ETV Bharat / business

ବଢିବନି ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

author img

By

Published : Jul 26, 2022, 11:06 AM IST

ଏଥର ଆୟକର ରିଟର୍ଣ୍ଣ(ITR) ଦାଖଲ ସମୟ ସୀମା ବଢିବ ନାହିଁ । ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ । ଅଧିକ ପଢନ୍ତୁ

ବଢିବନି ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା
ବଢିବନି ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ(ITR) ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ । ଏହି ସମୟ ସୀମାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସରକାର ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢାଇବାକୁ ବିଚାର କରୁନାହାନ୍ତି । ଅନ୍ୟପଟେ ଆୟକର ବିଭାଗ ଶେଷ ତାରିଖରେ ୧ କୋଟି ରିଟର୍ଣ୍ଣ ଦାଖଲ ହେବା ନେଇ ଆଶା ରଖିଛନ୍ତି । ଗତବର୍ଷ ସରକାର ଶେଷ ତାରିଖରେ ୫୦ ଲକ୍ଷ ରିଟର୍ଣ୍ଣ ହାସଲ କରିଥିଲେ । ତେବେ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଏଥର ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢିବନି ।

କୋରୋନା ମହାମାରୀର ପ୍ରଭାବ ଯୋଗୁଁ ଗତ ଦୁଇ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ଅବଧିକୁ ସରକାର ବଢାଇଥିଲେ । କିନ୍ତୁ ଏଥର ରିଟର୍ଣ୍ଣ ଦାଖଲ ଅବଧି ବଢାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଆୟକର ନିୟମ ଅନୁଯାୟୀ, ଲୋକମାନେ ଦାଖଲ କରୁଥିବା ରିଟର୍ଣ୍ଣରେ ହିସାବର କୌଣସି ଅଡିଟ ଦରକାର ପଡୁନଥିବାରୁ ସେମାନେ ନିର୍ଦ୍ଧାରିତ ସମୟ ୩୧ ସୁଦ୍ଧା ଏହାକୁ ଦାଖଲ କରିବେ । ITRରେ ଗୋଟିଏ ନିର୍ଦ୍ଧିଷ୍ଟ ବର୍ଷରେ ଜଣେ ବ୍ୟକ୍ତିଙ୍କ ଆୟ ଏବଂ ଏହା ଉପରେ ଦିଆଯାଉଥିବା ଟିକସ ସମ୍ପର୍କରେ ସୂଚନା ଦିଆଯାଇଥାଏ । ୭ ପ୍ରକାର ଆଇଟିଆର ରହିଛି, ଯାହାକି କରଦାତାଙ୍କ ପ୍ରକାର ଏବଂ ଆୟର ପ୍ରକୃତି ଓ ପରିମାଣ ଉପରେ ନିର୍ଭର କରେ । ଆସନ୍ତା ୩୧ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ବର୍ତ୍ତମାନ ଆୟକର ବିଭାଗର ନୂଆ ପୋର୍ଟାଲ ଅଧିକ ଲୋଡ୍ ନେବାକୁ ସକ୍ଷମ ବୋଲି କୁହାଯାଇଛି ।

ରାଜସ୍ବ ସଚିବ ତରୁଣ ବଜାଜ କହିଛନ୍ତି, ''୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଜୁଲାଇ ୨୦ ସୁଦ୍ଧା ୨.୩ କୋଟି ଆୟକର ରିଟର୍ଣ୍ଣ ଦାଖଲ ହୋଇଛି । ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଉଛି । ଗତ ଆର୍ଥକ ବର୍ଷ (୨୦୨୦-୨୧)ରେ ୫.୮୯ କୋଟି ରିଟର୍ଣ୍ଣ ଦାଖଲ ହୋଇଥିଲା । ଲୋକେ ଭାବୁଛନ୍ତି ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବଢିବ । ତେଣୁ ସେମାନେ ଏ ଦିଗରେ ସେତେଟା ତତ୍ପରତା ଦେଖାଉ ନାହାନ୍ତି । ଏବେ ଦୈନିକ ୧୫ ଲକ୍ଷରୁ ୧୮ ଲକ୍ଷ ରିଟର୍ଣ୍ଣ ଦାଖଲ ହେଉଛି । ଆଗାମୀ ଦିନରେ ଏହି ସଂଖ୍ୟା ୨୫ ଲକ୍ଷରୁ ୩୦ ଲକ୍ଷ ଯାଏଁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.