ETV Bharat / business

Dish TV କମ୍ପାନୀ ବୋର୍ଡରୁ ଜବାହରଲାଲ ଗୋୟଲଙ୍କ ଇସ୍ତଫା - ଜବାହରଲାଲ ଗୋୟଲ ନ୍ୟୁଜ

ଡିଶ୍ ଟିଭି କମ୍ପାନୀ ବୋର୍ଡରୁ ଇସ୍ତଫା ଦେଲେ ଅଧ୍ୟକ୍ଷ ଜବାହରଲାଲ ଗୋୟଲ(Dish TV Chairman Jawahar Goel resigns from board) । ଅଧିକ ପଢନ୍ତୁ

ଡିଶ୍ ଟିଭି କମ୍ପାନୀ ବୋର୍ଡରୁ ଇସ୍ତଫା ଦେଲେ ଜବାହରଲାଲ ଗୋୟଲ

author img

By

Published : Sep 21, 2022, 7:26 AM IST

ନୂଆଦିଲ୍ଲୀ: ବ୍ରଡକାଷ୍ଟ ସାଟେଲାଇଟ୍ ସେବା ପ୍ରଦାନକାରୀ ଡିଶ୍ ଟିଭି ଅଧ୍ୟକ୍ଷ ଜବାହରଲାଲ ଗୋୟଲ ସୋମବାର କମ୍ପାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି(Dish TV Chairman Jawahar Goel resigns from board) । ଗୋୟଲ ପୂର୍ବରୁ ସେପ୍ଟେମ୍ବର 1ରେ ବୋର୍ଡରୁ ଇସ୍ତଫା ଦେବାକୁ ରାଜି ହୋଇଥିଲେ । ତେବେ ଡିସ୍ ଟିଭି ଗ୍ରୁପ୍ ସିଇଓ ଅନିଲ କୁମାର ଦୁଆ କହିଛନ୍ତି ଯେ, ଆର୍ଥିକ ବର୍ଷ 2022 କମ୍ପାନୀ ପାଇଁ ସହଜ ବର୍ଷ ନୁହେଁ, ଏହା ଉଭୟ କର୍ପୋରେଟ୍ ଏବଂ ବ୍ୟବସାୟ କ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ।

କମ୍ପାନୀର ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ଦୁଆ କହିଛନ୍ତି, ‘‘ଅସୁବିଧା ସତ୍ତ୍ବେ କମ୍ପାନୀ ସମୟ ସହ ତାଳ ଦେଇ ଚାଲିବା ଜାରିରଖିଛି ଏବଂ ଭାରତର ସାମଗ୍ରୀ ବିତରଣ କ୍ଷେତ୍ରର ଅନ୍ୟାନ୍ୟ ପ୍ରାସଙ୍ଗିକ କମ୍ପାନୀଙ୍କ ଭଳି ରହିବାକୁ ଆଶାବାଦୀ ଅଛି ।’’ ଖବର ଅନୁଯାୟୀ, ଡିଶ୍ ଟିଭିର ବୋର୍ଡ ପ୍ରତିନିଧିତ୍ବକୁ ନେଇ ଏହାର ବୃହତ ଅଂଶଧନକାରୀ ୟେସ୍ ବ୍ୟାଙ୍କ ଲିମିଟେଡ୍ (YBL) ଏବଂ ଗୋୟଲଙ୍କ ନେତୃତ୍ୱରେ ପ୍ରମୋଟର ପରିବାର ମଧ୍ୟରେ ଆଇନଗତ ସମସ୍ୟା ଲାଗି ରହିଥିଲା ​​।

YBL, 24 ପ୍ରତିଶତରୁ ଅଧିକ ଅଂଶଧନ ସହିତ ଡିଶ୍ ଟିଭି ବୋର୍ଡର ପୁନଃ ନିର୍ମାଣ ଏବଂ ଗୋୟଲଙ୍କୁ ହଟାଇବା ପାଇଁ ଦାବି କରିଥିଲା । ଏହାପୂର୍ବରୁ ଚଳିତ ବର୍ଷ ଜୁନ୍ ମାସରେ, ଗୋୟଲଙ୍କୁ ପରିଚାଳନା ନିର୍ଦ୍ଦେଶକ ଏବଂ ଦୁଆଙ୍କୁ କମ୍ପାନୀର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ ପୁନଃ ନିଯୁକ୍ତ ପ୍ରସ୍ତାବକୁ EGM(Extraordinary General Meeting)ରେ ଅଂଶୀଦାରମାନେ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ପରେ ଉଭୟଙ୍କୁ ସେମାନଙ୍କ କାର୍ଯ୍ୟାଳୟ ଖାଲି କରିବାକୁ ପଡିଥିଲା । ସର୍ବ ଶେଷରେ କମ୍ପାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି ଜବାହର ଲାଲ ଗୋୟଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.