ETV Bharat / business

EV in India: ବୈଦ୍ୟୁତିକ ଯାନ ବିକ୍ରିରେ 120%, ହାଇବ୍ରିଡରେ 400% ବୃଦ୍ଧି - ହାଇବ୍ରିଡ୍ ଯାନ

ଭାରତରେ ବୈଦ୍ୟୁତିକ ଯାନ ବିକ୍ରିରେ 120 ପ୍ରତିଶତ ବୃଦ୍ଧି । ଏହାସହ ହାଇବ୍ରିଡ୍ ଯାନରେ ମଧ୍ୟ 400 ପ୍ରତିଶତ ବୃଦ୍ଧି। ଅଧିକ ପଢ଼ନ୍ତୁ

ବୈଦ୍ୟୁତିକ ଯାନ
ବୈଦ୍ୟୁତିକ ଯାନ
author img

By

Published : Aug 21, 2023, 6:23 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଦ୍ବିତୀୟ ତ୍ରୟୋମାସିକରେ ଭାରତରେ ବୈଦ୍ୟୁତିକ ଯାନ ବିକ୍ରିରେ 120 ପ୍ରତିଶତ ବୃଦ୍ଧି ଘଟିଛି । ଏହାସହ ହାଇବ୍ରିଡ୍ ଯାନରେ ମଧ୍ୟ 400 ପ୍ରତିଶତ ବୃଦ୍ଧି ପାଇଥିବା ନେଇ ସୋମବାର ରିପୋର୍ଟ ପ୍ରକାଶ ପାଇଛି ।

ସାଇବର ମିଡିଆ ରିପୋର୍ଟ ମୁତାବକ, ଆଡ୍‌ଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ୍‌ ସିଷ୍ଟମ ( ଏଡିଏସ୍‌ଏଏସ୍‌ )ମଧ୍ୟ ଦ୍ରୁତ ଭାବରେ ବୃଦ୍ଧି ହୋଇ ବର୍ଷକୁ 350 ପ୍ରକତିଶତ ଅଭିବୃଦ୍ଧି ହୋଇଛି । ସେହିପରି ଯାତ୍ରୀବାହୀ ଯାନ ଗୁଡ଼ିକରେ ଡିଜିଟାଲ କୋକ୍‌ପିଟ ବୈଶିଷ୍ଟ୍ୟର ସଂଯୋଗ ପରେ ଏହା 60 ପ୍ରତିଶତକୁ ବୃଦ୍ଧି ପାଇଛି ।

ତେବେ ବୈଦୁତିକ ଯାନ ଗୁଡିକ ଗ୍ରାହକମାନଙ୍କ ପାଖରେ ଗ୍ରହଣୀୟ ହୋଇଥିବାରୁ ନୂତନ ଗୁଣବତ୍ତା ସହିତ ଏହାର ସୂଲଭ ମଡେଲକୁ ବଜାରରେ ଲଞ୍ଚ କରାଯିବା ପାଇଁ ଯୋଜନା ତରାଯାଉଛି ,ଯଥା- ଏମ୍‌ଜି ମୋଟର୍ସ ଦ୍ବାରା ଏମଜି କମେଟ୍‌ ବୈଦୁତିକ ଯାନ ଲଞ୍ଚ କରାଯିବ। ତେବେ ସିଏମଆରର ସ୍ମାର୍ଟ ମୋବିଲିଟି ସିନିୟର ଆନାଲିଷ୍ଟ୍‌ ଜନ୍‌ ମାର୍ଟୀନଙ୍କ କହିଛନ୍ତି, "ଅଟୋମୋଟିଭ୍‌ ଓର୍ଜିନାଲ ଇକ୍ୟୁପ୍‌ମେଣ୍ଟ ନିର୍ମାତାମାନେ ଲେବୁଲ 2 ଆଡ୍‌ଭାନ୍ସ ଡ୍ରାଇଭର ଆସିଷ୍ଟାନ୍ସ୍‌ ସିଷ୍ଟମ ବୈଦୁତିକ ଯାନ ଲଞ୍ଚ କରିବା ପାଇଁ ଦୃଷ୍ଟିରେ ରଖିଛି। ଯେଉଁଥିରେ ଆଡପ୍ଟିଭ୍‌ କ୍ରୁଜ କଣ୍ଟ୍ରୋଲ, ଲେନ ସେଣ୍ଟ୍ରିଂଓ ଅଟୋସେଟେଟ୍‌ ଲେନ୍‌ ଚେଞ୍ଜେସମ ଆଦି ଅନ୍ତର୍ଭୁକ୍ତ ରହିବ ।"

ଏହା ମଧ୍ୟ ପଢ଼ନ୍ତୁ.....2035ରୁ ୟୁରୋପିୟାନ ୟୁନିଅନ୍‌ରେ ଆଉ ଗଡିବନି ଗ୍ୟାସ ଓ ଡିଜେଲ କାର

ଏହାସହ ଯାନ ଗୁଡ଼ିକରେ ଅତ୍ଯଧିକ ଜ୍ଞାନକୌଶଳର ବ୍ୟବହାର ମଧ୍ୟ ବଢାଯାଉଛି। ଯାହା ଦ୍ବାରା ଏହା ଯାତ୍ରୀମାନଙ୍କୁ ଆରାମ ଦାୟକ ଯାତ୍ରାର ଅନୁଭବ ଦେବା ସହ ଯାନଗୁଡ଼ିକ ପରିବେଶ ଉପଯୋଗି ରହିବ। ତେବେ ଟୋୟୋଟା କିର୍ଲୋସ୍‌କର, ମାରୁତି ସୁଜୁକି ଓ ଙୋଣ୍ଡା ମୋଟର୍ସ ଭଳି ନିର୍ମାତାମାନଙ୍କୁ ପଛରେ ପକାଇ ହାଇବ୍ରିଡ଼ ଯାନର ଚାହିଦା ବୃଦ୍ଧି ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ..Tesla EV supercharger: ବିଶ୍ବସ୍ତରରେ ରେକର୍ଡ ସଂଖ୍ୟକ ସୁପରଚାର୍ଜର ଷ୍ଟେସନ ସ୍ଥାପନ କଲା ଟେସଲା

2023 ଦ୍ବିତୀୟ ତ୍ରୟୋମାସିକ ସମୟରେ ସ୍ମାର୍ଟ ବୈଶିଷ୍ଟ୍ୟ ଦ୍ବାରା ସଜ୍ଜିତ ବୈଦ୍ୟୁତିକ ଯାନ 90 ପ୍ରତିଶତ ବିକ୍ରି ହୋଇଥିଲା। ଏହାସହ 15 ପ୍ରତିଶତ ହାଇବ୍ରିଡ୍‌ ଯାନ ବିକ୍ରି ହୋଇଥିଲା। ତେବେ ଆଶା କରାଯାଉଛି ଯେ, ଚଳିତ ବର୍ଷର ଶେଷ ସୁଦ୍ଧା 5 ପ୍ରତିଶତରୁ ଅଧିକ ପାସେଞ୍ଜର ଗାଡ଼ି ସମ୍ପୁର୍ଣ୍ଣ ବୈଦ୍ୟୁରିକ ଏଡିଏସ୍‌ଏଏସ୍‌ ବୈଶିଷ୍ଟ୍ୟ ସହ ଉପଲବ୍ଧ ହେବ। ଏହାସହ ଆଡ୍‌ଭାନ୍ସ ସଂଯୋଗିକରଣ ଏବଂ ଡିଜିଟାଲ କକ୍‌ପିଟ୍‌ ଦ୍ବାରା 40 ପ୍ରତିଶତ ମାର୍କେଟ ସେୟାର ହାସଲ କରିବା ନେଇ ଆକଳନ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.