ହାଇଦ୍ରାବାଦ: ଉତ୍ତମ ସ୍ବାସ୍ଥ୍ୟ କାହାକୁ ବା ଲୋଡା ନାହିଁ । ଶରୀର ସୁସ୍ଥ ରହିଲେ ମଣିଷର ମାନସିକ ସୁସ୍ଥତା ବଜାୟ ରହିଥାଏ । ଅସୁସ୍ଥ ହେଲେ ଅନେକ ଲୋକେ ଘରୋଇ ହସ୍ପିଟାଲରେ ମାତ୍ରାଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି । ମଧ୍ୟବିତ୍ତ ହୁଅନ୍ତୁ କିମ୍ବା ଗରିବ ଶ୍ରେଣୀର, ଲୋକେ ଅର୍ଥ ସଞ୍ଚୟ ବା କୌଣସି ସ୍ବାସ୍ଥ୍ୟ ବୀମା (Health Insurance) କରିନଥିଲେ ଅନେକ ଅସୁବିଧାରେ ପଡିଥାନ୍ତି । ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ଦରଦାମ ସହ ଜୀବନ ରକ୍ଷାକାରୀ ମେଡିସିନର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । ତେଣୁ ନିଜକୁ ଏବଂ ନିଜ ପରିବାରକୁ ଅପ୍ରତ୍ୟାଶିତ ବ୍ୟାଧି କିମ୍ବା ଅନ୍ୟାନ୍ୟ ମେଡିକାଲ ଏମର୍ଜେନ୍ସିରୁ ରକ୍ଷା କରିବା ପାଇଁ ସ୍ବାସ୍ଥ୍ୟ ବୀମା ନେବା ନିତାନ୍ତ ଜରୁରୀ ହୋଇପଡିଛି । ସ୍ବାସ୍ଥ୍ୟ ବୀମା ଆପଣଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ସର୍ବୋକୃଷ୍ଟ ନିବେଶ ଅଟେ । ଏହି ବୀମା ସମ୍ପର୍କରେ ଚିନ୍ତା କଲେ ଆମକୁ ପ୍ରଥମେ ସର୍ବୋକୃଷ୍ଟ ସ୍ବାସ୍ଥ୍ୟ ବୀମା ସମ୍ପର୍କରେ ଜାଣିବା ଦରକାର ।
![ସବ୍-ଲିମିଟ ବିନା ନିଅନ୍ତୁ ସ୍ବାସ୍ଥ୍ୟ ବୀମା ପଲିସି](https://etvbharatimages.akamaized.net/etvbharat/prod-images/15344315_kde.jpg)
ଅନୁରୂପ ଭାବେ କୌଣସି ପଲିସି ନେବା ପୂର୍ବରୁ ଏହାର ସର୍ତ୍ତାବଳୀଗୁଡିକ(Terms and Conditions) ସମ୍ପର୍କରେ ଭଲ ଭାବେ ଜାଣିରଖିବା ଜରୁରୀ । ବିଶେଷକରି ସବ୍-ଲିମିଟ୍(sub-limits) ବାବଦରେ ଜାଣିବା ଆବଶ୍ୟକ । ଯାହାଦ୍ବାରା ପକେଟରୁ ଟଙ୍କାଟିଏ ଖର୍ଚ୍ଚ ବିନା ଆପଣ କୌଣସି ମେଡିକାଲ ଏମର୍ଜେନ୍ସିରୁ ବାହାରି ପାରିବେ । ଏପରି ପଲିସି ନିଅନ୍ତୁ, ଯାହା ଆପଣଙ୍କ ସମସ୍ତ ମେଡିକାଲ ଖର୍ଚ୍ଚ କଭର କରୁଥିବ । ଅନେକ ସମୟରେ ପଲିସିଧାରକ ଅଧିକ ପ୍ରିମିୟମ ଦେବାକୁ ଅକ୍ଷମତା ପ୍ରକାଶ କରି ସବ୍-ଲିମିଟ ଯୁକ୍ତ ପଲିସି ଚୟନ କରିଥାନ୍ତି । ଯାହାର ଅର୍ଥ ଆପଣ କୌଣସି ବ୍ୟାଧିଜନିତ ବ୍ୟୟ ପାଇଁ ପୂର୍ବରୁ ନିର୍ଦ୍ଦିଷ୍ଟ ପରିମାଣ ସ୍ଥିର କରୁଛନ୍ତି । ଏପରି ସ୍ଥଳେ ଭବିଷ୍ୟତରେ ଆପଣ କୌଣସି ବଡ ରୋଗରେ ପଡିଲେ, ଆପଣ ନେଇଥିବା ସବ୍ଲି-ମିଟ ହିସାବରେ ହିଁ ବୀମା କମ୍ପାନୀ ଅର୍ଥ ପ୍ରଦାନ କରିବ । ଯାହା ଅନେକ ସମୟରେ ଖର୍ଚ୍ଚ ଅପେକ୍ଷା କମ୍ ପଡିଥାଏ ।
![Health Insurance: ସବ୍-ଲିମିଟ ବିନା ନିଅନ୍ତୁ ସ୍ବାସ୍ଥ୍ୟ ବୀମା ପଲିସି](https://etvbharatimages.akamaized.net/etvbharat/prod-images/15343809_789_15343809_1653096063084.png)
ଉଦାହରଣ ସୂରୁପ, ଆପଣ ୫ ଲକ୍ଷର ବୀମା ପଲିସି ନେଉଥିଲେ କୌଣସି ରୋଗ ପାଇଁ ପଲିସିର ସବ୍ ଲିମିଟ ୩୦,୦୦୦ ରହିଛି । ଯାହାଦ୍ବାରା ୩୦,୦୦୦ ପରର ସମସ୍ତ ଖର୍ଚ୍ ପଲିସିଧାରକ ଭରଣା କରିବେ । ପଲିସି ରାଶିରେ ଆମ୍ବୁଲାନ୍ସ ଭଡା ପାଇଁ ୧ ପ୍ରତିଶତ ଫିକ୍ସ ରହିଥାଏ । ଅସୁସ୍ଥତା କିମ୍ବା ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଧିଷ୍ଟ ପରିମାଣ ସ୍ଥିର କରାଯାଇଥାଏ । ମେଡିକାଲ ପୂର୍ବର ଖର୍ଚ୍ଚ ଏବଂ ଡିସଚାର୍ଜ ପରର ଖର୍ଚ୍ଚ ମଧ୍ୟରେ ଏଥିରେ ଅନ୍ତର୍ଭୁକ୍ତ । କୁହାଯାଏ ଯେ, ସବ୍ ଲିମିଟ୍ ବୀମା କମ୍ପାନୀଗୁଡିକର ଦାୟିତ୍ବ ହ୍ରାସ କରିଥାଏ ।
ବୀମା କମ୍ପାନୀମାନେ ସାଧାରଣତଃ ମୋତିଆବିନ୍ଦୁ ଅପରେସନ, ସାଇନସେସ ସର୍ଜରୀ, କିଡ୍ନୀ ଷ୍ଟୋନ, ପାଇଲ୍ସ ଇତ୍ୟାଦି ଅପରେସନ ଉପରେ ଏହିଭଳି କଟକଣା ଲାଗୁ କରିଥାନ୍ତି । ସେହିପରି ବିଭିନ୍ନ ବୀମା କମ୍ପାନୀରେ ରୋଗ ତାଲିକା ଏବଂ ସବ୍ ଲିମିଟ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ପଲିସ ନେବା ସମୟରେ ପଲିସିଧାରକ ଟର୍ମଗୁଡିକୁ ଭଲ ଭାବେ ଅନୁଧ୍ୟାନ କରିବା ଉଚିତ୍ । ବୀମା କମ୍ପାନୀ ଘରଭଡା, ଆଇସିୟୁ, ଆମ୍ବୁଲାନ୍ସ ଭଡା, ହୋମ୍ ଟ୍ରିଟମେଣ୍ଟ ଏବଂ ଓପିଡିରେ ସବ୍ ଲିମିଟ ଲାଗୁ କରିଥାନ୍ତି । ତେଣୁ ଯଦି ଘର ଭଡା ପଲିସି ଭ୍ୟାଲୁରେ ୧ ପ୍ରତିଶତ ରହିଥାଏ ତାହାହେଲେ ୫ ଲକ୍ଷର ପଲିସି ନେଇଥିବା ଲୋକ କେବଳ ଘରଭଡା ବାବଦରେ ୫ ହଜାର ଟଙ୍କା ପାଇପାରିବେ । ଫଳରେ ଯଦି ହସ୍ପିଟାଲର ରୁମ୍ ଭଡା ଏହି ରାଶି ଅଧିକ ହୁଏ, ତେବେ ପଲିସିଧାରକ ଏହି ବୋଝ ବୋହିଥାନ୍ତି ।
ବୀମା କମ୍ପାନୀ ହସ୍ପିଟାଲରେ ଭର୍ତ୍ତି ହେବାର ୩୦ ଦିନ ପୂର୍ବର ଏବଂ ଘରେ ରହିବାର ୯୦ ଦିନ ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିଥାଏ । ଅନେକ ସମୟରେ କମ୍ପାନୀ ଏହି ଦିନ ହ୍ରାସ ମଧ୍ୟ କରିପାରନ୍ତି । ତେଣୁ ପଲିସି ନେବା ସମୟରେ ଏ ଦିଗରେ ବିଶେଷ ସଚେତନତା ପରଖନ୍ତୁ । ସବ୍ ଲିମିଟ୍ ବିନା ଅଥବା କମ୍ ସବ୍ ଲିମିଟ ସହ ପଲିସି ନେବା ଶ୍ରେୟସ୍କର । ଯଦିଓ ପ୍ରିମିୟମ ସାମାନ୍ୟ ଅଧିକ ରୁହେ, କିନ୍ତୁ ଏହା ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ କରିଥାଏ । Bajaj Allianz General Insuranceର ମୁଖ୍ୟ ଟେକ୍ନିକାଲ ଅଫିସର ଟିଏ ରାମଲିଙ୍ଗମ ଏହା କହିଛନ୍ତି ।