ETV Bharat / business

Health Insurance Claims, ଏପରି କରନ୍ତୁ ସ୍ବାସ୍ଥ୍ୟ ବୀମା କ୍ଲେମ୍

author img

By

Published : Jan 12, 2023, 3:47 PM IST

ସ୍ବାସ୍ଥ୍ୟ ହିଁ ସମ୍ପଦ । ବିଶେଷକରି କୋଭିଡ ଭୟାବହତା ମଧ୍ୟରେ ସ୍ବାସ୍ଥ୍ୟବୀମା ସମ୍ପର୍କରେ ଲୋକେ ଅଧିକ ସଚେତନ ହୋଇଛନ୍ତି । ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟବୀମା ନେଇ ସଚେତନତା ବଢିଛି । ହେଲେ ଅନେକ ସମୟରେ ସାଧାରଣ ତ୍ରୁଟି ଯୋଗୁଁ ପଲିସିଧାରକ ବୀମା କ୍ଲେମ୍‌ରୁ ବଞ୍ଚିତ ହୋଇଥାନ୍ତି । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟ ବୀମା କ୍ଲେମ୍
ସ୍ବାସ୍ଥ୍ୟ ବୀମା କ୍ଲେମ୍

ହାଇଦ୍ରାବାଦ: ସ୍ବାସ୍ଥ୍ୟ ହିଁ ସମ୍ପଦ । ବିଜ୍ଞାନର ଅଗ୍ରଗତି ସହ ମଣିଷ ନାନା ପ୍ରକାର ମାରାତ୍ମକ ବ୍ୟାଧିର ଶିକାର ହେଉଛି । ତେଣୁକରି ସାମ୍ପ୍ରତିକ ସ୍ଥିତିରେ ସ୍ବାସ୍ଥ୍ୟବୀମା ପଲିସିର ପ୍ରୟୋଜନୀୟତା ବୃଦ୍ଧି ପାଇଛି । ବିଶେଷକରି କୋଭିଡ ଭୟାବହତା ମଧ୍ୟରେ ସ୍ବାସ୍ଥ୍ୟବୀମା ସମ୍ପର୍କରେ ଲୋକେ ଅଧିକ ସଚେତନ ହୋଇଛନ୍ତି । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ମଧ୍ୟ ବୀମାଧାରକଙ୍କୁ ଯଥାଶୀଘ୍ର ବୀମା କ୍ଲେମ୍(ପ୍ରାପ୍ୟ ବାବଦ ଦାବି) ସେଟଲମେଣ୍ଟ କରିବାକୁ ପରାମର୍ଶ ଜାରି କରିଛି । ତେବେ ଯଦି ପଲିସିଧାରକ କିଛି ବିଷୟ ପ୍ରତି ସତର୍କ ରୁହନ୍ତି, ତାହାହେଲେ ଅସୁସ୍ଥତା ସମୟରେ ସେ ବିନା କୌଣସି ବାଧାରେ ନଗଦ ବିହୀନ ଚିକିତ୍ସା ପାଇପାରିବେ ।

ସ୍ବାସ୍ଥ୍ୟ ବୀମା କ୍ଲେମ୍
ସ୍ବାସ୍ଥ୍ୟ ବୀମା କ୍ଲେମ୍

ସମ୍ପ୍ରତ୍ତି ଅଧିକାଂଶ ଲୋକେ ଏକାଧିକ ପଲିସି ନେଉଛନ୍ତି । କର୍ମଚାରୀଙ୍କ ନିକଟରେ ଗୋଷ୍ଠୀ ସ୍ବାସ୍ଥ୍ୟବୀମା(Group Health Insurance Policy) ରହିଥିଲେ ହେଁ ସେମାନେ ଦ୍ବିତୀୟ ପଲିସି ଚୟନ କରୁଛନ୍ତି । ଏହି କାରଣରୁ ଅସୁସ୍ଥତା ସମୟରେ ପ୍ରଥମେ କେଉଁ ପଲିସି ବ୍ୟବହାର କରିବେ ସେନେଇ ଦ୍ବନ୍ଦ୍ୱରେ ପଡୁଛନ୍ତି । ଆପଣ ଜାଣନ୍ତି କି, ଏକ ସମୟରେ ଦୁଇଟି ପଲିସିର ବ୍ୟବହାର କରି କ୍ଷତିପୂରଣ ଦାବି କରିବା ଠକେଇ ଭାବେ ଗ୍ରହଣ କରାଯାଏ । ତେଣୁ କଦାପି ଏପରି କରନ୍ତୁ ନାହିଁ । ଯଦି ହସ୍ପିଟାଲ ଖର୍ଚ୍ଚ ଗୋଟିଏ ପଲିସିର ଲିମିଟ୍ଠାରୁ ଅଧିକ ହୁଏ, ଏ କ୍ଷେତ୍ରରେ ଦ୍ବିତୀୟ ପଲିସି ବ୍ୟବହାର ହୋଇପାରିବ ।

ଧରାଯାଉ, ଆପଣ କାର୍ଯ୍ୟରତ ଥିବା କମ୍ପାନୀ ଦ୍ବାରା ପ୍ରଦତ୍ତ ଗ୍ରୁପ ପଲିସିର ମୂଲ୍ୟ ୫ ଲକ୍ଷ ଟଙ୍କା । ଆପଣ ନିଜେ ଆଉ ୫ ଲକ୍ଷର ପଲିସି ନେଇଛନ୍ତି । ହସ୍ପିଟାଲରେ ଆପଣଙ୍କ ଚିକିତ୍ସା ଖର୍ଚ୍ଚ ୮ ଲକ୍ଷ ଟଙ୍କା ରହିଛି । ଏପରି ସ୍ଥଳେ ପ୍ରଥମେ ଆପଣ ନିଜ ଅଫିସ ବୀମା ଉପଯୋଗ କରନ୍ତୁ । ଏହାପରେ ନିଜ ନେଇଥିବା ପଲିସି କ୍ଲେମ୍ କରନ୍ତୁ । କେଉଁ ବୀମା ପ୍ରଥମେ ବ୍ୟବହାର କରାଯିବ ଏବଂ କେଉଁଟି ପରେ ସେ ବିଷୟରେ ଆପଣ ଦ୍ବନ୍ଦରେ ଅଛନ୍ତି କି ? ମନେକର ଆପଣ ବ୍ୟକ୍ତିଗତ ପଲିସି ପରିବର୍ତ୍ତେ ଟପ୍‌ଅପ୍ ପଲିସି ନେଇଛନ୍ତି । ତାହାଲେ ମୂଳ ପଲିସି ଏବଂ ଅବଶିଷ୍ଟ ପରିମାଣ ପାଇଁ ଟପ୍‌ଅପ୍‌ର ବ୍ୟବହାର କରନ୍ତୁ ।

କେମିତି କରିବେ କ୍ଲେମ୍:

ଅନେକ ସମୟରେ ସାଧାରଣ ତ୍ରୁଟି ଯୋଗୁଁ ବୀମା କମ୍ପାନୀ ବୀମା କ୍ଲେମ୍ ସ୍ବୀକାର କରିନଥାନ୍ତି । ଅନେକ ସମୟରେ ପଲିସିଧାରକ ଆବେଦନ ପତ୍ର ପୂରଣ କରିବା ବେଳେ ଅବହେଳା କରିଥାନ୍ତି । ଜାଣତରେ ଅଜଣାତରେ ନିଜ ସ୍ବାସ୍ଥ୍ୟ ଓ ଅନ୍ୟ ବିବରଣୀ ସମ୍ପର୍କରେ ପଲିସିଧାରକ ଅଧୁରା ସୂଚନା ଦେଇଥାନ୍ତି । ଯାହାକି ଆବଶ୍ୟକ ସମୟରେ ସମସ୍ୟା ସୃଷ୍ଟି କରେ । ସାଧାରଣତଃ, ହସ୍ପିଟାଲରେ ଏକକ ବୀମା ପଲିସି(single insurer policy)କୁ ଅନୁମତି ମିଳିଥାଏ । ପରବର୍ତ୍ତୀ ସମୟରେ ଅତିରିକ୍ତ ଖର୍ଚ୍ଚ ଭରଣା ପାଇଁ ଦ୍ବିତୀୟ ବୀମା କମ୍ପାନୀରୁ କ୍ଲେମ୍ କରିପାରିବେ । ତେବେ ଏହି କ୍ଷେତ୍ରରେ କେତେକ ଜଟିଳତା ମଧ୍ୟ ରହିଥାଏ ।

କେଉଁ ବୀମା ପ୍ରଥମେ ଓ କେଉଁଟି ପରେ ବ୍ୟବହାର କରାଯିବ ଉଚିତ୍ ତାହା ପରିସ୍ଥିତି ଉପରେ ନିର୍ଭର କରିଥାଏ । ଯଦି ଆପଣଙ୍କ ନିକଟରେ କମ୍ପାନୀ ଦ୍ବାରା ପ୍ରଦତ୍ତ ବୀମା ପଲିସି ଥାଏ ତେବେ ତାହା ପ୍ରଥମେ ବ୍ୟବହାର କରାଯିବା ଉଚିତ । ଏଥିରେ କ୍ଲେମ୍ ବୋନସ୍ ନଥାଏ । ସେହିପରି ବ୍ୟକ୍ତିଗତ ପଲିସିରେ ନୋ କ୍ଲେମ୍ ବୋନସର(NCB) ସୁବିଧା ମିଳିଥାଏ । ଏହାଦ୍ବାରା ପଲିସି ନବୀକରଣ ସମୟରେ ପ୍ରିମିୟମ ହ୍ରାସ ପାଇଥାଏ ଅଥବା ପଲିସି ଭ୍ୟାଲୁ ବଢ଼ିଥାଏ । କିଛି କମ୍ପାନୀ ୨୦ରୁ ୫୦ ପ୍ରତିଶତ ଯାଏଁ NCB ଦେଇଥାଏ ।

କେତେକ ବୀମା ପଲିସି ୪ ବର୍ଷ ପରେ ପୂର୍ବରୁ ଥିବା ରୋଗଗୁଡିକର କଭର କରିଥାଏ । ମାତ୍ର ଗ୍ରୁପ୍ ଇନସ୍ୟୁରାନ୍ସ ପଲିସିରେ ସେହିଭଳି ଲିମିଟ୍ ଉପଲବ୍ଧ ହୁଏନାହିଁ । ଏହି କ୍ଷେତ୍ରରେ କର୍ପୋରେଟ ପଲିସି ବ୍ୟବହାର କରାଯିବା ଉଚିତ୍ । ହସ୍ପିଟାଲରେ ଭର୍ତ୍ତି ହେବା ପରେ କେଉଁ ପଲିସି ଅଧିକ ଲାଭଦାୟକ ହୋଇଥାଏ ତାହା ପ୍ରଥମେ ଜାଣନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.