ETV Bharat / business

Basmati Rice Export: 1ଟନ୍‌ ବାସୁମତୀ ଚାଉଳ ରପ୍ତାନୀ ଉପରେ 1200 ଡଲାର ରପ୍ତାନୀ ଶୁଳ୍କ ଲଗାଇଲେ ସରକାର - ଚାଉଳ ରପ୍ତାନୀଚାଉଳ ରପ୍ତାନୀ

ବାସୁମତୀ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ପ୍ରତି 1ଟନ୍‌ ଚାଉଳ ଉପରେ ସର୍ବନିମ୍ନ ରପ୍ତାନୀ ଶୁଳ୍କ 1200 ଡଲାର ଲଗାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବାସୁମତୀ ଚାଉଳ ରପ୍ତାନୀ
ବାସୁମତୀ ଚାଉଳ ରପ୍ତାନୀ
author img

By ETV Bharat Odisha Team

Published : Aug 27, 2023, 6:37 PM IST

ନୂଆଦିଲ୍ଲୀ: ପିଆଜ ଉପରେ 40 ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରିବା ପରେ ବର୍ତ୍ତମାନ ସରକାର ବାସୁମତୀ ଚାଉଳର ରପ୍ତାନୀକୁ ସିମୀତ କରିବା ପାଇଁ ଯୋଜନା କରୁଛନ୍ତି । ତେବେ ବାସୁମତୀ ଚାଉଳ ରପ୍ତାନୀ ଉପରେ ରୋକ୍‌ ଲଗାଇବା ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ପ୍ରତି 1ଟନ୍‌ ଚାଉଳ ଉପରେ ସର୍ବନିମ୍ନ ରପ୍ତାନୀ ଶୁଳ୍କ 1200 ଡଲାର ଲାଗାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ବାଣିଜ୍ୟ ବିଭାଗ, କୃଷି ଏବଂ ପ୍ରକ୍ରିୟା ଖାଦ୍ୟ ଉତ୍ପାଦନ ରପ୍ତାନୀ ବିକାଶ ପ୍ରାଧିକରଣ (ଏପିଇଡିଏ)କୁ ରପ୍ତାନୀ ଶୁଳ୍କ ଲାଗୁ କରିବା ପାଇଁ ନିର୍ଦ୍ଦେଶ ହେଇଛି ।

ତେବେ ସରକାର ପ୍ରତି ଏକ ଟନ୍‌ ବାସୁମତୀ ଚାଉଳ ଉପରେ 1200 ଡଲାର ରପ୍ତାନୀ ଶୁଳ୍କ ଲଗାଇଛନ୍ତି । ଯଦି କୌଣସି ରାପ୍ତାନୀକାରୀ ଏହା ଠାରୁ କମ୍‌ ମୂଲ୍ୟରେ ରପ୍ତାନୀ କରନ୍ତି ତେବେ ସେମାନଙ୍କୁ ରେଜିଷ୍ଚ୍ରେସନ୍‌ ଓ ଆଲର୍ଟମେଣ୍ଟ୍‌ ସାର୍ଟିଫିକେଟ ଜାରି କରାଯିବ ନାହିଁ । ତେବେ ଗତ ମାସରେ ଘରୋଇ ଯୋଗାଣ ବୃଦ୍ଧି ଏବଂ ଖୁଚୁରା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଅଣ-ବାସୁମତୀ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେହିପରି ଗତ ବର୍ଷ ସେପ୍ଟେମ୍ବର ମାସରେ ସରକାର ବ୍ରୋକେନ ରାଇସ(ଖୁଦ) ରପ୍ତାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ।

ଏହା ମଧ୍ୟ ପଢ଼ନ୍ତୁ...Broken Rice Export: ବ୍ରୋକେନ ରାଇସ ରପ୍ତାନୀ ଉପରେ ବ୍ୟାନ ଲଗାଇଲା ଭାରତ

ତେବେ ଭାରତ ସରକାର ଶୁକ୍ରବାର ଉଷୁନା ଚାଉଳ ରପ୍ତାନୀ ଉପରେ 20 ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇଥିଲେ। ଘରୋଇ ସ୍ତରରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ରଖିବା ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ପଦକ୍ଷପ ନେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ 25ରେ ଲାଗୁ ହୋଇଥିବା ଏହି ରପ୍ତାନୀ ଶୁକ୍ଳ 2023 ଅକ୍ଟୋବର 16 ପର୍ଯ୍ୟନ୍ତ ରହିବ । ତେବେ ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଲେଟ୍‌ ଏକ୍ସପୋର୍ଟ ଅର୍ଡର ମିଳି ନଥିବା ଏବଂ ପୋର୍ଟରେ ପହଞ୍ଚି ସାରିଥିବା ଚାଉଳ ଉପରେ ରପ୍ତାନୀ ଶୁକ୍ଳ ଲଗାଯିବ ନାହିଁ । ଏହାସହ ଯେଉଁମାନଙ୍କୁ 25 ଅଗଷ୍ଟ ପୂର୍ବରୁ ଲେଟର୍‌ ଅଫ୍‌ କ୍ରେଡିଟ୍‌ ମିଳିଛି ସେମାନଙ୍କ ଉପରେ ଏହା ଲାଗୁ ହେବ ନାହିଁ ।

ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌ ରୁ ଜୁନ୍‌ ମାସ ମଧ୍ୟରେ ଭାରତ 15.54 ଲକ୍ଷ ଟନ୍‌ ଅଣ-ବାସୁମତୀ ଚାଉଳ ରପ୍ତାନୀ କରିଛି, ଯାହା ଗତ ବର୍ଷ ମାତ୍ର 11.55 ଲକ୍ଷ ଟନ୍‌ ଥିଲା । ତେବେ ଖାଦ୍ୟ ସାମଗ୍ରୀର ମୂଲ୍ଯ ଅଧିକ ହେବାରୁ ଅଣ-ବାସୁମତୀ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଜୁଲାଇ ମାସରେ ଖୁଚୁରା ମୁଦ୍ରାସ୍ଫିତୀ 7.44 ପ୍ରତିଶତ ପହଞ୍ଚି ଥିଲା ଯାହା ଜୁନ୍‌ ମାସରେ 4.87 ପ୍ରତିଶତ ଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ଏହି ରପ୍ତାନୀ ଶୁଳ୍କ ଲଗାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.