ETV Bharat / business

Hindenburg Report: ଆଦାନୀ ପରେ ଟାର୍ଗେଟରେ ଜ୍ୟାକ ଡୋର୍ସି ! ହ୍ରାସ ପାଇଲା ସେୟାର ମୂଲ୍ୟ

author img

By

Published : Mar 24, 2023, 4:13 PM IST

ହିଣ୍ଡେନବର୍ଗ ଟ୍ବିଟରର ପୂର୍ବତନ ମାଲିକ ଜ୍ୟାକ ଡୋର୍ସିଙ୍କ କମ୍ପାନୀ ବ୍ଲକଇଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ପ୍ରକାଶ ପାଇବା ପରେ ହିଁ ସେୟାର ହ୍ରାସ ପାଇବା ଆରମ୍ଭ ହୋଇଯାଇଛି । କଣ ଅଭିଯୋଗ ପଢନ୍ତୁ

Hindenburg Report
Hindenburg Report

ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ବ୍ଲାକ୍‌ ଇଙ୍କ୍‌ । ଟ୍ବିଟରର କୋ ଫାଉଣ୍ଡର ଜ୍ୟାକ୍‌ ଡୋର୍ସିଙ୍କ କମ୍ପାନୀ ବ୍ଲାକ୍‌ ଇଙ୍କ୍‌ ଏବେ ହିଣ୍ଡେନବର୍ଗ ଟାର୍ଗେଟକୁ ଆସିଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏହାର ସିଧାସଳଖ ପ୍ରଭାବ ସେୟାର ଉପରେ ପ୍ରଭାବ ପଡୁଥିବା ନଜୀର ରହିଛି । ଜ୍ୟାକ୍‌ ଡୋର୍ସିଙ୍କ କମ୍ପାନୀ ବ୍ଲାକ ଇଙ୍କ୍‌ କମ୍ପାନୀ ସହ ତାହା ଘଟିଛି । ଆଦାନୀଙ୍କ ପରେ ଡୋର୍ସିଙ୍କୁ ନେଇ ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି । ଯାହା ଫଳରେ କମ୍ପାନୀର ସେୟାର ମୂଲ୍ୟ ସଙ୍ଗେସଙ୍ଗେ ହ୍ରାସ ପାଇଛି ।

  • We also think Jack Dorsey has built an empire—and amassed a $5 billion fortune—professing to care deeply about demographics he is taking advantage of.

    Having sold shares near the top, he's ensured he'll be fine regardless of the outcome for everyone else.https://t.co/JSJtjx0MkD

    — Hindenburg Research (@HindenburgRes) March 23, 2023 " class="align-text-top noRightClick twitterSection" data=" ">

ଡୋର୍ସିଙ୍କ ସମ୍ପତ୍ତି ୫୨.୬ କୋଟି ହ୍ରାସ : ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ତଥ୍ୟ ଅନୁସାରେ, ଗତ ଗୁରୁବାର ଦିନ ଜ୍ୟାକ ଡୋର୍ସିଙ୍କ ସମ୍ପତ୍ତି ମୂଲ୍ୟ ୫୨.୬ କୋଟି ହ୍ରାସ ପାଇଛି । ଯାହାକି ମେ ମାସ ପରଠାରୁ ସବୁଠାରୁ ଅଧିକ କ୍ଷତି । ତେବେ କୁହାଯାଉଛି ଯେ, ସେୟାର ମୂଲ୍ୟ ୧୧ ପ୍ରତିଶତ ହ୍ରାସ ହେବା ପରେ ଡୋର୍ସିଙ୍କ ସମ୍ପତ୍ତି ହ୍ରାସ ପାଇ ୪.୪ ବିଲିୟନ ଡଲାରରେ ପହଞ୍ଚିଛି । ତେବେ ଫୋର୍ସ ବିଲେନିୟରର ଇଣ୍ଡେକ୍ସ ଅନୁସାରେ, ଜ୍ୟାକ ଡୋର୍ସିଙ୍କ ସମ୍ପତ୍ତିର ମୂଲ୍ୟ ୭୬୧ ମିଲିୟନ ଡଲାର ହ୍ରାସ ପରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪.୨ ବିଲିୟନ ଡ଼ଲାରକୁ ଖସି ଆସିଛି ।

Hindenburg Report
Hindenburg Report

ବ୍ଲାକ ଇଙ୍କ୍‌ ବିରୋଧରେ ସାଂଘାତିକ ଅଭିଯୋଗ: ଜ୍ୟାକ ଡୋର୍ସିଙ୍କ କମ୍ପାନୀ ହେଉଛି ବ୍ଲାକ ଇଙ୍କ୍‌ । ଏହା ଏକ ପେମେଣ୍ଟ କମ୍ପାନୀ ଅଟେ । ମୋବାଇଲ ବ୍ୟାଙ୍କିଂ ସେବା ପ୍ରଦାନ କରିଥାଏ । ତେବେ ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଯାଇଛି ଯେ, କମ୍ପାନୀ ପେମେଣ୍ଟରେ ସରକାରଙ୍କୁ ଧୋକା ଦେଇଛି । ଭୁଲ ଉପାୟରେ ରାଜସ୍ବ ଆଦାୟ କରିଛି । ନିବେଶକମାନଙ୍କୁ ବିଭ୍ରାନ୍ତି କରୁଛି । ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀକୁ ନେଇ ନିବେଶକଙ୍କୁ ବଢାଇ ଚଢାଇ କୁହାଯାଇଛି ।

ଅଭିଯୋଗକୁ ଖଣ୍ଡନ କରିଛି କମ୍ପାନୀ: ଜ୍ୟାକ୍ ଡୋର୍ସିଙ୍କ କମ୍ପାନୀ ହିଣ୍ଡେନବର୍ଗ ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି । ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କମ୍ପାନୀ ଜାଣିବାକୁ ଚେଷ୍ଟା କରିବ ବୋଲି କୁହାଯାଇଛି । ତେବେ ଗୁରୁବାର ରିପୋର୍ଟ ପ୍ରକାଶ ପାଇବା ପରେ ଏହାର ସେୟାର ମୂଲ୍ୟ ୧୫ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ଏହାପୂର୍ବରୁ ବ୍ଲାକ୍ ଇଙ୍କ୍‌ର ସେୟାର ୨୨ ପ୍ରତିଶତ ହ୍ରାସ ପାଇଥିଲା ।

ପ୍ରକାଶଥାଉକି, ଯେଉଁ ବ୍ୟକ୍ତିବିଶେଷଙ୍କ ଉପରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରେ ସେହି ବ୍ୟକ୍ତିଙ୍କୁ ବହୁ ମାତ୍ରାରେ କ୍ଷତି ସହିବାକୁ ପଡିଥାଏ । ଏହାପୂର୍ବରୁ ଜାନୁଆରୀ ୨୪ ତାରିଖରେ ଆଦାନୀ ଉପରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରିଥିଲା । ଏହାପରେ ଆଦାନୀଙ୍କ ସମ୍ପତିର ମୂଲ୍ୟ ହ୍ରାସ ପାଇଥିଲା । ସେ ଦ୍ବିତୀୟ ଧନୀ ବ୍ୟକ୍ତିରୁ ଖସି ଆସି ୨୧ସ୍ଥାନରେ ରହିଥିଲେ । ବର୍ତ୍ତମାନ ତାଙ୍କ ସମ୍ପତ୍ତିର ମୂଲ୍ୟ ୬୦ ବିଲିୟନ ଡଲାର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.