ETV Bharat / business

କ୍ଷତି ସହିବାରେ ବି ବିଶ୍ବ ରେକର୍ଡ ସୃଷ୍ଟି କଲେ ଏଲନ ମସ୍କ - ଟେସଲା

ବ୍ୟବସାୟରେ କିଏ ଦିନେ ଅମିର ବନିଯିବ ତ ଆଉ ଦିନେ ଫକିର ସାଯିଜିବ ବୋଲି ଲୋକକଥା ରହିଛି । ବାସ୍ତବରେ ଏହି ଲୋକକଥା ପ୍ରତିଫଳିତ ହୋଇଛି ଏଲନ ମସ୍କଙ୍କ କ୍ଷେତ୍ରରେ ! ମସ୍କ ଫକିର ହୋଇନଥିଲେ ବି ବ୍ୟବସାୟରେ ସେ ସହିଥିବା କ୍ଷତି ଆଜି ତାଙ୍କୁ ବିଶ୍ବ ରେକର୍ଡରେ ସ୍ଥାନ ଦେଇଛି(Elon Musk Breaks Guinness World Record For Largest-Ever Loss Of Personal Fortune) । ଅଧିକ ପଢନ୍ତୁ

Elon Musk
Elon Musk
author img

By

Published : Jan 11, 2023, 3:44 PM IST

ହାଇଦ୍ରାବାଦ: କୀର୍ତ୍ତିମାନ ରଚିବାକୁ କିଏ ବା ପସନ୍ଦ ନକରେ । ଆମ ମଧ୍ୟରେ ଅନେକ ଲୋକ ଅଛନ୍ତି, ଯେଉଁମାନେ କି ପ୍ରସିଦ୍ଧ ହେବାକୁ ବା ଲୋକଲୋଚନକୁ ଆସିବା ପାଇଁ ବହୁତ କିଛି କରିଥାନ୍ତି । କେତେକ ଲୋକ ସେମାନଙ୍କ ଦକ୍ଷତା, ବ୍ୟବସାୟ କିମ୍ବା ସେବା ଆଧାରରେ ବିଶ୍ୱ ରେକର୍ଡ ସୃଷ୍ଟି କରନ୍ତି । ଏହି ରେକର୍ଡ ସୃଷ୍ଟି କରିବାରେ ଟେସଲା ମାଲିକ ତଥା ଟ୍ବିଟର ସିଇଓ ଏଲନ ମସ୍କ ଥିଲେ ଅନ୍ୟତମ । ବ୍ୟବସାୟ କ୍ଷେତ୍ରରେ ମସ୍କ ସୃଷ୍ଟି କରିଥିବା ରେକର୍ଡ ଦିନେ ତାଙ୍କୁ ବିଶ୍ବ ବିଖ୍ୟାତ କରିଥିଲା । ବର୍ତ୍ତମାନ ସେ ବ୍ୟବସାୟ କ୍ଷେତ୍ରରେ ସହିଥିବା କ୍ଷତି ବି ତାଙ୍କୁ ବିଶ୍ବ ରେକର୍ଡ ଦେଇଛି ।

ଆଜ୍ଞା ହଁ, କଥାଟା ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ । କ୍ଷତି ସହିବାରେ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ମସ୍କ(Elon Musk Breaks Guinness World Record For Largest-Ever Loss Of Personal Fortune) । ଖବର ଅନୁସାରେ, ବିଶ୍ବର ସବୁଠାରୁ ଧନୀ ତାଲିକାର ପ୍ରଥମରେ ଥିବା ମସ୍କ ଏପରି କ୍ଷତି ସହିଛନ୍ତି, ଯାହା ତାଙ୍କୁ ଏବେ ସବୁଠୁ ଅଧିକ କ୍ଷତି ସହିଥିବା ମାଲିକ ରୂପେ ପରିଚିତ କରାଇ ଦେଇଛି । ମସ୍କଙ୍କ କ୍ଷତି ଏପରି ହୋଇଛି ଯେ, ଶେଷରେ ତାଙ୍କର ଏହି ଅବନ୍ନୋତି ବି ଗିନିଜ୍ ବିଶ୍ବ ରେକର୍ଡ(Guinness World Record, GWR)ରେ ସ୍ଥାନ ପାଇଛି । ଜଣେ ମାଲିକ ହିସାବରେ ସେ ସର୍ବାଧିକ କ୍ଷତି ସହିଥିବା GWR ପ୍ରକାଶ କରିଛି । ସେ ସର୍ବ ବୃହତ-ଏଭର୍ ଲସ୍ ଅଫ୍ ପର୍ସନାଲ ଫର୍ଚ୍ୟୁନ୍(largest loss of personal fortune) ରେକର୍ଡ କରିଥିବା ଏକ ବ୍ଲଗ୍ ପୋଷ୍ଟରେ କହିଛି GWR ।

ଏହା ମଧ୍ୟ ପଢନ୍ତୁ:- Budget 2023: ଜାଣନ୍ତୁ କେଉଁ ସାମଗ୍ରୀ ହେବ ମହଙ୍ଗା

କ୍ଷତିରେ ବିଶ୍ୱ ରେକର୍ଡ :-

ନଭେମ୍ବର 2021 ପରଠାରୁ ଇତିହାସରେ କୌଣସି ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ସର୍ବାଧିକ କ୍ଷତି ପାଇଁ ଟ୍ୱିଟର, ଟେସଲା ଏବଂ ସ୍ପେସ୍ X ରେକର୍ଡ ସୃଷ୍ଟି କରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏଲନ ମସ୍କ ନଭେମ୍ବର 2021 ରୁ ବର୍ତ୍ତମାନ ପର୍ଯ୍ୟନ୍ତ 14 ଲକ୍ଷ କୋଟି କ୍ଷତି ସହିଛନ୍ତି ।

ମସ୍କଙ୍କ କ୍ଷତି ତାଲିକା:-

GWR କରିଥିବା ଏକ ବ୍ଲଗ୍ ପୋଷ୍ଟ ଅନୁଯାୟୀ, ଯଦିଓ ମସ୍କଙ୍କ କ୍ଷତିର ସଠିକ୍ ହିସାବ କରିବା ସମ୍ଭବ ନୁହେଁ, ତଥାପି ସେ ପୂର୍ବରୁ ସହିଥିବା କ୍ଷତି ବର୍ତ୍ତମାନ ରେକର୍ଡ ଭାଙ୍ଗିଛି । 2021 ମସିହାରେ ମସ୍କଙ୍କ ମୋଟ ସମ୍ପତ୍ତି 320 ବିଲିୟନ ଡ଼ଲାର୍ ଅର୍ଥାତ୍ 26 ଲକ୍ଷ କୋଟିରୁ ଅଧିକ ଥିଲା, କିନ୍ତୁ ଜାନୁୟାରୀ 2023 ସୁଦ୍ଧା ତାଙ୍କର ନିଟ୍ ମୂଲ୍ୟ 138 ବିଲିୟନ ଡ଼ଲାର୍ ଅର୍ଥାତ୍ 11 ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି । ତେବେ ଏହି କ୍ଷତି ସତ୍ତ୍ବେ ସେ ଏବେବି ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ।

ତେବେ କହି ରଖୁଛୁ ଯେ, 2022 ଅକ୍ଟୋବରରେ ଏଲନ ମସ୍କ ଟ୍ବିଟରକୁ ନିଜ ଅଧୀନକୁ ନେବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଥିଲେ । ଟ୍ବିଟରକୁ ଅଧୀନକୁ ନେବା ପରେ ସେ ଯେଉଁସବୁ ନୀତି ନିୟମ ଆରମ୍ଭ କରିଥିଲେ ତାକୁ ନେଇ ସର୍ବଦା ଖବରର ଶିରୋନାମାନେ ରହୁଥିଲେ । ବର୍ତ୍ତମାନ ଏହି ବିରଳ ରେକର୍ଡ ପୁଣି ତାଙ୍କୁ ଚର୍ଚ୍ଚାର ପରିଧିକୁ ନେଇଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.