ETV Bharat / business

Bank Holidays: ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

author img

By

Published : Jul 24, 2022, 12:09 PM IST

ଅଗଷ୍ଟ ମାସରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ମାସରେ ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟିଦିନ ଗୁଡିକ ଜାଣି ରଖନ୍ତୁ । ଅଧିକ ପଢନ୍ତୁ

Bank Holidays: ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ
Bank Holidays: ଅଗଷ୍ଟରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗଷ୍ଟ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ଆସନ୍ତା ମାସରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଅଗଷ୍ଟରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନ ଗୁଡିକ ଜାଣିରଖିବା ଉଚିତ୍ । ଆରବିଆଇ କ୍ୟାଲେଣ୍ଡର ଅନୁଯାୟୀ, ଅଗଷ୍ଟରେ ସର୍ବଭାରତୀୟ ସ୍ତରରେ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ । ସେଥିମଧ୍ୟରୁ ୭ ଦିନ ସାପ୍ତାହିକ ଛୁଟି ଥିବାବେଳେ ବାକି ୬ ଦିନ ବିଭିନ୍ନ ପର୍ବପର୍ବାଣି ପାଇଁ ବନ୍ଦ ହେବ । ଅଗଷ୍ଟ ୧, ୮, ୯, ୧୧,୧୨, ୧୩, ୧୫, ୧୬, ୧୮, ୧୯, ୨୦, ୨୯ ଓ ୩୧ ତାରିଖରେ ବ୍ୟାଙ୍କ ଛୁଟି ରହିବ ।

ମାତ୍ର ସବୁ ରାଜ୍ୟରେ ଏହି ଛୁଟି ସମାନ ଭାବେ ଲାଗୁ ହେବନି । ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ଯେପରିକି, ଅଗଷ୍ଟ ମାସରେ ଓଡିଶାରେ ୯ ଦିନ ବ୍ୟାଙ୍କ ଛୁଟି ରହିବ । ୪ଟି ରବିବାର, ଦ୍ବିତୀୟ ଓ ଚତୁର୍ଥ ଶନିବାର ପାଇଁ ୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ୧୫ ତାରିଖରେ ସ୍ବାଧୀନତା ଦିବସ, ୧୮ ତାରିଖରେ ଜନ୍ମାଷ୍ଟମୀ ଓ ୩୧ ତାରିଖ ଗଣେଶ ପୂଜା ପାଇଁ ଛୁଟି ରହିବ । ନିର୍ଦ୍ଧିଷ୍ଟ ରାଜ୍ୟରେ ପାଳନ କରାଯାଉଥିବା ପର୍ବଗୁଡିକ ଉପରେ ମଧ୍ୟ ବ୍ୟାଙ୍କ ଛୁଟି ନିର୍ଭର କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.