ETV Bharat / business

ଭାରତୀୟ ବିଜ୍ଞାପନଦାତାଙ୍କ ପାଇଁ EMI ଦେୟମୁକ୍ତ କଲା ମେଟା

author img

By

Published : Aug 31, 2022, 7:10 AM IST

ବିଶ୍ବରେ ପ୍ରଥମ ଦେଶ ଭାବରେ ଭାରତୀୟ ବିଜ୍ଞାପନଦାତାଙ୍କ ପାଇଁ EMI(equated monthly instalment) ଦେୟମୁକ୍ତ କଲା ମେଟା(Meta) । ଅଧିକ ପଢନ୍ତୁ

ଭାରତୀୟ ବିଜ୍ଞାପନଦାତାଙ୍କ ପାଇଁ EMI ଦେୟମୁକ୍ତ କଲା ମେଟା
ଭାରତୀୟ ବିଜ୍ଞାପନଦାତାଙ୍କ ପାଇଁ EMI ଦେୟମୁକ୍ତ କଲା ମେଟା

ନୂଆଦିଲ୍ଲୀ: ଭାରତୀୟ ବିଜ୍ଞାପନଦାତାଙ୍କ ପାଇଁ EMI(equated monthly instalment) ଦେୟମୁକ୍ତ କଲା ମେଟା । ମେଟା(ପୂର୍ବରୁ ଫେସବୁକ୍) ମଙ୍ଗଳବାର ଭାରତୀୟ ବିଜ୍ଞାପନଦାତାମାନଙ୍କ ପାଇଁ ନଗଦ ପ୍ରବାହକୁ ସହଜ କରିବା ଉଦ୍ଦେଶ୍ୟରେ ବିନା ମୂଲ୍ୟରେ EMI ସୁବିଧା ଘୋଷଣା କରିଛି । ଫଳରେ ଭାରତୀୟ ବିଜ୍ଞାପନଦାତାଙ୍କୁ କୌଣସି ଅତିରିକ୍ତ ସୁଧ ବିନା ତିନିମାସ ମଧ୍ୟରେ ସମାନ ମାସିକ କିସ୍ତିରେ ଅଂଶଗ୍ରହଣକାରୀ ବ୍ୟାଙ୍କ ମାଧ୍ୟମରେ ଅର୍ଥ ପ୍ରଦାନ କରିପାରିବେ ।

ମେଟା କହିଛି ଯେ, ଏହା ବ୍ୟାଙ୍କକୁ ଦିଆଯିବାକୁ ଥିବା ପ୍ରଯୁଜ୍ୟ ସୁଧ ବହନ କରିବ ଏବଂ ଏହାର ବିଜ୍ଞାପନ ଖର୍ଚ୍ଚରେ ବ୍ୟବସାୟକୁ ଅଗ୍ରୀମ ରିହାତି ଭାବରେ ପ୍ରଦାନ କରିବ । ବିନା ମୂଲ୍ୟରେ EMI ବିଲିଂ ସହିତ ବିଜ୍ଞାପନଦାତାମାନେ EMI ପାଇଁ 3,200 ରୁ 5 ଲକ୍ଷ ଟଙ୍କା ମଧ୍ୟରେ ଯେକୌଣସି ରାଶି ବାଛିପାରିବେ । ତେବେ ଭାରତ ହେଉଛି ପ୍ରଥମ ଦେଶ ଯେଉଁଠାରେ ମେଟା ଦେୟମୁକ୍ତ EMI ପ୍ରଚଳନ କରାଇଛି ।

ଭାରତରେ ଏହାର 'Grow Your Business Summit' ର ଦ୍ୱିତୀୟ ସଂସ୍କରଣରେ ମେଟା ଦେଶର ସମସ୍ତ ବିଜ୍ଞାପନଦାତାଙ୍କ ପାଇଁ ଅନ୍ୟାନ୍ୟ ବର୍ଦ୍ଧିତ ସେବା ସହାୟତା ଫିଚର୍ସ ଘୋଷଣା କରିଛି । ଭିପି ଏବଂ ଏମଡି (Facebook India) ମେଟାର ଅଜିତ ମୋହନ କହିଛନ୍ତି ଯେ, ଏହି ଘୋଷଣା ସହିତ ଭାରତର ମେଟାର ପ୍ରତ୍ୟେକ ବିଜ୍ଞାପନଦାତା ବିଜ୍ଞାପନ ଖର୍ଚ୍ଚ ନିର୍ବିଶେଷରେ ଆର୍ଥିକ ଏବଂ ସେବା ସହାୟତା ପାଇପାରିବେ ।

ଏଥିସହ ମେଟା ମଧ୍ୟ ଭାରତରେ ଏହାର ସମସ୍ତ ସକ୍ରିୟ ବିଜ୍ଞାପନଦାତାଙ୍କ ପାଇଁ 24x7 ଚାଟ୍ ସପୋର୍ଟ ଘୋଷଣା କରିଛି । ଗତ ତିନିବର୍ଷ ମଧ୍ୟରେ, ସଠିକ୍ ସମୟରେ କ୍ରେଡିଟକୁ ସହଜ କରିବାକୁ ମେଟା ପ୍ରତିଶ୍ରୁତିବଦ୍ଧ । ଏହି ଯାତ୍ରା 2020 ରେ ଆରମ୍ଭ ହୋଇଥିଲା, ଯେତେବେଳେ ଛୋଟ ବ୍ୟବସାୟ(small businesses) ପାଇଁ ଏହାର 100 ମିଲିୟନ୍ ଡଲାରର ବିଶ୍ବ ଅନୁଦାନର ଏକ ଅଂଶ ଭାବରେ ଭାରତର ପାଞ୍ଚଟି ସହରରେ ଅନୁଦାନ ଘୋଷଣା କରାଯାଇଥିଲା ।

2021 ମସିହାରେ, ତୃତୀୟ ପକ୍ଷ ଲେଣ୍ଡିଂ ପ୍ଲାଟଫର୍ମ(third-party lending platforms) ମାଧ୍ୟମରେ ଛୋଟ ବ୍ୟବସାୟ ବିଜ୍ଞାପନଦାତାଙ୍କ ପାଇଁ ବ୍ୟବସାୟିକ ଋଣ ସକ୍ଷମ କରିବାକୁ ମେଟା କ୍ଷୁଦ୍ର ବ୍ୟବସାୟ ଋଣ ପଦକ୍ଷେପ ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମର ପରିସର ସମଗ୍ର ଭାରତରେ 19,000 ପିନ କୋଡକୁ ବୃଦ୍ଧି ପାଇଛି ଏବଂ ଲୋକମାନେ ବର୍ତ୍ତମାନ 30,000 ରୁ 1 କୋଟି ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକ୍ତ ବ୍ୟବସାୟ ଋଣ ପାଇଁ ଆବେଦନ କରିପାରିବେ ବୋଲି କମ୍ପାନୀ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.