ହାଇଦ୍ରବାଦ: ବୃଦ୍ଧାବସ୍ଥାରେ ବୀମା ପଲିସି ନିଆଯାଇପାରେ କି ? ବୀମା ପାଇଁ ପ୍ରାପ୍ତବୟସ୍କ ବ୍ୟକ୍ତି ଯୋଗ୍ୟ ନା ନୁହେଁ ? ଆଜିକାଲି ବରିଷ୍ଠ ନାଗରିକଙ୍କ ମଧ୍ୟରେ ଏହା ସବୁଠୁ ବଡ ପ୍ରଶ୍ନ ହୋଇଛି । ତେବେ ଏହି ପ୍ରଶ୍ନର ଉତ୍ତର ସେମାନେ କେଉଁ ପ୍ରକାର କଭର ନେବାକୁ ଚାହୁଁଛନ୍ତି ତାହା ଉପରେ ନିର୍ଭର କରେ । ସବୁବେଳେ ପଲିସି ନେବା ପୂର୍ବରୁ ସର୍ବପ୍ରଥମେ ଆମକୁ ନିଜର ଆବଶ୍ୟକତା ଆକଳନ କରିବା ଉଚିତ୍ । ବରିଷ୍ଠ ନାଗରିକଙ୍କ ଲାଗି ବାର୍ଷିକ ପଲିସି ଯଥେଷ୍ଟ ହୋଇପାରେ । ଟର୍ମ ପଲିସି ସୀମିତ ସୁରକ୍ଷା ପ୍ରଦାନ କରିଥାଏ । ଯଦି ଆପଣଙ୍କର କୌଣସି ସ୍ବାସ୍ଥଗତ ସମସ୍ୟା ନାହିଁ, ତେବେ ଅଧିକ ପ୍ରିମିୟମ ଯୁକ୍ତ ପଲିସି ନିଆଯାଇପାରେ । ଯଦି ଆପଣ ପୂର୍ବରୁ କୌଣସି ରୋଗରେ ପୀଡିତ, ତେବେ ପ୍ରିୟିୟମ କ୍ଷେତ୍ରରେ କିଛି ସୀମା ରହିବା ଆବଶ୍ୟକ ।
କେବଳ କୌଣସି ବିଶେଷ ପରିସ୍ଥିତିରେ ବୀମା କମ୍ପାନୀ ପଲିସି ପ୍ରତ୍ୟାଖାନ କରିଥାଏ । ତେଣୁ ବୟସ ନିର୍ବିଶେଷରେ ବୀମା ପଲିସି ନେବା ଆବଶ୍ୟକ । ସେହିପରି ଲାଇଫ୍ ପ୍ଲାନ ଚୟନ ସମୟରେ ସର୍ବଦା ସତର୍କତା ଅବଲମ୍ବନ କରିବା ଜରୁରୀ । କିଛି ବୀମା ପଲିସି କେବଳ ସୁରକ୍ଷା ଗ୍ୟାରେଣ୍ଟି ଦେଇଥାଏ । ଅନ୍ୟ କିଛି ପଲିସିରେ ଦୀର୍ଘମିଆଦି ନିବେଶ ସୁବିଧା ମିଳିଥାଏ । ଅନୁରୂପ ଭାବେ କିଛି ପଲିସି ଷ୍ଟକ ମାର୍କେଟ ଉପରେ ଆଧାରିତ ଅଟେ । ତେବେ କେବେ ମଧ୍ୟ ବୀମା ପଲିସିକୁ ନିବେଶ ପ୍ରୋଗ୍ରାମ ସହ ତୁଳନା କରାଯାଇ ପାରିବ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ପଲିସିକୁ ଭିନ୍ନ ବର୍ଗର ପଲିସି ସହ ତୁଳନା କରାଯାଇ ନପାରେ ।
ସାଧାରଣତଃ, ଜୀବନ ବୀମା ପଲିସିଗୁଡିକ (life insurance policies) ଦୀର୍ଘମିଆଦି ଯୋଜନା ବିଶିଷ୍ଟ ଅଟନ୍ତି । ଏହା ପଲିସିଧାରକଙ୍କୁ ପ୍ରିୟମିୟ ଉପରେ ଟ୍ୟାକ୍ସ ଛାଡ ସୁବିଧା ଦେଇଥାଏ । ଏହାସହିତ ପଲିସିଧାରକଙ୍କ ସହ କୌଣସି ଅପ୍ରତ୍ୟାଶିତ ଦୁର୍ଘଟଣା ଘଟିଲେ ଜୀବନ ବୀମା ଅନ୍ତର୍ଗତ କ୍ଷତିପୂରଣ ରାଶି ମିଳିଥାଏ । କିନ୍ତୁ ନିବେଶ ଆଧାରିକ ପ୍ଲାନ (investment-based plan)ରେ ଏହି ସୁବିଧା ମିଳିନଥାଏ ।
ଦୀର୍ଘକାଳୀନ ନିବେଶ ଅଭିବୃଦ୍ଧି ପାଇଁ ୟୁନିଟ୍-ଲିଙ୍କଡ୍ ନିବେଶ ପ୍ଲାନ (ULIP) ସର୍ବୋକୃଷ୍ଟ ଅଟେ । ULIP ଜୀବନ ସୁରକ୍ଷା ସହ ଦୀର୍ଘମିଆଦି ନିବେଶ ସୁବିଧା ପ୍ରଦାନ କରିଥାଏ । ବର୍ତ୍ତମାନ ନୂଆ ULIP ପ୍ଲାନରେ ପ୍ରିୟିମୟ ରାଶି ପୂର୍ବାପେକ୍ଷା କମ୍ ରହିଛି । ସେହିପରି ଯଦି ଅଚାନକ କୌଣସି ଖର୍ଚ୍ଚ ଆସୁଛି ତେବେ ଏଥିରୁ କିଛି ଅର୍ଥ ଆଶିଂକ ଭାବେ ଉଠାଇ ପାରିବେ । ଉଠାଣ ରାଶି ପରିମାଣ ମୋଟ ଫଣ୍ଡ ମୂଲ୍ୟର ୨୦ ପ୍ରତିଶତରୁ ଅଧିକ ନ ହେବା ଉଚିତ୍ ।
ପଲିସି ହେଉଛି ବୀମା କମ୍ପାନୀ ଓ ହୋଲ୍ଡର/ଧାରକ ମଧ୍ୟରେ ବିଶ୍ବାସର ଏକ ଏଗ୍ରିମେଣ୍ଟ । ପଲିସି ନେବା ସମୟରେ ବ୍ୟକ୍ତିବିଶେଷ ଆବଶ୍ୟକୀୟ ସମସ୍ତ ବିବରଣୀ ପ୍ରଦାନ କରିବା ଉଚିତ୍ । ସ୍ବାସ୍ଥ୍ୟ, ଆର୍ଥିକ ସ୍ଥିତ, ଅଭ୍ୟାସ ସମ୍ପର୍କରେ ସମସ୍ତ ସୂଚନା ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ଜରୁରୀ । ଏହାସହିତ କୌଣସି ଅନିୟମିତତା ବିନା ନିୟମିତ ଭାବେ ପ୍ରିମିୟମ ପୈଠ କରିବା ଆବଶ୍ୟକ । ସଠିକ୍ ସୂଚନା ଦେଇଥିଲେ ବିପଦ କାଳରେ କ୍ଷତିପୂରଣ ମିଳିବାରେ କୌଣସି ସମସ୍ୟା ହୋଇନଥାଏ ।
ଏହାମଧ୍ୟ ପଢନ୍ତୁ: ଅବାଞ୍ଛିତ ଋଣରୁ ଦୂରେଇ ରୁହନ୍ତୁ, ସୁଖୀ ଜୀବନ ବିତାନ୍ତୁ
ବ୍ୟକ୍ତିବିଶେଷ ଏବଂ ପରିବାରର ଆର୍ଥିକ ଆବଶ୍ୟକତା ଭିନ୍ନ ଭିନ୍ନ । ଏହା କେବେ ବି ସମାନ ହୋଇପାରିବ ନାହିଁ । ଜଣେ ବ୍ୟକ୍ତିଙ୍କ ପାଇଁ ଯେଉଁ ପଲିସି ଖୁବ୍ ଭଲ, ତାହା ଅନ୍ୟ ଜଣଙ୍କ କ୍ଷେତ୍ରରେ ସମାନ ନ ହୋଇପାରେ । ତେଣୁ ସର୍ବଦା ନିଜର ଆର୍ଥିକ ଆବଶ୍ୟକତା ଏବଂ ଭବିଷ୍ୟତ ଲକ୍ଷ୍ୟକୁ ଆଧାର କରି ପଲିସି ଚୟନ କରିବା ଉଚିତ୍ । ଯଦି କୌଣସି ଦ୍ବନ୍ଦ ଆସେ, ତେବେ ଏକ୍ସପର୍ଟଙ୍କ ପରାମର୍ଶ ନେବା ଶ୍ରେୟସ୍କର । ଅନିଶ୍ଚିତତା ଏବଂ କଠିନ ପରିସ୍ଥିତିରେ କେବଳ ଉଚିତ୍ ରୂପେ ଚୟନ ହୋଇଥିବା ଏକ ବୀମା ପଲିସି ହିଁ ଆପଣଙ୍କୁ ରକ୍ଷା କରିପାରିବ । IndiaFirst ଜୀବନ ବୀମା କମ୍ପାନୀ ଏମଡି ତଥା ସିଇଓ ଆରଏମ ବିଶାଖା(RM Vishakha) ଏହି ପରିମର୍ଶ ଦେଇଛନ୍ତି ।