ନୂଆଦିଲ୍ଲୀ: ନୂଆ ବର୍ଷରେ ବି ଟେକ୍ କମ୍ପାନୀଗୁଡିକରେ ଛଟେଇ ପ୍ରକ୍ରିୟା ଜାରି ରହିଛି । ଖବର ଅନୁସାରେ 2023 ବର୍ଷର ପ୍ରଥମ 15 ଦିନରେ, 91 କମ୍ପାନୀ 24,000 ରୁ ଅଧିକ ବୈଷୟିକ କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି । ଚାହିଦା ହ୍ରାସ, ବିଶ୍ବର ବିମୁଦ୍ରିକରଣ ଏବଂ ଅଭିବୃଦ୍ଧି ହାରକୁ ବଜାୟ ରଖିବା ଚାପରେ ଛଟେଇ କରାଯାଉଥିବା ନେଇ ସଂସ୍ଥାନଗୁଡିକ କାରଣ ଦର୍ଶାଉ ଥିବାବେଳେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢିପାରେ । 2023 ରେ ଭାରତ ସମେତ ଅନ୍ୟ ଦେଶଗୁଡିକରେ ପ୍ରତିଦିନ ହାରାହାରି 1600 ରୁ ଅଧିକ ଟେକ୍ କର୍ମଚାରୀଙ୍କୁ ଦିନକୁ ଛଟେଇ କରାଯାଉଛି । ଆସନ୍ତୁ ଜାଣିବା କେଉଁ ଟେକ୍ କମ୍ପାନୀରେ ଏପର୍ଯ୍ୟନ୍ତ କେତେଗୁଡ଼ିଏ ଛଟେଇ ହୋଇଛି…।
![Alphabet](https://etvbharatimages.akamaized.net/etvbharat/prod-images/17542512_3x2_layoff.jpg)
ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ବିଶ୍ୱରେ ପ୍ରାୟ 12,000 କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଛି । ଯାହାକି କମ୍ପାନୀର ମୋଟ କାର୍ଯ୍ୟ ଶକ୍ତିର 6 ପ୍ରତିଶତ । ବହିଷ୍କୃତ କର୍ମଚାରୀଙ୍କୁ କମ୍ପାନୀ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ ବୋଲି ସୁନ୍ଦର ପିଚାଇ କହିଛନ୍ତି । କର୍ମଚାରୀମାନଙ୍କୁ ଚାକିରି ଖୋଜିବାରେ ସାହାଯ୍ୟ କରିବା ସହିତ, କମ୍ପାନୀ ଆମେରିକାର କର୍ମଚାରୀମାନଙ୍କୁ ପୂର୍ଣ୍ଣ ବିଜ୍ଞପ୍ତି ଅବଧି(ସର୍ବନିମ୍ନ 60 ଦିନ) ପ୍ରଦାନ କରିବ । ଏହା ବ୍ୟତୀତ ଗୁଗୁଲ 16 ସପ୍ତାହର ବେତନ ସହିତ ଗୁଗୁଲ୍ ଏବଂ GSU(ଗୁଗୁଲ୍ ଷ୍ଟକ୍ ୟୁନିଟ୍) ରେ ଅତି କମରେ 16 ସପ୍ତାହ ବିତାଇଥିବା ପ୍ରତ୍ୟେକ ବର୍ଷ ପାଇଁ ଦୁଇ ସପ୍ତାହ ଦରମା ସହିତ ଏକ ଭଲ ସେଭେରାନ୍ସ ପ୍ୟାକେଜ୍ ମଧ୍ୟ ଦେବ ।
ଏହା ମଧ୍ୟ ପଢନ୍ତୁ:-Year Ender Mass Layoffs 2022: ଘାଇଲା କଲା ଛଟେଇ ଝଡ, ବଢିଲା ମାନସିକ ରୋଗ
![Microsoft](https://etvbharatimages.akamaized.net/etvbharat/prod-images/17542512_3x2_layoff-microsoft.jpg)
ବିଶ୍ୱର ଏକ ନମ୍ବର ସଫ୍ଟୱେର୍ କମ୍ପାନୀ ମାଇକ୍ରୋସଫ୍ଟ, 2023 ଆରମ୍ଭରେ ପ୍ରାୟ 11,000 କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଯାହା ଏହାର ମୋଟ କାର୍ଯ୍ୟ ଶକ୍ତିର ପ୍ରାୟ 5 ପ୍ରତିଶତ । ଗତ ବର୍ଷ 2022 ରେ ମଧ୍ୟ ମାଇକ୍ରୋସଫ୍ଟ ବହୁ ସଂଖ୍ୟକ କର୍ମଚାରୀଙ୍କୁ ବରଖାସ୍ତ କରିଥିଲା, ଏଥିରେ ଦେଢ ଲକ୍ଷରୁ ଅଧିକ ଅଧିକ କର୍ମଚାରୀ ପ୍ରଭାବିତ ହୋଇଥିଲେ ।
ସେପଟେ ଆମାଜନ ସାରା ବିଶ୍ୱରେ 18,000 କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି, ଯେଉଁଥିରେ ଭାରତରେ ପ୍ରାୟ 1000 ଲୋକ ଅଛନ୍ତି । ଖବର ଅନୁଯାୟୀ, ବହିଷ୍କୃତ କର୍ମଚାରୀଙ୍କୁ ଏକ ଇମେଲ ପଠାଇ ଆମାଜନ ପାଞ୍ଚ ମାସର ଅଗ୍ରୀମ ଦରମା ପ୍ରଦାନ କରିଛି । ଏହାପୂର୍ବରୁ, ଆମାଜନ ନଭେମ୍ବରରେ 10,000 ଛୁଟି ଘୋଷଣା କରିଥିଲା । ଏଥି ସହିତ, ସେପ୍ଟେମ୍ବର 2022 ରେ, 15 ଲକ୍ଷ କର୍ମଚାରୀଙ୍କ ଛଟେଇ କରିଥିଲା । ଏହା ସହ କମ୍ପାନୀ କହିଛି ଯେ, ବର୍ତ୍ତମାନ କମ୍ପାନୀରେ 1.5 ମିଲିୟନ୍ କର୍ମଚାରୀ ଅଛନ୍ତି ।
![Amazon](https://etvbharatimages.akamaized.net/etvbharat/prod-images/17542512_3x2_layoff-amazon.jpg)
ଏହା ମଧ୍ୟ ପଢନ୍ତୁ:-Microsoft lay-off: ଏକକାଳୀନ 11 ହଜାର କର୍ମଚାରୀଙ୍କ ଛଟେଇ କରିବ ମାଇକ୍ରୋସଫ୍ଟ
ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ମଧ୍ୟ ବହୁ ପରିମାଣରେ ଛଟେଇ କରିଛି । କମ୍ପାନୀ 11,000 ରୁ ଅଧିକ କର୍ମଚାରୀଙ୍କୁ ବରଖାସ୍ତ କରିଛି । ମେଟା ପ୍ଲାଟଫର୍ମସ୍ ଇନକମ୍ ହେଉଛି ତିନୋଟି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍ଆପ୍ର ପ୍ୟାରେଣ୍ଟ୍ କମ୍ପାନୀ । ମେଟାରେ ସମୁଦାୟ କର୍ମଜୀବୀ ପ୍ରାୟ 87,000 ଥିଲେ । ଯେଉଁଥିରୁ କମ୍ପାନୀ 13 ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିଦେଇଛି । ରିପୋର୍ଟ ଅନୁଯାୟୀ, ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରାଯାଇଥିଲା ସେମାନଙ୍କୁ ଅତି କମରେ ଚାରି ମାସର ଦରମା ଦିଆଯାଇଥିଲା । ଫେସବୁକ୍ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ (2014)ରେ ଏତେ ସଂଖ୍ୟକ କର୍ମଚାରୀଙ୍କ ଛଟେଇ କରାଯାଇଥିଲା ।
![Meta](https://etvbharatimages.akamaized.net/etvbharat/prod-images/17542512__3x2_layoff.jpg)
ସାଇବର-ସୁରକ୍ଷା କମ୍ପାନୀ ସୋଫୋସ୍ ମଧ୍ୟ ଭାରତ ସମେତ ବିଶ୍ୱରେ ପ୍ରାୟ 450 କର୍ମଚାରୀଙ୍କୁ ଛଟେଇ କରୁଛି । ଯାହାକି ଏହାର କର୍ମଶାଳାର 10 ପ୍ରତିଶତ । କମ୍ପାନୀ ଏନେଇ ସ୍ପଷ୍ଟ ଘୋଷଣା କରିନଥିଲେ ମଧ୍ୟ ମୁଖପାତ୍ର କହିଛନ୍ତି ଯ, ଆଗକୁ ବିଶ୍ବର ପ୍ରାୟ 10 ପ୍ରତିଶତ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ମାର୍ଚ୍ଚ 2020 ରେ, ବେସରକାରୀ ଇକ୍ୱିଟି ଫାର୍ମ ଥୋମା ବ୍ରାଭୋ 3.9 ବିଲିୟନ ଡଲାର ମୂଲ୍ୟରେ ସୋଫୋସ ହାସଲ କରିଥିଲେ ।
![Sophos](https://etvbharatimages.akamaized.net/etvbharat/prod-images/17542512_layoff.jpg)
ଆଗକୁ ଛଟେଇ କରିବା ତାଲିକାରେ ଅଛନ୍ତି ଏହି କମ୍ପାନୀ:-
କମ୍ପାନୀ | ସଂଖ୍ୟା |
ସେଲ୍ସଫୋର୍ସ | 8,000 |
ଏଚପି | 6,000 |
ସିସ୍କୋ | 5 % |
ଚାଇମ୍ | 160 |
କୋଏନବେସ | 60 |
ଭିମେଓ | 11 % |
ଷ୍ଟ୍ରାଇପ୍ | 14 % |
କ୍ରାକେନ୍ | 30 % |