ETV Bharat / business

ଋଷ ତୈଳଦର ସୀମିତ ପ୍ରସ୍ତାବରେ ଭାରତ ଆଗ୍ରହ ଦେଖାଉଥିବା କହିଲା ଆମେରିକା - ଆମେରିକାର ଟ୍ରେଜେରୀ ସଚିବଙ୍କ ପ୍ରତିକ୍ରିୟା

ଋଷ ତୈଳ ଦର ସୀମିତ Capping Russian Oil Price କରିବା ପ୍ରସ୍ତାବରେ ଭାରତ ବହୁତ ଆଗ୍ରହ ଦେଖାଉଥିବା କହିଲେ ଆମେରିକାର ଟ୍ରେଜେରୀ ସଚିବ ୱାଲି ଏଡିୟମୋ Wally Adeyemo । ଅଧିକ ପଢନ୍ତୁ

Russian oil price cap proposal, ଋଷ ତୈଳ ଦର ସୀମିତ ପ୍ରସ୍ତାବରେ ଭାରତ ଆଗ୍ରହୀ କହିଲା ଆମେରିକା

author img

By

Published : Aug 27, 2022, 6:21 PM IST

ନୂଆଦିଲ୍ଲୀ: ଋଷ ତୈଳ ଦର ସୀମିତ(capping Russian oil price) କରିବା ପ୍ରସ୍ତାବରେ ଭାରତ ବହୁତ ଆଗ୍ରହ ଦେଖାଉଥିବା କହିଲେ ଆମେରିକାର ଟ୍ରେଜେରୀ ସଚିବ ୱାଲି ଏଡିୟମୋ(US Deputy Secretary of Treasury Wally Adeyemo) । ଋଷର ତୈଳ ଦର ସୀମିତ ହେଲେ, ଏହା ଭାରତକୁ ଖୁବ୍ ସୁହାଇବ । ତେଣୁ ଆଲୋଚନା ସମୟରେ ଭାରତ ଆଗ୍ରହ ପ୍ରକାଶ କରୁଥିବା ଏଡିୟମୋ କହିଛନ୍ତି ।

ମୂଲ୍ୟ ସୀମିତ ନେଇ ନିଶ୍ଚିତ ହେବା ପରେ ଋଷ ରାଜସ୍ୱ ହ୍ରାସ ହେବ ବୋଲି ସେ କହିଛନ୍ତି । ତେବେ ୟୁକ୍ରେନ ଆକ୍ରମଣ ପରେ ଆମେରିକା ଋଷ ଉପରେ ପ୍ରତିବନ୍ଧକ ଲଗାଇଛି । ପ୍ରାଇସ କ୍ୟାପ ହ୍ରାସ ବାବଦରେ ଭାରତୀୟ ଅଧିକାରୀ ଏବଂ ନୀତି ନିର୍ମାତାମାନଙ୍କ ସହ ମୋର ବାର୍ତ୍ତାଳାପ ସମୟର ସେମାନେ ଏଥିପାଇଁ ବହୁତ ଆଗ୍ରହ ଦେଖାଇଥିବା କହିଛନ୍ତି ୱାଲି । ଆମେ ସେମାନଙ୍କୁ ସୂଚନା ପ୍ରଦାନ କରୁଛୁ ଏବଂ ବାର୍ତ୍ତାଳାପ ଜାରି ରଖିବୁ ବୋଲି ଏଡିୟମୋ କହିଛନ୍ତି ।

ଭାରତ ଏବଂ ଅନ୍ୟ କେତେକ ଦେଶ ଋଷରୁ ତୈଳ କ୍ରୟ ବୃଦ୍ଧି କରିଛନ୍ତି ଏବଂ ଏହି ପୃଷ୍ଠଭୂମି ବିରୁଦ୍ଧରେ ଋଷର ତୈଳ ମୂଲ୍ୟ ହ୍ରାସ କରିବାର ଉପାୟ ଖୋଜୁଛି । ଶୁକ୍ରବାର ଏଡିୟମୋ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ସେମାନେ Indo-Pacific ଅର୍ଥନୈତିକ ଫ୍ରେମୱାର୍କ ଏବଂ ଭାରତର G20 ସଭାପତିତ୍ବ ବାବଦରେ ଆଲୋଚନା କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.