ETV Bharat / business

Cyber fraud: UPI ପେମେଣ୍ଟ ସମୟରେ ରୁହନ୍ତୁ ସତର୍କ, ମାନନ୍ତୁ ଏହି ସବୁ ଟିପ୍ସ

author img

By

Published : Jun 4, 2022, 11:21 AM IST

ଦେଶରେ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆସିବା ପରେ ସହଜ ହୋଇଛି ବ୍ୟାଙ୍କିଙ୍କ ନେଣଦେଣ । ତେବେ UPI ପେମେଣ୍ଟ ମାଧ୍ୟମରେ ଅନେକ ସମୟରେ ଆକାଉଣ୍ଟ ହ୍ୟାକ କରି ଟଙ୍କା ଲୁଟୁଛନ୍ତି ସାଇବର ଠକ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ସତର୍କତା ଆବଲମ୍ବନ କରିବା ଜରୁରୀ ହୋଇପଡିଛି । ଅଧିକ ପଢନ୍ତୁ

UPI ପେମେଣ୍ଟ ସମୟରେ ରୁହନ୍ତୁ ସତର୍କ, ନହେଲେ ହାକର୍ ଲୁଟି ନେବେ ଟଙ୍କା

ହାଇଦ୍ରବାଦ: ଦେଶରେ ବହୁଳ ଭାବେ ବ୍ୟବହାର ହେଉଛି ଡିଜିଟାଲ ପେମେଣ୍ଟ । କ୍ୟାସ ଦେବା ପରିବର୍ତ୍ତେ ଏବେ ଅନଲାଇନରେ ପେମେଣ୍ଟ କରିବାକୁ ଲୋକେ ପସନ୍ଦ କରୁଛନ୍ତି । ଏଣୁ ଫୋନ୍‌ ପେ, ଗୁଗଲ ପେ ଓ ପେଟିଏମ୍‌ ଭଳି ଉପାୟ ଆପଣାଉଛନ୍ତି । ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (UPI) ଆସିବା ପରେ ଅନଲାଇନ ବ୍ୟାଙ୍କିଙ୍କ ନେଣଦେଣ ସହଜ ହୋଇଛି । ୟୁପିଆଇ ଆଇଡିରେ ମାତ୍ର କେଇ ସେକେଣ୍ଡରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଆକକାଉଣ୍ଟକୁ ଅନଲାଇନରେ ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର୍ମ କରାଯାଉଛି । କିନ୍ତୁ ଅନେକ ସମୟରେ ୟୁପିଆଇ ପେମେଣ୍ଟ ଯୋଗୁଁ ୟୁଜର୍ସ ଠକାମିର ଶିକାର ହେଉଛନ୍ତି । ହ୍ୟାକର୍ସ ମାନେ ୟୁପିଆଇ କୋର୍ଡ ହ୍ୟାକ କରି ଟଙ୍କା ଠକୁଥିବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯଦି ଆପଣ ୟୁପିଆଇ ମଧ୍ୟରେ ପେମେଣ୍ଟ କରୁଛନ୍ତି ତେବେ ସତର୍କତା ଆବଲମ୍ବନ କରିବା ଜରୁରୀ ହୋଇପଡିଛି । କାହିଁକିନା ଅନେକ ସମୟରେ ଆକାଉଣ୍ଟ ହ୍ୟାକ କରି ଟଙ୍କା ଲୁଟୁଛନ୍ତି ସାଇବର ଠକ ।

ଯଦି ଆପଣ ଅନ୍ୟ ଏକ ଆକାଉଣ୍ଟକୁ ଏକ ବଡ ଆମାଉଣ୍ଟର ଟଙ୍କା ପଠାଉଛନ୍ତି ତେବେ ପ୍ରଥମେ ଏକ ଟଙ୍କା ଟ୍ରାଜାକ୍ସନ କରନ୍ତୁ, ଏହାପରେ ଚେକ କରନ୍ତୁ ଆପଣ ପଠାଇଥିବା ଆକାଉଣ୍ଟକୁ ଟଙ୍କା ଟ୍ରାଜାକ୍ସନ ହୋଇଛି କି ନାହିଁ । ତାହା ନିଶ୍ଚିନ୍ତ ହେବା ପରେ ଆପଣ ବଡ ଆମାଉଣ୍ଟର ଟଙ୍କା ପଠାନ୍ତୁ । ଏହା କରିବା ଦ୍ବାର ଆପଣ ଠକାମିର ଶିକାର ହେବେ ନାହିଁ । ଆଜିକାଲି ସବୁ ସ୍ଥାନରେ ଅନଲାଇନ ଟ୍ରାଜାକ୍ସନ ହେଉଥିବାରୁ ଦୋକାନ ଗୁଡିକରେ QR କୋଡର ବ୍ୟବହାର କରାଯାଏ । QR କୋଡ ସ୍କାନ କରିବା ମାତ୍ରେ ଦୋକାନୀଙ୍କ ବ୍ୟାଙ୍କିଙ୍ଗ ବିବରଣୀ ଆସେ । ତେଣୁ ଯେତେବେଳେ ଆପଣ କୌଣସି ଦୋକାନରେ ପେମେଣ୍ଟ କରୁଛନ୍ତି ସେତେବେଳେ ଏହି ବିବରଣୀ ଯାଞ୍ଚ କରନ୍ତୁ । ନଚେତ ଆପଣ ପେମେଣ୍ଟ କରୁଥିବା ଆକାଉଣ୍ଟକୁ ଟଙ୍କା ନଯାଇ ଅନ୍ୟ କେଉଁଠାକୁ ଚାଲିଯିବ । କାହିଁକିନା କିଛି ଠକ ଟଙ୍କା ଲୁଟିବା ପାଇଁ ଦୋକାନରେ ଲାଗିଥିବା QR କୋର୍ଡକୁ ପରିବର୍ତ୍ତନ କରିଦେଇଥାନ୍ତି । ତେଣୁ ଯେଉଁ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି ସାବଧାନତାର ସହ ପଠାନ୍ତୁ ।

ଯେତେବେଳେ UPIରେ କାହାକୁ ଟଙ୍କା ପଠାଉଛନ୍ତି ସେତେବେଳେ ଏକ ପିନ୍ ଦେବାକୁ ପଡିଥାଏ । ଏହି ପିନ ଦେବା ପରେ ଅନ୍ୟ ଏକ ଆକାଉଣ୍ଟକୁ ନେଣଦେଣ ହୋଇଥାଏ । ତେବେ ଏହି ପିନଟିକୁ କାହାରିକୁ ମଧ୍ୟ ସେୟାର କରନ୍ତୁ ନାହିଁ । ଆଜିକାଲି ଗୋଟିଏ ଆପରୁ ଏକାଧିକ QR କୋଡ୍ ସ୍କାନ୍ କରାଯାଇପାରିବ, ତେଣୁ ଫୋନରେ ଅଧିକ ଆପ ରଖିବା ଆବଶ୍ୟକ ନାହିଁ । ଯଦି କାରବାର ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଅଭିଯୋଗ ମଧ୍ୟ କରିପାରିବେ ।

ୟୁପିଆଇ ଜରିଆରେ ଗ୍ରାହକ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନନେଇ ବି ନିଜ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇପାରୁଛନ୍ତି । 2016ରେ ନୋଟବନ୍ଦୀ ପରେ ଏହା ଅଧିକ କାର୍ଯ୍ୟକାରୀ ହୋଥିଲା । ଏନସିପିଆଇ ସ୍ମାର୍ଟଫୋନ ଜରିଆରେ ଡିଜିଟାଲ ପେମେଣ୍ଟକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ୟୁପିଆଇର ପ୍ରଚଳନ କରିଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.