ETV Bharat / business

ପୁଣି ମୁକେଶ ଅମ୍ବାନୀଙ୍କୁ ଆସିଲା ହତ୍ୟା ଧମକ, 200 କୋଟି ଦିଅ ନହେଲେ...

author img

By ETV Bharat Odisha Team

Published : Oct 29, 2023, 8:58 AM IST

200 କୋଟି ଦେବାକୁ ଅମ୍ବାନୀଙ୍କୁ ମେଲ କଲା ଦୁର୍ବୃତ୍ତ । ଟଙ୍କା ନଦେଲେ ଗୁଳି କରାଯିବ ବୋଲି ଆସିଲା ଦ୍ବିତୀୟ ମେଲ୍‌ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ମୁମ୍ବାଇ: ପୁଣି ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଆସିଲା ହତ୍ୟା ଧମକ । ଦୁଇ ଦୁଇ ଥର ଧମକ ପୂର୍ଣ୍ଣ ମେଲ୍‌ ପଠାଇଛି ଦୁର୍ବୃତ୍ତ । ପ୍ରଥମେ 20 କୋଟି ଟଙ୍କା ନଦେଲେ ଗୁଳି କରି ହତ୍ୟା କରାଯିବ ବୋଲି କୁହାଯାଇଥିବା ବେଳେ ଗୋଟିଏ ଦିନ ପରେ ଆଉ ଏକ ଧମକ ପୂର୍ଣ୍ଣ ମେଲ ଆସିଥିଲା । 200 କୋଟି ଟଙ୍କା ଦିଅ ନହେଲେ ଗୁଳି ଚଳାଇ ହତ୍ୟା କରାଯିବ ବୋଲି କେହି ଦୁର୍ବୃତ୍ତ ଏପରି ମେଲ କରିଛି । ପ୍ରଥମ ମେଲ୍‌ର କୌଣସି ପ୍ରତିକ୍ରିୟା ନଦେବାରୁ 20 କୋଟି ନୁହଁ ବରଂ 200 କୋଟି ଦେବାକୁ ପଡ଼ିବ । ନଚେତ ମୃତ୍ୟୁ ସୁନିଶ୍ଚିତ ବୋଲି ଦ୍ବିତୀୟ ମେଲ୍‌ ଆସିଥିଲା ।

ଏନେଇ ପୋଲିସ କହିଛି ଯେ, ଦ୍ବିତୀୟ ମେଲ୍‌ରେ 20 କୋଟି ଟା 200 କୋଟି ହୋଇଛି । ପ୍ରଥମେ ଯେଉଁ ମେଲ୍‌ ଆଇଡିକୁ ଧମକପୂର୍ଣ୍ଣ ମେଲ ଆସିଥିଲା, ଦ୍ବିତୀୟ ଥର ମଧ୍ୟ ସେହି ଆଇଡିରୁ ମେଲ୍‌ ଆସିଛି । ତୁମେ ଆମ ମେଲ୍‌ର କୌଣସି ପ୍ରତିକ୍ରିୟା ଦେଲ ନାହିଁ, ତେଣୁ ଏଥିପାଇଁ ଆପଣଙ୍କୁ ଆହୁରି ଅଧିକ ଟଙ୍କା ଦେବାକୁ ପଡିବ । 20 କୋଟି ନୁହଁ ବରଂ 200 କୋଟି ଦେବାକୁ ହେବ, ନଚେତ ମୃତ୍ୟୁ ସୁନିଶ୍ଚିନ୍ତ ବୋଲି ଦ୍ବିତୀୟ ମେଲରେ ଉଲ୍ଲେଖ କରିଛି ଦୁର୍ବୃତ୍ତ ।

ଏହା ମଧ୍ୟ ପଢନ୍ତୁ-Mukesh Ambani Gets Death Threat: 20 କୋଟି ନଦେଲେ ଅମ୍ବାନୀଙ୍କୁ ଗୁଳି କରିବାକୁ ଧମକ

ପ୍ରଥମ ମେଲରେ ଦୁର୍ବୃତ୍ତ ଲେଖିଥିଲା ଯେ, 20 କୋଟି ଟଙ୍କା ଦେବାରେ ମୁକେଶ ଅମ୍ବାନୀ ଯଦି ବିଫଳ ହୁଅନ୍ତି ତେବେ ତାଙ୍କୁ ଗୁଳି କରି ହତ୍ୟା କରାଯିବ । ଶୁକ୍ରବାର ଏପରି ମେଲ୍‌ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଆଇପିସି ଧାରା 387 ଏବଂ 506(2)ରେ ଏକ ମାମଲା ରୁଜୁ ହୋଇଛି । ତେବେ କିଏ ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ଧମକପୂର୍ଣ୍ଣ ମେଲ ପଠାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ମେଲ ଆସିବା ପରେ ସୁରକ୍ଷା ଦାୟିତ୍ବକୁ କଡାକଡି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ରହିଛି ଅମ୍ବାନୀଙ୍କ ବାସଭବନରେ । ପୋଲିସ ମଧ୍ୟ ତଦନ୍ତ ଜାରି ରଖିଛି। କିଏ ଏପରି ମେଲ୍‌ ପଠାଇ ବାରମ୍ବାର ହତ୍ୟା ଧମକ ଦେଉଛି ସେନେଇ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.