସନରେ ଦେଖିବାକୁ ମିଳୁଛି । ବ୍ଲୁ ଭେରିଫିକେସନ୍ ପ୍ରକ୍ରିୟାରେ ଏକ ଫଟୋ ID ଏବଂ ସେଲଫି ଫଟୋକୁ ଲିଙ୍କ୍ କରିବାର ଅର୍ଥ ଫେକ୍ ଆଇଡି କ୍ରିଏଟ୍‌କୁ ରୋକିବା ।

ଏହା ମଧ୍ୟ ପଢନ୍ତୁ:- Twitter Blue Service: ଭାରତରେ ସେବା ଆରମ୍ଭ, ମାସକୁ ଦେବେ ଏତିକି ଟଙ୍କା

କାରଣ କିଛିଦିନ ହେବ ଟ୍ବିଟରରେ ଫେକ୍ ଆଇଡି ୟୁଜର୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଟ୍ବିଟର ମାଲିକ ଏଲନ୍ ମସ୍କଙ୍କ ଆଇଡି ପରି ଏକ ଅବିକଳ ଆଇଡି ଓପନ୍ କରି ଜଣେ ୟୁଜର୍ସ ଏଲନ୍ ମସ୍କଙ୍କ ଟ୍ବିଟରରେ ରିପ୍ଲାଏ କରିଥିଲେ । ଏହାପରେ ନିଜେ ମସ୍କ୍ ଫେକ୍ ଆଇଡି ଗୁଡିକୁ ରଦ୍ଦ କରିବା ନେଇ ଠୋସ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଦ୍ୱାରା ଉପଭୋକ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ନୂତନ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ତିନି ମିନିଟ୍ ସମୟ ଲାଗିବ ଏବଂ ସେମାନଙ୍କର ଫଟୋ ଏବଂ ବ୍ୟକ୍ତିଗତ ସୂଚନା ସେମାନଙ୍କର ପରିଚୟ ଯାଞ୍ଚ କରିବାକୁ ଥାର୍ଡ-ପାର୍ଟି ସହ ସେୟାର୍ କରାଯିବ ।

ରିପୋର୍ଟରେ ଦର୍ଶାଯାଇଛି ଯେ, ଏହାର ଅର୍ଥ ହେଉଛି ପ୍ଲାଟଫର୍ମ ଏହାକୁ ସିଧାସଳଖ ପରିଚାଳନା କରିବା ପରିବର୍ତ୍ତେ ପ୍ରାମାଣିକିକରଣ ପ୍ରକ୍ରିୟା ପରିଚାଳନା କରିବା ପାଇଁ ଏକ କମ୍ପାନୀ ସହ ସହଭାଗୀତା କରୁଛି । ଗତ ମାସରେ ଭାରତରେ ଯାଞ୍ଚ ସେବା ସହିତ ଟ୍ୱିଟର ବ୍ଲୁ ଟିକ୍ ଫିଚର୍ସ ଲଞ୍ଚ କରିଥିଲା । ଏହାପରେ ଭାରତର ଟ୍ବିଟର୍ ବ୍ଲୁ ଟିକ୍ ବ୍ୟବହାରକାରୀଙ୍କୁ ମାସକୁ 650 ଟଙ୍କା ଦେବାକୁ ପଡିଛି । ଏହାପରେ ସମସ୍ତ ପୁରୁଣା ବ୍ଲୁ ବ୍ୟାଜ୍ ଖୁବ୍‌ଶୀଘ୍ର ହଟାଯିବ ବୋଲି ଏଲନ୍ ମସ୍କ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.