ETV Bharat / business

Post Office Monthly Income Schemes: ଟଙ୍କା ପାଇଁ ହେବନି ସମସ୍ୟା, ଡାକଘରେ ଏହି ଯୋଜନାରେ କରନ୍ତୁ ବିନିଯୋଗ - ଡାକଘର ମାସିକ ଆୟ ଯୋଜନାରେ ଟଙ୍କା ନିବେଶ

ପୋଷ୍ଟ ଅଫିସ ମାସିକ ଆୟ ଯୋଜନା ( Post Office Monthly Income Schemes ) । ଏହି ଯୋଜନା ମାଧ୍ୟମରେ ନିବେଶ କରି ପ୍ରତି ମାସରେ ଅତି କମରେ 9000 ଟଙ୍କା ରୋଜଗାର କରିପାରିବା । ଅଧିକ ପଢ଼ନ୍ତୁ

Post Office Monthly Income Schemes
Post Office Monthly Income Schemes
author img

By ETV Bharat Odisha Team

Published : Oct 26, 2023, 7:18 AM IST

ହାଇଦ୍ରାବାଦ: ଆଜିକା ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ଭବିଷ୍ୟତକୁ ଧ୍ୟାନରେ ରଖି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବାରେ ବିଶ୍ବାସ ରଖନ୍ତି । ଏହାସହ ଲୋକମାନେ ସଞ୍ଚୟ ଉପରେ ଅଧିକ ପ୍ରାଧାନ୍ୟ ଦିଅନ୍ତି । କିନ୍ତୁ ସୁରକ୍ଷିତ ଭାବରେ ସଞ୍ଚୟ କରିବା ଏବେର ସମୟରେ ଅନେକ ଚ୍ୟାଲେଞ୍ଜିଙ୍ଗ୍‌ ରହୁଛି । ଏଥିପାଇଁ ଆପଣମାନଙ୍କୁ ଏଭଳି ଏକ ଯୋଜନା ବିଷୟରେ ଜଣାଇବୁ ଯାହା ମାଧ୍ୟମରେ ଆପଣମାନେ ଆଗାମୀ ସମୟରେ ଏକ ମୋଟା ଅଙ୍କର ଅର୍ଥ ସଞ୍ଚୟ କରିପାରିବେ । କେବଳ ଏତିକି ନୁହେଁ ବରଂ ଅବସର ପରେ ନିୟମିତ ଆୟର ବ୍ୟବସ୍ଥା ମଧ୍ୟ କରିପାରିବେ । ତେବେ ଏହି ଯୋଜନାର ନାମ ହେଉଛି ପୋଷ୍ଟ ଅଫିସ ମାସିକ ଆୟ ଯୋଜନା ( Post Office Monthly Income Schemes ) । ଏହି ଯୋଜନା ମାଧ୍ୟମରେ ନିବେଶ କରି ପ୍ରତି ମାସରେ ଅତି କମରେ 9000 ଟଙ୍କା ରୋଜଗାର କରିପାରିବା ।

ପୋଷ୍ଟ ଅଫିସ ମାସିକ ଆୟ ଯୋଜନା କଣ ? ଡାକଘର ମାସିକ ଆୟ ଯୋଜନା ଭାରତ ସରକାରଙ୍କ ଦ୍ବାରା ସମର୍ଥିତ ଛୋଟ ସଞ୍ଚୟ ଯୋଜନା । ଯାହା ନିବେଷକମାନଙ୍କୁ ପ୍ରତିମାସରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ରଖିବାକୁ ପଡ଼ିଥାଏ । ଏହାପରେ ଏହି ସେଭିଂ ଉପରେ ଏକ ପ୍ରଯୁଜ୍ୟ ହାରରେ ସୁଧ ଯୋଡ଼ା ଯାଇଥାଏ । ଏହାସହ ଜମାକାରୀମାନଙ୍କୁ ମାସିକ ଆକାରରେ ପେମେଣ୍ଟ କରାଯାଏ । ଡାକଘର ମାସିକ ଆୟ ଯୋଜନା ଭାରତୀୟ ଡ଼ାକ ଦ୍ବାରା କରାଯାଇଥିବା ଏକ ସ୍ଥିର ଜମା ଖାତା । ଏହା ଏକ ପ୍ରକାର ବିନିଯୋଗ ଯୋଜନା, ଯାହା ଡ଼ାକ ବିଭାଗ ଦ୍ୱାରା ଇଣ୍ଡିଆ ପୋଷ୍ଟ ଭାବରେ ମଧ୍ୟ ଜଣାଯାଏ । ଯେଉଁ ଲୋକମାନେ ଡ଼ାକଘରେ ମାସିକ ଆୟ ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି ସେମାନେ ନିଜ ଅଞ୍ଚଳରେ ଥିବା କୌଣସି ଡ଼ାକଘରେ ଏହି ବିନିଯୋଗ କରିପାରିବେ । 2023 ଏପ୍ରିଲ ପର୍ଯ୍ୟନ୍ତ ଡାକଘର ମାସିକ ଆୟ ଯୋଜନାରେ ଦିଆଯାଉଥିବା ବାର୍ଷିକ ସୁଧ ହାର 7.50 ପ୍ରତିଶତ ଅଟେ ।

କେମିତି ଖାତା ଖୋଲିବେ ? ଡାକଘର ମାସିକ ଆୟ ଯୋଜନାରେ ଜମା କରିବା ପାଇଁ ସର୍ବନିମ୍ନ 1000 ଟଙ୍କା ଏବଂ ସର୍ବାଧିକ 9 ଲକ୍ଷ ଟଙ୍କା ପାଇଁ ଅନୁମତି ଦିଆଯାଇଛି । ଏହାସହ ମିଳିତ ଆକାଉଣ୍ଟ ପାଇଁ 15 ଲକ୍ଷ ଟଟଙ୍କା ପର୍ଯ୍ୟନ୍ତ ଜମା କରି ଆକାଉଣ୍ଟ ଖୋଲାଯାଇପାରିବ । କୌଣସି ବ୍ୟକ୍ତି ଦ୍ବାରା ଖୋଲାଯାଇଥିବା ସମସ୍ତ ମାସିକ ଆୟ ଯୋଜନା ଆକାଉଣ୍ଟରେ ମୋଟ ଜମା ଅଧିକ ହେବା ଉଚିତ ନୁହେଁ ।

ଏହା ମଧ୍ୟ ପଢ଼ନ୍ତୁ....short term investment: ଜାଣନ୍ତୁ କଣ ରହିଛି ବର୍ଷିକିଆ ଇନଭେଷ୍ଟମେଣ୍ଟ ଏବଂ ସେଭିଂ ଟିପ୍ସ

କେମିତି କରିବେ ବିନିଯୋଗ ? ଡାକଘର ମାସିକ ଆୟ ଯୋଜନା ସେହି ନିବେଶକମାନଙ୍କ ପାଇଁ ଉପଯୁକ୍ତ, ଯେଉଁମାନେ ଫିକ୍ସଡ୍‌ ମାସିକ ଆୟରେ କୌଣସି ରିସ୍କ ନେବାକୁ ଚାହିଁ ନଥାନ୍ତି । ସେମାନଙ୍କ ପାଇଁ ଏହି ଯୋଜନା ବେଶ ଲାଭଦାୟକ ଅଟେ । ଏହି ଯୋଜନା ଅବସରପ୍ରାପ୍ତ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଉପଯୁକ୍ତ ଅଟେ ଯେଉଁମାନେ Paycheck କ୍ଷେତ୍ର ମଧ୍ୟରେ ଆସନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.