ETV Bharat / business

Economic Crisis: କାଲିଠୁ ୫ ଦିନ ବନ୍ଦ ରହିବ ଶ୍ରୀଲଙ୍କା ଷ୍ଟକ ମାର୍କେଟ - ଶ୍ରୀଲଙ୍କା ଷ୍ଟକ ମାର୍କେଟରେ ତାଲା

ବନ୍ଦ ରହିବ ଶ୍ରୀଲଙ୍କା ଷ୍ଟକ ମାର୍କେଟ । ସୋମବାର ଠାରୁ ୫ ଦିନ ଯାଏଁ ଷ୍ଟକ କାରବାର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଅଧିକ ପଢନ୍ତୁ

Economic Crisis: ଆସନ୍ତାକାଲିଠୁ ୫ ଦିନ ବନ୍ଦ ରହିବ ଶ୍ରୀଲଙ୍କା ଷ୍ଟକ ମାର୍କେଟ

author img

By

Published : Apr 17, 2022, 11:11 AM IST

କଲମ୍ବୋ: ଦେବାଳିଆ ହୋଇଯାଇଛି ଶ୍ରୀଲଙ୍କା । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଛି । ବିଦେଶୀ ରାଷ୍ଟ୍ରରୁ ଆଣିଥିବା ଋଣ ଭାରରେ ବୁଡି ରହିଛି ଦେଶ । ଗୋଟିଏ ପଟେ ଶ୍ରୀଲଙ୍କା ଅର୍ଥନୀତି ଏକପ୍ରକାର ପଙ୍ଗୁ ହୋଇଯାଇଥିବା ବେଳେ ଏହାର ପ୍ରଭାବ ଷ୍ଟକ ମାର୍କେଟ ଉପରେ ମଧ୍ୟ ପଡୁଛି । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ସେୟାର ମାର୍କେଟକୁ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ଠାରୁ ୫ ଦିନ ଯାଏଁ ବନ୍ଦ ରହିବ ଷ୍ଟକ ମାର୍କେଟ । ୫ ଦିନ ପର୍ଯ୍ୟନ୍ତ ଷ୍ଟକ ଏକ୍ସଚେଞ୍ଜରେ କୌଣସି କାରବାର ହେବ ନାହିଁ । ଶନିବାର ଶ୍ରୀଲଙ୍କା ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ(Securities and Exchange Commission) ପକ୍ଷରୁ ଏହା ଘୋଷଣା କରାଯାଇଛି ।

ଏପ୍ରିଲ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କା ଷ୍ଟକ ମାର୍କେଟ ବନ୍ଦ ରହିବ । ନିବେଶକ ତଥା ଅନ୍ୟ ବଜାର ଅଂଶଗ୍ରହଣକାରୀଙ୍କୁ ଦେଶର ଆର୍ଥିକ ସ୍ଥିତି ବୁଝିବାକୁ ଏବଂ ଗ୍ରହଣ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର । ପ୍ରଚଳିତ ଆର୍ଥିକ ସ୍ଥିତି ବାବଦରେ ସ୍ପଷ୍ଟ ଧାରଣା ରଖିଲେ ସେମାନେ ଠିକ୍ ନିବେଶ ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେ ବୋଲି ଏକ ବିବୃତ୍ତି ଜରିଆରେ କୁହାଯାଇଛି । କଲମ୍ବୋ ଷ୍ଟକ ବ୍ରୋକର ଏବଂ କିଛି ଷ୍ଟକହୋଲ୍ଡର(stakeholders) ସେୟାର ବଜାରକୁ କିଛି ଦିନ ପାଇଁ ବନ୍ଦ ରଖିବାକୁ ଦାବି କରିଥିଲେ । ଏହାକୁ ବିଚାର କରି ଏବଂ ପ୍ରଚଳିତ ଆର୍ଥିକ ସ୍ଥିତି ବଜାରକୁ ପ୍ରଭାବିତ କରୁଥିବାରୁ ନିବେଶକ ଓ ବଜାର ସହଯୋଗୀଙ୍କ ସ୍ବାର୍ଥ ଲାଗି ୫ ଦିନ ପାଇଁ କାରବାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଅଭାବ ଯୋଗୁଁ କିଛି ଦିନ ତଳେ ସରକାର କୌଣସି ବିଦେଶୀ ଋଣ ପରିଶୋଧ କରିପାରିବ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ । ଶ୍ରୀଲଙ୍କା ଉପରେ ପ୍ରାୟ ୫୧ ବିଲିୟନ ଡଲାରର ବିଦେଶୀ ଋଣ ବୋଝ ରହିଛି । ବର୍ତ୍ତମାନ ଦେଶ ପାଖରେ କେବଳ ଖାଦ୍ୟପଦର୍ଥ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ବିଦେଶୀ ମୁଦ୍ରା ରହିଛି । ଋଣଦାତାମାନେ ପାଇବାକୁ ଥିବା ସୁଧକୁ ପୁଞ୍ଜିରେ ପରିଣତ କରିପାରିବେ କିମ୍ବା ଶ୍ରୀଲଙ୍କା ମୁଦ୍ରାରେ ଫେରି ପାଇବାର ବିକଳ୍ପ ଚୟନ କରିପାରିବେ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.