ETV Bharat / business

ମହଙ୍ଗା ହେବ ବିମାନ ଯାତ୍ରା ! ରେକର୍ଡ ସ୍ତର ଛୁଇଁଲା ଇନ୍ଧନ ଦର

author img

By

Published : Apr 17, 2022, 8:56 AM IST

ମହଙ୍ଗା ହେବ ବିମାନ ଯାତ୍ରା । ପୁଣି ବଢିଲା ବିମାନ ଇନ୍ଧନ ଦର । ଚଳିତ ବର୍ଷ ୮ ଥର ବଢିଲାଣି ଦର । ଅଧିକ ପଢନ୍ତୁ

ମହଙ୍ଗା ହେବ ବିମାନ ଯାତ୍ରା ! ରେକର୍ଡ ସ୍ତର ଛୁଇଁଲା ବିମାନ ଇନ୍ଧର ଦର

ନୂଆଦିଲ୍ଲୀ: ମହଙ୍ଗା ହୋଇପାରେ ବିମାନ ଯାତ୍ରା । କାରଣ ବିମାନ ଇନ୍ଧନ ମୂଲ୍ୟ(Aviation turbine fuel) ଶନିବାର ୦.୨ ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ମିଶାଇ ଚଳିତ ବର୍ଷ ଅଷ୍ଟମ ଥର ପାଇଁ ଦର ବଢିଛି । ୦.୨ ପ୍ରତିଶତ ବୃଦ୍ଧି ସହ ବିମାନ ଇନ୍ଧନ ବା ATF ରେକର୍ଡ ସ୍ତରରେ ପହଞ୍ଚିଛି । ବିଶ୍ବସ୍ତରରେ ଏନର୍ଜି ଦର ବୃଦ୍ଧି ଯୋଗୁଁ ATF ମହଙ୍ଗା ହୋଇଛି ।

ତୈଳ କମ୍ପାନୀ(state-owned fuel retailers)ଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ATF କିଲୋଲିଟର ପିଛା ୨୭୭.୫ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ରାଜଧାନୀ ଦିଲ୍ଲୀରେ ATF ମୂଲ୍ୟ ୧,୧୩,୨୦୨.୩୩(ଲିଟର ପିଛା ୧୧୩.୨ ଟଙ୍କା) ଟଙ୍କାରେ ପହଞ୍ଚିଛି । ଏହାପୂର୍ବରୁ ଗତ ଏପ୍ରିଲ ୧ ତାରିଖରେ ବିମାନ ଇନ୍ଧନ ୨ ପ୍ରତିଶତ ବୃଦ୍ଧି ପାଇଥିଲା । ବିମାନ ଚଳାଚଳ ପାଇଁ ହେଉଥିବା ସମୁଦାୟ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ ହେଉଛି ଏଟିଏଫ । ହେଲେ ଚଳିତ ବର୍ଷ ଏହାର ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି ପାଇଛି । ଜାନୁୟାରୀ ଆରମ୍ଭରୁ ୮ ଥର ଏଟିଏଫ ଦର ବଢିଲାଣି । ତେଣୁ ଆଗକୁ ବିମାନ ଭଡା ମଧ୍ୟ ବଢିବ ବୋଲି ଆଶଙ୍କା କରାଯାଉଛି ।

ଅନ୍ୟପଟେ ଆଜି ୧୧ ଦିନରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଆଜି ମଧ୍ୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ଦରରେ କୌଣସି ବୃଦ୍ଧି କରିନାହାନ୍ତି । ଶେଷ ଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ଲଗାଣ ବୃଦ୍ଧି ପରେ ୧୬ ଦିନ ମଧ୍ୟରେ ଦେଶରେ ତେଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଯାଇଥିଲା । ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଏବଂ ଡିଜେଲ ୯୬.୬୭ ଟଙ୍କାରେ ବିକ୍ରି ହେଉଛି । ଭୁବନେଶ୍ବରରେ ମଧ୍ୟ ପେଟ୍ରୋଲ ଲିଟର ୧୧୨.୫୦ ଟଙ୍କା ଥିବାବେଳେ ଡିଜେଲ ୧୦୨ ଟଙ୍କା ଉପରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.