ETV Bharat / business

୩୧ ମାର୍ଚ୍ଚ ପୂର୍ବରୁ କରିନିଅନ୍ତୁ LICର ଏହି ଯୋଜନା, ମାସକୁ ପାଇବେ ୧୮୫୦୦ ଟଙ୍କା ପେନସନ

author img

By

Published : Mar 19, 2023, 7:26 AM IST

ବୟସ୍କ ନାଗରିକମାନେ ଅବସର ପରେ ପେନସନ ଲାଗି ଅନେକ ବିକଳ୍ପ ଖୋଜିଥାନ୍ତି । ଯେଉଁଥିରେ ସେମାନେ ରେଗୁଲାର ଇନକମ ଚାହିଁଥାନ୍ତି । ଯଦି ଆପଣ ମାସକୁ ୧୮୫୦୦ ଟଙ୍କା ପେନସନ ପାଇବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ସରକାରଙ୍କ ଏହି ଯୋଜନା । ଅଧିକ ପଢନ୍ତୁ

LIC PRADHAN MANTRI VAYA VANDANA YOJANA
LIC PRADHAN MANTRI VAYA VANDANA YOJANA

ନୂଆଦିଲ୍ଲୀ: ୨୦୧୭ ମସିହାରେ ଭାରତ ସରକାର ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା (PMVVY) ପେନସନ୍ ଯୋଜନା । ଏହି ଯୋଜନା ମାଧ୍ୟମରେ ସରକାର ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବର୍ଷର ନାଗରିକଙ୍କୁ ପେନସନ ଦେୟ ନିଶ୍ଚିତ କରିଛନ୍ତି । ଏହି ଯୋଜନା ଅଧୀନରେ ଅନେକ ଯୋଜନା ରହିଥିବା ବେଳେ ନିବେଶକମାନେ ସେମାନଙ୍କର ଇଚ୍ଛା ଅନୁଯାୟୀ ଅନେକ ଯୋଜନା ବାଛିପାରିବେ । ଏହି ଯୋଜନାଟି ବରିଷ୍ଠ ନାଗରିକମାନଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ସହିତ ଅବସର ପରେ ବିଭିନ୍ନ ଖର୍ଚ୍ଚ ବହନ କରିବାରେ ସାହାଯ୍ୟ କରିପାରିବ ।

ଏହି ଯୋଜନାକୁ Life Insurance Corporation of India (LIC) ଦ୍ବାରା ଆରମ୍ଭ କରାଯାଇଥିବା ବେଳେ ସରକାର ଏହି ଯୋଜନାରେ ନିବେଶ କରିବା ଲାଗି ନିବେଶକାରୀଙ୍କୁ ଶେଷ ତାରିଖ ମାର୍ଚ୍ଚ ୩୧ ଧାର୍ଯ୍ୟ କରିଛନ୍ତି । ଏଥିଲାଗି ଏହି ଯୋଜନାର ଲାଭ ଉଠାଇବା ଲାଗି ସମୟ ଶେଷ ପୂର୍ବରୁ ଗ୍ରାହକମାନେ ନିବେଶ କରିବା ଆବଶ୍ୟକ । ଏହି ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକ ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ । ଏହି ବିନିଯୋଗ ପରିମାଣ ଉପରେ ବାର୍ଷିକ ୭.୪ ପ୍ରତିଶତ ହାରରେ ସୁଧ ଉପଲବ୍ଧ ରହିଛି ।

ଏହା ବି ପଢନ୍ତୁ- ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଅଫ୍‌ ଦ ଇୟର ସମ୍ମାନ

ଏହି ଯୋଜନାରେ ନିବେଶ କରିବାର ଶେଷ ତାରିଖ ହେଉଛି ଆସନ୍ତା ୩୧ ମାର୍ଚ୍ଚ । ଏହି ପଲିସିରେ ଜଣେ ନିବେଶକାରୀ ୧୦ବର୍ଷ ପାଇଁ ବିନିଯୋଗ କରିବାକୁ ପଡ଼ିବ । ଏହାସହ ଗୋଟିଏ ଥରକେ ସମ୍ପୂର୍ଣ୍ଣ ରାଶିକୁ ନିବେଶ କରିବାକୁ ପଡିବ । ପ୍ରତି ମାସରେ ଆପଣଙ୍କୁ କେତେ ଟଙ୍କା ମିଳିବ ତାହା ଆପଣଙ୍କ ଜମା ରାଶି ଉପରେ ନିର୍ଭର କରିଥାଏ । ନିବେଶ ଆଧାରରେ ୧୦୦୦ରୁ ୯୨୫୦ ଟଙ୍କା ପର୍ଯ୍ୟନ୍ତ ପ୍ରତିମାସ ପେନସନ ମିଳିବ । ଏକ ଉଦାହରଣ ନେଲେ ଯଦି ଆପଣ ସର୍ବନିମ୍ନ ୧.୫ ଲକ୍ଷ ଟଙ୍କା ଜମା କରିଛନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପେନସନ ମିଳିବ ।

ସେହିପରି ୧୫ ଲକ୍ଷ ନିବେଶ କଲେ ମାସକୁ ୯୨୫୦ ଟଙ୍କା ପେନସନ ମିଳିବ । ଯଦି ଉଭୟ ଦମ୍ପତି ଏହି ଯୋଜନାରେ ରାଶି ଜମା କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ମୋଟ ୧୫ ଲକ୍ଷ ଟଙ୍କା ନିବେଶ କରିବାକୁ ପଡ଼ିବ । ଏହାପରେ ଉଭୟଙ୍କୁ ପ୍ରତି ମାସରେ ୧୮,୫୦୦ ଟଙ୍କା ମିଳିବ । ଗତ ୨୦୧୮ ମସିହାରେ ସରକାର ନିବେଶର ରାଶି ବଢାଇଥିଲେ ।

ଯୋଜନାର ନିୟମ:- ଜମାକାରୀଙ୍କ ସର୍ବନିମ୍ନ ବୟସ ସୀମା ୬୦ ବର୍ଷ ହେବା ଆବଶ୍ୟକ ।

ପଲିସିର ସମୟ:- ୧୦ ମାସ

ସର୍ବନିମ୍ନ ପେନସନ- ପ୍ରତି ମାସରେ ୧୦୦୦ ଟଙ୍କା, ବର୍ଷକୁ ୧୨ ହଜାର ଟଙ୍କା

ସର୍ବାଧିକ ପେନସନ:- ପ୍ରତି ମାସରେ ୯୨୫୦ ଟଙ୍କା, ବର୍ଷକୁ ୧ ଲକ୍ଷ ୧୧ ହଜାର ଟଙ୍କା

ଦମ୍ପତି ଉଭୟ ଜମା କଲେ ପେନସନ ରାଶି:- ସର୍ବାଧିକ ପେନସନ ପ୍ରତି ମାସକୁ ୧୮ ହଜାର ୫୦୦ ଟଙ୍କା, ୩ ମାସକୁ ୫୫ ହଜାର ୫୦୦ ଟଙ୍କା, ୬ମାସକୁ ୧ ଲକ୍ଷ ୧୧ ହଜାର ଟଙ୍କା, ବର୍ଷକୁ ୨ ଲକ୍ଷ ୨୨ ହଜାର ଟଙ୍କା

ପଲିସିରୁ ମିଳିବାକୁ ଥିବା ଅତିରିକ୍ତ ଲାଭ:- LICର ଏହି ଯୋଜନାରେ କୌଣସି ମେଡିକାଲ ଟେଷ୍ଟର ଆବଶ୍ୟକତା ନାହିଁ । ପଲିସିକୁ ୩ ବର୍ଷ ପୁରିବା ପରେ ଏଥିରୁ ଋଣ ମିଳିପାରିବ । ଋଣ ରାଶି ନୀତି ମୂଲ୍ୟର ୭୫% ପର୍ଯ୍ୟନ୍ତ ହୋଇପାରେ । ଏହା ବ୍ୟତୀତ ଦମ୍ପତିଙ୍କ ମଧ୍ୟରେ କାହାର ସ୍ବାସ୍ଥ୍ୟବତା ଗୁରୁତର ହେଲେ ଜମାକାରୀ ଟଙ୍କା ଉଠାଇ ପାରିବେ। ସୂଚନା ଥାଉ କି ଏପରି ପରିସ୍ଥିତିରେ, ୯୮ ପ୍ରତିଶତ ଟଙ୍କା ଫେରସ୍ତ କରାଯାଇଥାଏ । ଯଦି ଜମାକାରୀଙ୍କ ମୃତ୍ୟୁ ଘଟେ, ଅବଶିଷ୍ଟ କିମ୍ବା ମୌଳିକ ରାଶି ନାମାଙ୍କନକାରୀଙ୍କୁ ଦିଆଯାଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.