ମୁମ୍ବାଇ: ଷ୍ଟକ୍ ଏକ୍ସଚେଞ୍ଜ ଏନଏସଇର ଏକ ସର୍କୁଲେସନ ଅନୁସାରେ, ସେୟାର ବଜାର ବର୍ଷ 2024ରେ 14 ଦିନ ପାଇଁ ବନ୍ଦ ରହିବ । ପର୍ବପର୍ବାଣୀ ଏବଂ ଅନ୍ୟ ଛୁଟି ସହ ସାପ୍ତାହିକ ଅବକାଶରେ ମଧ୍ୟ ସେୟାର ବଜାର ବନ୍ଦ ରହିବ । ସେୟାର ମାର୍କେଟରେ 2024 ମାର୍ଚ୍ଚ ମାସରେ ତିନୋଟି ଛୁଟି ରହିଛି । ଏହା ବର୍ଷର ଅଧିକ ଛୁଟି ଥିବା ମାସ । ଏହା ବ୍ୟତୀତ ଏପ୍ରିଲ ଓ ନଭେମ୍ବର ଉଭୟ ମାସରେ ଦୁଇଟି ଲେଖାଏଁ ଛୁଟି ରହିବ । ଏହାସହ ଫେବୃଆରୀ ଓ ସେପ୍ଟେମ୍ବର ସେୟାର ବଜାର ଅଂଶଗ୍ରହଣକାରୀଙ୍କ ପାଇଁ ସବୁଠାରୁ ବ୍ୟସ୍ତ ବହୁଳ ମାସ ହେବ, କାରଣ ଏହି ଦୁଇ ମାସରେ କୌଣସି ଛୁଟି ନାହିଁ ।
ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ସେୟାର ବଜାର:-
1. 26 ଜାନୁଆରୀ 2024- ଶୁକ୍ରବାର, ଗଣତନ୍ତ୍ର ଦିବସ
2. 08 ମାର୍ଚ୍ଚ 2024- ଶୁକ୍ରବାର, ମହାଶିବରାତ୍ରୀ
3. 25 ମାର୍ଚ୍ଚ 2024- ସୋମବାର,ହୋଲି
4. 29 ମାର୍ଚ୍ଚ 2024- ଶୁକ୍ରବାର, ଗୁଡ଼ ଫ୍ରାଇଡେ
5. 11 ଏପ୍ରିଲ 2024- ଗୁରୁବାର, ଇଡ-ଉଲ-ଫିତର (ରମଜାନ ଇଦ)
6. 17 ଏପ୍ରିଲ 2024- ବୁଧବାର, ଶ୍ରୀରାମ ନବମୀ
7. 1 ମେ 2024- ବୁଧବାର, ମହାରାଷ୍ଟ୍ର ଦିବସ
8. 17 ଜୁନ 2024- ସୋମବାର, ବକ୍ରି ଇଦ୍ ( ଇଦ-ଉଲ-ଅଧା )
9. 17 ଜୁଲାଇ 2024- ବୁଧବାର, ମହରମ
10. 15 ଅଗଷ୍ଟ 2024- ଗୁରୁବାର, ସ୍ବାଧୀନତା ଦିବସ / ପାର୍ସି ନୂଆ ବର୍ଷ
11. 02 ଅକ୍ଟୋବର 2024- ବୁଧବାର, ମହାତ୍ମା ଗାନ୍ଧୀ ଜୟନ୍ତୀ
12. 1 ନଭେମ୍ବର 2024- ଶୁକ୍ରବାର, ଦୀପାବଳି (ଲକ୍ଷ୍ମୀ ପୂଜା)
13. 15 ନଭେମ୍ବର 2024- ଶୁକ୍ରବାର, ଗୁରୁ ନାନକ ଜୟନ୍ତୀ
14. 25 ଡିସେମ୍ବର 2024- ବୁଧବାର, ଖ୍ରୀଷ୍ଟମାସ
ଏହି ସବୁ ଛୁଟି ବ୍ୟତୀତ 2024 ରେ ଅନ୍ୟ 5 ଟି ଛୁଟି ୱିକଏଣ୍ଡ୍ରେ ପଡ଼ିବ । ଛୁଟି ଗୁଡ଼ିକ ହେଉଛି
1. 14 ଏପ୍ରିଲ 2024- ରବିବାର, ଡ଼ା ବାବା ସାହେବ ଆମ୍ବେଦକର ଜୟନ୍ତୀ
2. 21 ଏପ୍ରିଲ 2024- ରବିବାର, ମହାବୀର ଜୟନ୍ତୀ
3. 7 ସେପ୍ଟେମ୍ବର 2024- ଶନିବାର, ଗଣେଶ ଚତୁର୍ଥୀ
4. 12 ଅକ୍ଟୋବର 2024- ଶନିବାର, ଦଶହରା
5. 2 ନଭେମ୍ବର 2024- ଶନିବାର, ଦିୱାଲି ବାଲିପ୍ରତିପଦା
ଏହା ମଧ୍ୟ ପଢ଼ନ୍ତୁ.....Diwali Muhurat Trading: ଦୀପାବଳି ମୁହୂର୍ତ୍ତ ଟ୍ରେଡିଂ ପାଳିଲେ ନିବେଶକ, ଉଛୁଳିଲା ସେୟାର ମାର୍କେଟ
2024 ବର୍ଷରେ କେବେ ହେବ ମୁହୂର୍ତ୍ତ ଟ୍ରେଡିଂ ?
2024 ବର୍ଷରେ ମୁହୂର୍ତ୍ତ ଟ୍ରେଡିଂ ନଭେମ୍ବର 1 ତାରିଖ ଶୁକ୍ରବାର ଆୟୋଜିତ ହେବ । ମୁହୂର୍ତ୍ତ ଟ୍ରେଡିଂ 1 ତାରିଖରେ କେଉଁ ସମୟରେ ଖୋଲିବ ତାହା ପରବର୍ତ୍ତି ସମୟରେ ଜାରି କରାଯିବ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ