ETV Bharat / business

ସାରିଦିଅନ୍ତୁ ବ୍ୟାଙ୍କ କାମ, ଜାନୁଆରୀରେ ୧୪ ଦିନ ଛୁଟି

author img

By

Published : Dec 22, 2022, 1:06 PM IST

ଜାନୁଆରୀରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନ ସମ୍ପର୍କରେ ଜାଣିରଖନ୍ତୁ । ଅଧିକ ପଢନ୍ତୁ

ଜାନୁୟାରୀରେ ୧୪ ଦିନ ବ୍ୟାଙ୍କ ଛୁଟି
ଜାନୁୟାରୀରେ ୧୪ ଦିନ ବ୍ୟାଙ୍କ ଛୁଟି

ନୂଆଦିଲ୍ଲୀ: ସରି ସରି ଆସୁଛି ଡିସେମ୍ବର । ଦିନ କେଇଟା ପରେ ନୂଆବର୍ଷ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତା ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ନୂଆବର୍ଷର ପ୍ରଥମ ମାସ ଜାନୁଆରୀରେ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ (Bank Holidays in January 2023) । ତେଣୁ ଟଙ୍କା ନେଣଦେଣ ଠାରୁ ଆରମ୍ଭ କରି ଚେକ୍ ଜମା ଓ ଡ୍ରାଫ୍ଟ ଇତ୍ୟାଦି କାମ ପାଇଁ ଜାନୁଆରୀରେ ନିଜର ବ୍ୟାଙ୍କ ଶାଖାକୁ ଯିବା ପୂର୍ବରୁ ଏହି ଛୁଟିଦିନ ଗୁଡିକ ଜାଣିରଖିବା ଜରୁରୀ ।

ଆରବିଆଇର ନୂଆ କ୍ୟାଲେଣ୍ଡର ମୁତାବକ, ସାପ୍ତାହିକ ଛୁଟି ସମେତ ୨୦୨୩ ଜାନୁଆରୀରେ ମୋଟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ମାସରେ ଅନେକ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣୀ ପଡୁଥିବାରୁ ସେହିସବୁ ଦିନ ବ୍ୟାଙ୍କ ଛୁଟି ହେବ । ଆସନ୍ତା ମାସରେ ନବବର୍ଷ, ଗଣତନ୍ତ୍ର ଦିବସ, ମକର ସଂକ୍ରାନ୍ତି, ପୋଙ୍ଗଲ, ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ ଇତ୍ୟାଦି ରହିଛି ।

  • ୧ ଜାନୁୟାରୀ ୨୦୨୩: ରବିବାର
  • ୫ ଜାନୁୟାରୀ ୨୦୨୩: ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ
  • ୮ ଜାନୁୟାରୀ ୨୦୨୩: ରବିବାର
  • ୧୧ ଜାନୁୟାରୀ ୨୦୨୩: ମିସନାରୀ ଡେ'
  • ୧୨ ଜାନୁୟାରୀ ୨୦୨୩: ସ୍ବାମୀ ବିବେକାନନ୍ଦ ଜୟନ୍ତୀ
  • ୧୪ ଜାନୁୟାରୀ ୨୦୨୩: ମକର ସଂକ୍ରାନ୍ତି/ ଦ୍ବିତୀୟ ଶନିବାର
  • ୧୫ ଜାନୁୟାରୀ ୨୦୨୩: ପୋଙ୍ଗଲ
  • ୨୨ ଜାନୁୟାରୀ ୨୦୨୩: ରବିବାର
  • ୨୩ ଜାନୁୟାରୀ ୨୦୨୩: ନେତାଜୀ ସୁବାଷ ଚନ୍ଦ୍ର ଜୟନ୍ତୀ
  • ୨୫ ଜାନୁୟାରୀ ୨୦୨୩ : ହିମାଚଳ ପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ (କେବଳ ହିମାଚଳରେ ବ୍ୟାଙ୍କ ଛୁଟି)
  • ୨୬ ଜାନୁୟାରୀ ୨୦୨୩: ଗଣତନ୍ତ୍ର ଦିବସ
  • ୨୮ ଜାନୁୟାରୀ ୨୦୨୩: ଚତୁର୍ଥ ଶନିବାର
  • ୨୯ ଜାନୁୟାରୀ ୨୦୨୩: ରବିବାର
  • ୩୧ ଜାନୁୟାରୀ ୨୦୨୩: ମି-ଦମ-ମି-ଫି ପାଇଁ କେବଳ ଆସାମରେ ବ୍ୟାଙ୍କ ଛୁଟି

ଜାନୁଆରୀରେ ପଡୁଥିବା ଏହିସବୁ ପର୍ବପର୍ବାଣୀ ପାଇଁ ଓଡିଶାରେ ବ୍ୟାଙ୍କ ଛୁଟି ହେବ ନାହିଁ । ସବୁ ରାଜ୍ୟରେ ଏହି ଛୁଟି ସମାନ ଭାବେ ଲାଗୁ ହୁଏ ନାହିଁ । ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ସାଧାରଣତଃ ପ୍ରତିମାସରେ ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.