ETV Bharat / business

LPG Price Cut: ୧୦୦ ଟଙ୍କା କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍ - କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ହ୍ରାସ

ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର । ଦାମ୍ ପାଖାପାଖି ୧୦୦ ଟଙ୍କା ହ୍ରାସ । ଅଧିକ ପଢନ୍ତୁ

LPG Price Cut
LPG Price Cut
author img

By

Published : Aug 1, 2023, 10:12 AM IST

ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ପାଖାପାଖି ୧୦୦ ଟଙ୍କା ଶସ୍ତା ହେଲା ରନ୍ଧନ ଗ୍ୟାସ ଦର । ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ଆଜି ୯୯ ଟଙ୍କା ୭୫ ପଇସା ହ୍ରାସ ପାଇଛି । ଦର କମିବା ପରେ ରାଜଧାନୀ ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ୧,୬୮୦ ଟଙ୍କା ହୋଇଯାଇଛି । ତେବେ ପୁଣିଥରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ଅପରିବର୍ତ୍ତିତ ରହିଛି । ଏହା ମୂଲ୍ୟରେ କୌଣସି ସଂଶୋଧନ ହୋଇନାହିଁ ।

କମର୍ସିଆଲ ଗ୍ୟାସ୍ ଶସ୍ତା ହେବା ପରେ କୋଲକାତାରେ ଏହାର ମୂଲ୍ୟ ୧୮୦୨.୫୦ ଟଙ୍କା ହୋଇଛି । ସେହିପରି ବାଣିଜ୍ୟ ନଗରୀ ମୁମ୍ବାଇ ଓ ଚେନ୍ନାଇରେ ଦର ହ୍ରାସ ପାଇ ଯଥାକ୍ରମେ ୧,୬୪୦.୫୦ ଟଙ୍କା ଏବଂ ୧,୮୫୨.୫୦ ଟଙ୍କାରେ ବିକ୍ରି ହେଉଛି । ଏହାପୂର୍ବରୁ ଜୁଲାଇ ୪ ତାରିଖରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ସଂଶୋଧନ କରାଯାଇଥିଲା । ଏହି ସିଲିଣ୍ଡର ଦର ୭ ଟଙ୍କା ବୃଦ୍ଧି ପାଇଥିଲା । କିନ୍ତୁ ସେଥର ଭଳି ଆଜି ମଧ୍ୟ ୧୪ କେଜି ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ୧ରେ ଏହାର ଦର ସଂଶୋଧନ ହୋଇଥିଲା । ଏବେ ଦିଲ୍ଲୀରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ୧,୧୦୩ ଟଙ୍କା, ମୁମ୍ବାଇରେ ୧,୧୦୨.୫୦ ଟଙ୍କା ରହିଛି ।

ଏହାମଧ୍ୟ ପଢନ୍ତୁ: ୨୧ ଲକ୍ଷ ଟଙ୍କାର ଟମାଟୋ ଚୋରି ! ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଖାଲି ହୋଇଗଲା ଟ୍ରକ୍‌

କହିରଖୁଛୁ କି, ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ, ହୋଟେଲ ଓ ଅନ୍ୟ ଭୋଜନାଳୟଗୁଡ଼ିକ କର୍ମସିଆଲ ଗ୍ୟାସ୍‌ ସିଲିଣ୍ଡରର ବଡ଼ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ୍ ଦାମ ବଢ଼ିଲେ ସେମନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାଆନ୍ତି । ତେଣୁ କର୍ମସିଆଲ ଗ୍ୟାସ ଦର ଶସ୍ତା ହେବା କେବଳ ହୋଟେଲ ମାଲିକ ନୁହଁନ୍ତି, ବରଂ ସାଧାରଣ ଲୋକଙ୍କୁ ମଧ୍ୟ ଆଶ୍ବସ୍ତି ଦେଇଛି ।

ଏବେ ସାରା ଦେଶରେ ପନିପରିବା ଦର ଆକାଶ ଛୁଆଁ ରହିଛି । ବିଶେଷକରି ଟମାଟୋ ଦର ଶତକ ପାର୍ କରିବା ଖାଉଟିଙ୍କୁ ହନ୍ତସନ୍ତ କରୁଛି । ଅନ୍ୟ ସବୁଜ ପରିବା ଦାମ ମଧ୍ୟ ଖୁବ୍ ଅଧିକ ରହିଛି । ଏପରି ସ୍ଥିତିରେ ଗ୍ୟାସ୍ ଦର କମିବା ଦ୍ବାରା ମହଙ୍ଗା ମାଡ଼ରେ ଆଉଟୁପାଉଟୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.